Plus Two Result 2025: ଯୁକ୍ତ ଦୁଇ ଛାତ୍ରଛାତ୍ରଙ୍କ ପାଇଁ ବଡ଼ ଖବର। ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ଉଚ୍ଚମାଧ୍ୟମିକ ଶିକ୍ଷା ପରିବଷ(ସିଏଚଏସଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ।
)
ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଁ ଧାର୍ଯ୍ୟ ସମସ୍ତ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ALSO READ:Guru Gochar 2025: ମେ'୧୪ ରେ ବୃହସ୍ପତିଙ୍କ ଶୁଭ ଚଳନ,୫ରାଶିଙ୍କ ଭାଗ୍ୟ ହେବ ଉଜ୍ଜଳ,ବଢିବ ବ୍ୟାଙ୍କ୍ ବାଲାନ୍ସ!
ALSO READ: Odisha Weather Report:ଏଥର ଆଗୁଆ ଆସିବ ମୌମୁମୀ! ବିଜୁଳି ଘଡ଼ଘଡି଼ ସହ ଭୀଷଣ ବର୍ଷା ନେଇ ୮ଜିଲ୍ଲାକୁ ଆଲର୍ଟ
)
ଆସନ୍ତା ୧୫ରେ ଫଳ ପ୍ରକାଶ ପାଇବା ନେଇ ଲକ୍ଷ ରଖାଯାଇଥିବା ବେଳେ ଏଥିରେ ସାମାନ୍ୟ ବିଳମ୍ବ ହୋଇପାରେ।
)
ଏକକାଳୀନ ଭାବେ ସମସ୍ତ ଷ୍ଟ୍ରିମ୍ ର ରେଜଲ୍ଟ ପ୍ରକାଶ ପାଇବ। ଆସନ୍ତା ୭ ରୁ ୮ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସୂଚନା ମିଳିଛି।
)
ସେହିପରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ( ସିବିଏସ୍ଇ) ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ମଧ୍ୟ ଆସନ୍ତା ସପ୍ତାହରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଆସନ୍ତା ସପ୍ତାହରେ ହିଁ ରେଜଲ୍ଟ ପ୍ରକାଶ ପାଇବ।
)
ସୂଚନା ଯୋଗ୍ୟ, ମାର୍ଚ୍ଚ ୨୮ରେ ଯୁକ୍ତ ୨ ପରୀକ୍ଷା ଶେଷ ହୋଇଛି। ଏଥିରେ ରାଜ୍ୟର ୩ ଲକ୍ଷ ୯୩ ହଜାର ୬୧୮ ଜଣ ପିଲା ପରୀକ୍ଷା ଦେଇଛନ୍ତି। ଏପ୍ରିଲ୍ ୨ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଛି। ୨ଟି ପର୍ଯ୍ୟାୟରେ ଖାତା ଦେଖା ହୋଇଛି।
)
ଖାତାଦେଖା ସରିଥିବା ବେଳେ ରେଜଲ୍ଟ ପ୍ରକାଶ ପାଇଁ ଥିବା ଆନୁସଙ୍ଗିକ ସମସ୍ତ କାର୍ଯ୍ୟ ଆସନ୍ତା ୩ ଦିନ ମଧ୍ୟରେ ଶେଷ ହେବ। ତା ପରେ ରେଜଲ୍ଟ ପ୍ରକାଶ ପାଇବ।
)
ସିବିଏସ୍ଇ ରେଜଲ୍ଟ ଗତବର୍ଷ ମେ ୧୩ ତାରିଖରେ ପ୍ରକାଶ ପାଇଥିଲା।
)
ଚଳିତ ବର୍ଷର ଫଳ ଆସନ୍ତା ସପ୍ତାହରେ ମଧ୍ୟ ପ୍ରକାଶ ପାଇବ ବୋଲି ଚର୍ଚ୍ଚା ହେଉଛି।
ट्रेन्डिंग फोटोज़