)
Odisha Matric Exam 2026 Schedule:ଅପେକ୍ଷାର ଘଟିଲା ଅନ୍ତ। ବୋର୍ଡ଼ ପକ୍ଷରୁ ଘୋଷଣା ହେଲା ମାଟ୍ରିକ୍ ପରୀକ୍ଷା ତାରିଖ। ଫେବୃଆରୀ ୧୯ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ୍ ପରୀକ୍ଷା। ସକାଳ ୯ଟାରୁ ଦିନ ସାଢେ ୧୧ ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ବୋଡ଼ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।
ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କେଉଁ ଦିନ କେଉଁ ବିଷୟରେ ଏକଜାମ୍ ହେବ ସେନେଇ ସୂଚୀ ମଧ୍ୟ ପ୍ରକାଶ ପାଇଛି। ଫେବୃଆରୀ ୧୯ , ଅର୍ଥାତ୍ ପ୍ରଥମ ଦିନ ରେ ମାତୃଭାଷାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ସେହିପରି,୨୧ ତାରିଖରେ ଇଂରାଜୀ, ୨୩ ରେ ସଂସ୍କୃତ/ ହିନ୍ଦୀ ପରୀକ୍ଷା ହେବ। ୨୫ରେ ବିଜ୍ଞାନ ପରୀକ୍ଷା ,୨୭ ରେ ସାମାଜିକ ବିଜ୍ଞାନ ଏବଂ ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ରହିଛି। ନୋଟିସ୍ ରେ କୁହାଯାଇଛି ଯେ,ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ସମୟ ଦିଆଯିବ।
