OTET: ବଢିଲା ସ୍ପେଶାଲ୍ ଓଟିଇଟି ଆବେଦନ ସମୟ ସୀମା। ସ୍ବତନ୍ତ୍ର ଓଡ଼ିଇଟି ଆବେଦନକୁ ଆଉ ୫ ଦିନ ବୃଦ୍ଧି କରାଯାଇଛି। ଅବଧି ବୃଦ୍ଧି ହେତୁ ପଞ୍ଜିକରଣ କରିପାରି ନଥିବା ପରୀକ୍ଷାର୍ଥୀ ମାନେ ଉପକୃତ ହେବେ। ତେବେ, ଆସନ୍ତୁ ଜାଣିବା ଅବେଦନର ଶେଷ ତାରିଖ କେବେ?
)
କାର୍ଯ୍ୟରତ ଶିକ୍ଷକଙ୍କ ଲାଗି କରାଯାଉଥିବା ସ୍ପେଶାଲ୍ ଓଟିଇଟି( ଓଡି଼ଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା)ର ଆବେଦନ ସମୟ ସୀମାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।
ALSO READ: Odisha Weather Update: ଆସୁଛି ବଡ଼ ଲଘୁଚାପ! ପ୍ରଭାବରେ ବିଜୁଳି ଘଡ଼଼ଘଡି଼ ସହ ୧୨ ଜିଲ୍ଲାରେ ପ୍ରବଳ ବର୍ଷା
ALSO READ: June 2025 Grah Gochar: ଜୁନ୍ ରେ ତିନି ବଡ ଗ୍ରହଙ୍କ ଗୋଚର, ଫିଟିବ ୫ ରାଶିଙ୍କ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ
)
ଏହି ପରୀକ୍ଷା ଦେବା ଲାଗି ଗୁରୁବାର ଆବେଦନର ଶେଷ ଦିନ ଥିଲା।
)
ମାତ୍ର ଇଚ୍ଛୁକ ଶିକ୍ଷକ ଶିକ୍ଷୟତ୍ରୀମାନେ ବିଭିନ୍ନ ସମସ୍ୟାରୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଆବେଦନ କରି ନଥିବାରୁ ବୋର୍ଡ଼ ପକ୍ଷରୁ ଫର୍ମ ପୂରଣର ଅବଧିକୁ ବୃଦ୍ଧି କରାଯାଇଛି।
)
ଏ-ଥିସହ ପୂର୍ବରୁ ଅସଫଳ ଥିବା ଶିକ୍ଷକ ମାନଙ୍କୁ ଉକ୍ତ ଯୋଗ୍ୟତା ପରୀକ୍ଷା ଦେବା ଲାଗି ପୁଣି ସୁଯୋଗ ଦିଆଯିବ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି।
)
ଅବଧି ବୃଦ୍ଧି ହେତୁ ପଞ୍ଜିକରଣ କରିପାରି ନଥିବା ପରୀକ୍ଷାର୍ଥୀ ମାନେ ଉପକୃତ ହେବେ।
ट्रेन्डिंग फोटोज़