Advertisement
Photo Details/zeeodisha/odisha2954490
Zee OdishaPhotosOdisha Scholarship: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର,ବଢିଲା ପ୍ରି ଓ ପୋଷ୍ଟ ମାଟ୍ରିକ୍ ସ୍କଲାରସିପ୍ ରାଶି;ଜାଣନ୍ତୁ କେତେ?
photoDetails0hindi

Odisha Scholarship: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର,ବଢିଲା ପ୍ରି ଓ ପୋଷ୍ଟ ମାଟ୍ରିକ୍ ସ୍କଲାରସିପ୍ ରାଶି;ଜାଣନ୍ତୁ କେତେ?

Pre Matric Scholarship: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଆହୁରି ଉନ୍ନତି ଆଣିବା ପାଇଁ ଏକ ବଡ଼ ପଦେକ୍ଷେପ ଗ୍ରହଣ କରିଛନ୍ତି। ଯେପରି ଦାରିଦ୍ରତା କାରରଣରୁ କୌଣସି ଛାତ୍ରଛାତ୍ରୀ ପାଠ ପଢାରୁ ବିରତି ନ ନିଅନ୍ତି। ସେନେଇ ମୁଖ୍ୟମନ୍ତ୍ରୀ ଅନ୍ବେଷା ଯୋଜନା,ପ୍ରି-ମାଟ୍ରିକ୍ ଓ ପୋଷ୍ଟ ମାଟ୍ରିକ୍ ଯୋଜନାରେ ସ୍କଲାରସିପ୍ ଅର୍ଥକୁ ବୃଦ୍ଧି କରିଛନ୍ତି। ତେବେ,ଆସନ୍ତୁ ଜାଣିବା କେତେ ଟଙ୍କା ବୃଦ୍ଧି ହୋଇଛି।

1/7

ଲୋକଙ୍କ ସରକାରରେ ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦିଆଯାଉଛି। 

 

2/7

ମୁଖ୍ୟମନ୍ତ୍ରୀଙ୍କ ମେଧାବୃତ୍ତି ଓ ଅନ୍ବେଷା ଯୋଜନା ଅଧିନରେ ଥିବା ପ୍ରି ଓ ପୋଷ୍ଟ ମାଟ୍ରିକ୍ ରେ ଛାତ୍ରଛାତ୍ରୀଙ୍କ ବର୍ଷିକ ଛାତ୍ରବୃତ୍ତି ଟଙ୍କାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। 

 

3/7

ଶଂସୋଧିତ ଢାଞ୍ଚା ଅନୁଯାୟୀ, ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି  ୧୦,୫୦୦ ରୁ ୧୬,୦୦୦ ଟଙ୍କା ବୃଦ୍ଧି ହୋଇଛି। 

 

4/7

ସେହିପରି, ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କୁ ଅନ୍ବେଷା ଯୋଜନାରେ ପୂର୍ବରୁ ୧୧,୦୦୦ ହଜାର ଟଙ୍କା ପ୍ରଦାନ କରାଯାଉଥିଲା, ହେଲେ ଏବା ବୃଦ୍ଧି ହୋଇ ୧୭ ହଜାର ଟଙ୍କାରେ ପହଞ୍ଚିଛି। 

 

5/7

ଅନ୍ୟପଟେ, ପୋଷ୍ଟମାଟ୍ରିକ୍ ସ୍କଲାରସିପ୍ ରେ  ପୂର୍ବରୁ ଅର୍ଥ ରାଶି ଛାତ୍ରଙ୍କ ପାଇଁ ୧୧ ହଜାର ଟଙ୍କା ଥିବା ବେଳେ ବର୍ତ୍ତମାନ ୧୬ ହଜାରକୁ ବୃଦ୍ଧି କରାଯାଇଛି। 

 

6/7

ଏବଂ ଛାତ୍ରୀମାନେ ଏହି ଯୋଜନାରେ ୧୭,୦୦୦ ହଜାର ଟଙ୍କା ପାଇବେ ବୋଲି ନୂଆପଡାରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।   

 

7/7

ଶିକ୍ଷାର ମାନ ଉନ୍ନତ କରିବା ସହ ଆର୍ଥିକ ବୋଝ କମାଇବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।