Advertisement
Article Detail0/zeeodisha/odisha2767474
Zee OdishaOdisha Education And JobOdisha Plus 2 results 2025: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏହି ଡାଇରେକ୍ଟ ଲିଙ୍କରେ କରି ନିଅନ୍ତୁ ଚେକ୍

Odisha Plus 2 results 2025: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏହି ଡାଇରେକ୍ଟ ଲିଙ୍କରେ କରି ନିଅନ୍ତୁ ଚେକ୍

Odisha Plus 2 results 2025: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଓଡ଼ିଶା ବୋର୍ଡ ଆଜି (୨୧ ମଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରିଛି। ଆପଣ ଏହାର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରି CHSE ଦ୍ୱାଦଶ ଶ୍ରେଣୀର ସମସ୍ତ ଷ୍ଟ୍ରିମର ଫଳାଫଳ ଦେଖିପାରିବେ।

 

CHSE Odisha Class 12 Results 2025
CHSE Odisha Class 12 Results 2025

CHSE Odisha Class 12 Results 2025: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଓଡ଼ିଶା ବୋର୍ଡ ଆଜି (୨୧ ମଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରିଛି। ଆପଣ ଏହାର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରି CHSE ଦ୍ୱାଦଶ ଶ୍ରେଣୀର ସମସ୍ତ ଷ୍ଟ୍ରିମର ଫଳାଫଳ ଦେଖିପାରିବେ। ଛାତ୍ରଛାତ୍ରୀମାନେ ସରକାରୀ ୱେବସାଇଟ୍ results.digilocker.gov.in, chseodish.nic.in, orissaresults.nic.in ରେ ସେମାନଙ୍କର ସ୍କୋର କାର୍ଡ ଯାଞ୍ଚ ଏବଂ ଡାଉନଲୋଡ୍ କରିପାରିବେ। ଫଳାଫଳ ଯାଞ୍ଚ କରିବା ପାଇଁ, ଛାତ୍ରଛାତ୍ରୀମାନଙ୍କର ରୋଲ ନମ୍ବର ଏବଂ ରେଜିଷ୍ଟ୍ରେସନ୍ ରହିବା ଆବଶ୍ୟକ। ଏଠାରେ ଆମେ ଫଳାଫଳ ଯାଞ୍ଚ କରିବା ପାଇଁ ଡାଇରେକ୍ଟ ଲିଙ୍କ୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଉଛୁ।

ରାଜ୍ୟରେ ୩.୯୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। CHSE +2 ପରୀକ୍ଷା ଫେବୃଆରୀ ୧୮ ରୁ ମାର୍ଚ୍ଚ ୨୭ ମଧ୍ୟରେ ୧,୨୭୬ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। 

fallback

Add Zee News as a Preferred Source

ପ୍ରାର୍ଥୀମାନେ ନିଜର ରେଜଲ୍ଟ ଏପରି ଦେଖିପାରିବେ

1. https://results.digilocker.gov.in/ ୱେବସାଇଟ୍ ଭଜିଟ୍ କରନ୍ତୁ।
2. ହୋମପେଜରେ  ଆପଣ ନିଜର ରୋଲ୍ ନମ୍ବର ଏବଂ ପଞ୍ଜିକରଣ ନମ୍ବର ଏଣ୍ଟ୍ରି କରନ୍ତୁ।
3. ଏହାପରେ ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ।
4. ଆପଣଙ୍କର ରେଜଲ୍ଟ ସ୍କ୍ରିନରେ ଦେଖାଯିବ।
5. ରେଜଲ୍ଟ ପେଜ୍ ଡାଉନଲୋଡ୍ କରନ୍ତୁ ଏବଂ ଭବିଷ୍ୟତରେ ପାଇଁ ଏକ ପ୍ରିଣ୍ଟଆଉଟ୍ ରଖି ନିଅନ୍ତୁ।

ଡାଇରେକ୍ଟ ଲିଙ୍କ୍

ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ପୁନଃମୂଲ୍ୟାୟନ ଏବଂ ପୁନଃଯାଞ୍ଚ ପାଇଁ ଆବେଦନ କରିପାରିବେ। CHSE ଓଡ଼ିଶା ଅଫିସିଆଲ୍ ୱେବସାଇଟରେ ଆବେଦନ ଖୁବ୍ ଶୀଘ୍ର ଖୋଲିବ।

About the Author