Advertisement
Article Detail0/zeeodisha/odisha2717805
Zee OdishaOdisha Education And JobHome Guard Recruitment: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ସୃଷ୍ଟି ହେଲା ୨,୫୦୦ ଗୃହରକ୍ଷୀ ପଦବୀ

Home Guard Recruitment: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ସୃଷ୍ଟି ହେଲା ୨,୫୦୦ ଗୃହରକ୍ଷୀ ପଦବୀ

Home Guard Recruitment: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୋଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨ ହଜାର ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି ।

Home Guard Recruitment: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ସୃଷ୍ଟି ହେଲା ୨,୫୦୦ ଗୃହରକ୍ଷୀ ପଦବୀ

Home Guard Recruitment:  ରାଜ୍ୟରେ ସୃଷ୍ଟି ହୋଇଛି  ୨,୫୦୦ ଗୃହରକ୍ଷୀ ପଦବୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭ ହଜାର ୬୭୫ ଅଛି। ୨ ହଜାର ୫୦୦ ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା ୨୦ ହଜାର ୧୭୫ ହେଲା। 

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୋଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨ ହଜାର ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି ।

ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ଓଡି଼ଶା ଜିଲ୍ଲାୱାରୀ ହୋମଗାର୍ଡ ବିଜ୍ଞପ୍ତି ୨୦୨୫ ଆନୁଷ୍ଠାନିକ ଭାବରେ ପ୍ରକାଶିତ ହୋଇଛି। ଏପ୍ରିଲ ୧୩, ୨୦୧୫ ସୁଦ୍ଧା, ହୋମଗାର୍ଡ ନିଯୁକ୍ତି ପାଇଁ ବିଭିନ୍ନ ଜିଲ୍ଲା ଦ୍ୱାରା ମୋଟ ୨୫ ଟି ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟ ଜିଲ୍ଲାର ଆଶାୟୀମାନେ ଖୁବ୍ ଶୀଘ୍ର ସେମାନଙ୍କର ବିଜ୍ଞପ୍ତି ଆଶା କରିପାରିବେ।

Add Zee News as a Preferred Source

Also Read: Odisha Panchayat Clerk Job: ନିଜ ପଞ୍ଚାୟତରେ ପାଆନ୍ତୁ କ୍ଲର୍କର ଚାକିରି, ୬୩ ହଜାର ଦରମା ସହ ମିଳୁଛି ଏହି ସୁବିଧା

Also Read: Odisha Block Level Job: ବ୍ଲକ ସ୍ତରୀୟ ନିଯୁକ୍ତିରେ ସୁବର୍ଣ୍ଣ ସୁଯୋଗ, ସିଧା ସିଲେକ୍ସନ...ଦରମା ୬୦ ହଜାର

About the Author
author img
Rashmita Sahoo

'ମୁଁ ଜଣେ ସମାଲୋଚକ ନୁହେଁ, ଗର୍ବରେ କହିବି ମୁଁ ଜଣେ ସାମ୍ବାଦିକା'

...Read more