Japan International Science Exhibition: ଜାପାନର ସାକୁରା ବିଜ୍ଞାନ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ବିଜ୍ଞାନ ପ୍ରଦର୍ଶନୀରେ ଭାଗନେବେ ଓଡ଼ିଆ ଛାତ୍ରୀ । ତାଙ୍କ ପ୍ରକଳ୍ପ "ମଡ଼ିଫାଏଡ୍ କମଡୋ ଲାଟ୍ରିନ୍" (ଦିବ୍ୟାଙ୍ଗଙ୍କ ନିମନ୍ତେ) ପ୍ରଥମେ ରାଜ୍ୟ ସ୍ତରରେ ମନୋନୀତ ହେବାପରେ ଗତବର୍ଷ ସେପ୍ଟେମ୍ବର ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗନେଇ ପ୍ରଶଂସିତ ହୋଇଥିଲା ।
Trending Photos
)
ଭୁବନେଶ୍ୱର: ଅନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗନେବା ପାଇଁ ଖୋର୍ଦ୍ଧା ଭୁବନେଶ୍ବର ମହାନଗର ନିଗମର ଛାତ୍ରୀ ରିଙ୍କୁ ମଲ୍ଲିକ ମନୋନୀତ ହୋଇଛନ୍ତି । ସେ ଜାପାନର ସାକୁରା ବିଜ୍ଞାନ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ବିଜ୍ଞାନ ପ୍ରଦର୍ଶନୀରେ ଭାଗନେବେ । ତାଙ୍କ ପ୍ରକଳ୍ପ "ମଡ଼ିଫାଏଡ୍ କମଡୋ ଲାଟ୍ରିନ୍" (ଦିବ୍ୟାଙ୍ଗଙ୍କ ନିମନ୍ତେ) ପ୍ରଥମେ ରାଜ୍ୟ ସ୍ତରରେ ମନୋନୀତ ହେବାପରେ ଗତବର୍ଷ ସେପ୍ଟେମ୍ବର ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗନେଇ ପ୍ରଶଂସିତ ହୋଇଥିଲା ।
ରିଙ୍କୁ ମଲ୍ଲିକ ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆର୍.ଆର୍.ଏଲ୍. କଲୋନୀର ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ। ତାଙ୍କ ପିତା ରଞ୍ଜନ ମଲ୍ଲିକ ମା' ସୁଜାତା ମଲ୍ଲିକଙ୍କର ସେ ପ୍ରଥମ କନ୍ୟା ସନ୍ତାନ । ଏହି ପ୍ରକଲ୍ପଟି ତାଙ୍କ ବିଦ୍ୟାଳୟ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତି ରାଜଶ୍ରୀ ରଥଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ପରାମର୍ଶ କର୍ମେ ହସ୍ତ ରହିତ ଦିବ୍ୟାଙ୍ଗ କିପରି ପାଦ ସାହାଯ୍ୟରେ ସୁଇଚ୍ ମାରି ସମସ୍ତ ଶୌଚକାର୍ଯ୍ୟ ସମ୍ପାଦନ କରିପାରିବ, ଏହି ପରିପ୍ରେକ୍ଷୀରେ ନିର୍ମିତ ହୋଇଛି । ସଫଳତା ପାଇବାକୁ ହେଲେ ଯେକୌଣସି ପବ୍ଲିକ ସ୍କୁଲରେ ପଢ଼ିବାକୁ ହେବ ଏକଥା ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି ରିଙ୍କୁ ମଲ୍ଲିକ । ତାଙ୍କ ଏ ସଫଳତା ପଛରେ ତାଙ୍କ ପିତାମାତାଙ୍କ ଆଶିର୍ବାଦ ଓ ତାଙ୍କ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ଓ ସର୍ବୋପରି ତାଙ୍କ ବିଜ୍ଞାନ ଶିକ୍ଷୟତ୍ରୀଙ୍କ ସହଯୋଗ, ପ୍ରେରଣା ମୁଖ୍ୟତଃ ରହିଛି ବୋଲି କହନ୍ତି ରିଙ୍କୁ ।
Also Read- Gold Rate: ଖସିଲା ରୂପା ଦର, ଶସ୍ତା ହେଲା କି ସୁନା? ଜାଣନ୍ତୁ ୧୦ ଗ୍ରାମ ପ୍ରତି ଦର
Also Read- Weather Update: ଆଜିର ଉତ୍ତପ୍ତ ସହର ପାଲଟିଲା ବୌଦ୍ଧ, ୩୫ ଡିଗ୍ରୀ ଉପରେ ୧୯ ସହର