)
RRB NTPC UG CBT 2 Date: ରେଳବାଇ ନିଯୁକ୍ତି ବୋର୍ଡ଼ ୨୦୨୫ ବର୍ଷ ପାଇଁ ଅଣ-ବୈଷୟିତ ଲୋକପ୍ରିୟ ବର୍ଗ(NTPC) ସ୍ନାତକ(UG) କମ୍ୟୁଟର ଆଧାରିତ ପରୀକ୍ଷା (CBT 2) ସିବିଟି -୨ ପାଇଁ ତାରିଖ ଘୋଷଣା କରିଛି। ଏହି ପରୀକ୍ଷା ଡିସେମ୍ବର ୨୦ ତାରିଖରେ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ଏନେଇ (RRB)ର ସରକାରୀ ଓ୍ବେବସାଇଟ୍ ରେ ପରୀକ୍ଷା ତାରିଖ ଘୋଷଣା ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ଯେଉଁମାନେ କେବଳ CBT 1 ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ (CBT-2) ପରୀକ୍ଷାରେ ଯୋଗ ଦେଇପାରିବେ। ରେଳବାଇ ବୋର୍ଡ଼ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ପରୀକ୍ଷାର ୧୦ ଦିନ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ସେଣ୍ଟର ବିଷୟରେ ଅବଗତ କରାଯିବ। ତାହା ପୁଣି ଓ୍ବେବସାଇଟ୍ rrbcd.gov.in. ମାଧ୍ୟମରେ। ଏବଂ ୪ ଦିନ ପୂର୍ବରୁ ସେମାନଙ୍କୁ ଆଡମିଟ୍ କାର୍ଡ ମିଳିବ। ଆଶାୟୀମାନେ ଏହି ସାଇଟ୍ ରୁ ଡାଉନଲୋଡ୍ କରିପାରିବେ। ବିଜ୍ଞପ୍ତିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ପରୀକ୍ଷାର୍ଥୀମାନେ,ପରୀକ୍ଷା କେନ୍ଦ୍ରକୁ ସେମାନଙ୍କ ଆଧାର କାର୍ଡ ନେବାକୁ ବାଧ୍ୟତାମୂଳକ କରାଯାଇଛି।
ଏମିତି କରନ୍ତୁ ଆଡମିଟ୍ କାର୍ଡ଼ ଡାଉନଲୋଡ୍-:
ଅଣ-ବୈଷୟିତ ଲୋକପ୍ରିୟ ବର୍ଗ(NTPC) ସ୍ନାତକ(UG) କମ୍ୟୁଟର ଆଧାରିତ ପରୀକ୍ଷା (CBT 2) ସିବିଟି -୨ ପରୀକ୍ଷା ଲାଗି ପରୀକ୍ଷାର୍ଥୀମାନେ ଅଫିସିଆଲ୍ ଓ୍ବେବସାଇଟ୍ rrbcd.gov.in କୁ ପରିଦର୍ଶନ କରନ୍ତୁ। ପରେ ହୋମପେଜ୍ ରେ CEN 06/2024 NTPC ରେ କ୍ଲିକ୍ କରନ୍ତୁ। ଏହା ପରେ (CBT 2) ସିବିଟି -୨ ଉପରେ କ୍ଲିକ୍ କରନ୍ତୁ। ପରେ ଆପଣଙ୍କୁ ପରୀକ୍ଷା ନେଇ ସମସ୍ତ କାର୍ଯ୍ୟସୂଚୀ ମିଳିଯିବ।