)
Odisha News:ପ୍ରାଥମିକ ଶିକ୍ଷା ଢାଞ୍ଚାରେ ସରକାର ଆଣୁଛନ୍ତି ବଡ଼ ପରିବର୍ତ୍ତନ। ଦଶମ ଶ୍ରେଣୀ ଭଳି ଏ-ଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ଛାତ୍ରଛାତ୍ରୀ ଦେବେ ସପ୍ଲିମେଣ୍ଟାରି। ଏନେଇ ନୂଆ ଗାଇଡ୍ଲାଇନ୍ ଜାରି କରିଛି ଗଣଶିକ୍ଷା ବିଭାଗ। ବିଶେଷ କରି, ପାଠପଢାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଭାରି ପଡିପାରେ। ପାସ୍ ନ କଲେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ପରୀକ୍ଷା ଢାଞ୍ଚା ଓ ଖାତା ଦେଖା ପ୍ରକ୍ରିୟା କିଭଳି ହେବ। ସେଥିପାଇଁ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଏସସିଇଆରଟି ଦାୟିତ୍ୱ ନେଇଛନ୍ତି। ଏନେଇ ଜିଲ୍ଲା ଶିକ୍ଷା ଏବଂ ତାଲିମ ପ୍ରତିଷ୍ଠାନ((DIET)ର କର୍ମକର୍ତ୍ତମାନେ ତାଲିମ ନେବେ ବୋଲି ଜଣାପଡିଛି। ତେବେ, ଗାଇଡ଼ ଲାଇନ୍ ପ୍ରସ୍ତୁତ କରିବା ଦାୟିତ୍ବ ଓପେପା ଉପରେ ନ୍ୟସ୍ତ କରାଯାଇଛି। ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଉପରେ ଡିଇଓମାନେ ଧ୍ୟାନ ଦେବେ ବୋଲି କୁହାଯାଇଛି।
ସୂଚନା ଅନୁସାରେ,ସପ୍ଲିମେଣ୍ଟାରୀ ପରୀକ୍ଷାରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପାଇଁ ୫୦ ମାର୍କର ପରୀକ୍ଷା ହେବ। ୪୦ ମାର୍କ ଲିଖିତ ହୋଇଥିବା ବେଳେ ବାକି ୧୦ ମାର୍କ ମୌଖିକ। ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୫୦ ମାର୍କର ଲିଖିତ ପରୀକ୍ଷା କରାଯିବ। ଏନେଇ ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଛପାଯିବା ସହିତ ପରୀକ୍ଷା କିଭଳି ଭାବେ ସୁରୁଖୁରୁରେ ସମ୍ପାଦନ ହେବ। ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯିବ।