ପିଅନ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି PNB; pnbindia.in ରେ ଉପଲବ୍ଧ ରହିଛି ସମସ୍ତ ସୂଚନା
Advertisement

ପିଅନ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି PNB; pnbindia.in ରେ ଉପଲବ୍ଧ ରହିଛି ସମସ୍ତ ସୂଚନା

ଯୋଗ୍ୟ ଭାରତୀୟ ନାଗରିକ PNB ନିଯୁକ୍ତି ୨୦୨୨ ପାଇଁ ଆବେଦନ କରିପାରିବେ।

ପିଅନ ଚାକିରି ପାଇଁ  ବିଜ୍ଞପ୍ତି ପ୍ରକାଶ କରିଛନ୍ତି PNB; pnbindia.in ରେ  ଉପଲବ୍ଧ ରହିଛି ସମସ୍ତ ସୂଚନା

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ପିଅନ ପଦବୀ ପାଇଁ ଦ୍ୱାଦଶ ପାସ୍ କରିଥିବା ବ୍ୟକ୍ତିଙ୍କ ଠାରୁ ଆବେଦନ ଫର୍ମ ଆମନ୍ତ୍ରଣ କରୁଛି। ଏହି ପଦବୀ ପଶ୍ଚିମବଙ୍ଗର ମାଲଦା ଏବଂ ଉତ୍ତରପ୍ରଦେଶ ଦିନାଜପୁରରେ ଅବସ୍ଥିତ PNB  ଶାଖାରେ ଖାଲି ଅଛି। ଯୋଗ୍ୟ ଭାରତୀୟ ନାଗରିକ PNB ନିଯୁକ୍ତି ୨୦୨୨ ପାଇଁ ଆବେଦନ କରିପାରିବେ।

ପ୍ରାର୍ଥୀମାନେ ଶେଷ ତାରିଖ ପୂର୍ବରୁ ଅଫଲାଇନ୍ ମୋଡ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ଫର୍ମ ଦାଖଲ କରିବାର ଶେଶ ତାରିଖ ଏପ୍ରିଲ ୨୨, ୨୦୨୨ ୫ଟା ସୁଦ୍ଧା। ସୂଚନାଯୋଗ୍ୟ ଯେ ପ୍ରାର୍ଥୀଙ୍କ ବୟସ ୨୪ ବର୍ଷରୁ ଅଧିକ ହେବା ଉଚିତ ନୁହେଁ। 

ତାହେଲେ ଆସନ୍ତୁ  ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ  ପିଅନ ପଦବୀ ପାଇଁ ଆବେଦନ ଫର୍ମ, ଷ୍ଟେପ୍, ବିଜ୍ଞପ୍ତି ଲିଙ୍କ୍, ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ବିବରଣୀ ବିଷୟରେ ଜାଣିବା...

ନିଯୁକ୍ତି ସହର: କୋଲକାତା (ପଶ୍ଚିମବଙ୍ଗ)
ନିଯୁକ୍ତିଦାତା: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ
ଶିକ୍ଷାଗତ ଯୋଗ୍ୟତା: ସିନିୟର ମାଧ୍ୟମିକ

ବୟସ ସୀମା
ସର୍ବନିମ୍ନ: ୧୮ ବର୍ଷ
ସର୍ବାଧିକ: ୨୪ ବର୍ଷ

ଶିକ୍ଷାଗତ ଯୋଗ୍ୟତା
ପ୍ରାର୍ଥୀ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବେ ଏବଂ ଇଂରାଜୀରେ ମୌଳିକ ପ଼ଢିବା/ଲେଖିବା ଜ୍ଞାନ ଥିବା ଉଚିତ। ଏହା ଉଭୟ ସର୍ବନିମ୍ନ ଏବଂ ସର୍ବାଧିକ ଯୋଗ୍ୟତା। ସ୍ନାତକ ପ୍ରାର୍ଥୀ ଏହି ପଦବୀ ପାଇଁ ଯୋଗ୍ୟ ନୁହଁନ୍ତି। 

ଦରମା
ମୌଳିକ: ୧୪,୫୦୦/-ରୁ ୨୮, ୧୪୫ ଟଙ୍କା + ଅନ୍ୟାନ୍ୟ ଭତ୍ତା

କିପରି କରିବେ ଆବେଦନ?
ପ୍ରାର୍ଥୀମାନେ ୨୨ ଏପ୍ରିଲ ୨୦୨୨ କିମ୍ବା ତା ପୂର୍ବରୁ ନାମ, ପିତାଙ୍କ ନାମ, ଜନ୍ମ ତାରିଖ, ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ବିବରଣୀ ଉଲ୍ଲେଖ କରି ସେମାନଙ୍କର ସଠିକ୍ ଦସ୍ତଖତ ହୋଇଥିବା ଆବେଦନ ଫର୍ମ ପଠାନ୍ତୁ।

ସ୍ପିଡ୍ ପୋଷ୍ଟ/ପଞ୍ଜୀକୃତ ପୋଷ୍ଟ ଦ୍ୱାରା ଆବେଦନ ଫର୍ମ
"ମୁଖ୍ୟ ପରିଚାଳକ, HRD ବିଭାଗ
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ
ସର୍କଲ ଅଫିସ୍ ମାଲଦା
PS: ଇଂରାଜୀ ବଜାର
ପଶ୍ଚିମବଙ୍ଗ -732101 
ରେ ଦାଖଲ କରାଯିବା ଉଚିତ୍।