Advertisement
Article Detail0/zeeodisha/odisha2672871
Zee OdishaOdisha Education And Jobରାଜ୍ୟରେ କେଉଁ ସରକାରୀ ବିଶ୍ୱବିଦ୍ୟାଳୟ ସବୁଠୁ ଭଲ ଆଉ କେଉଁଟି ସବୁଠୁ ଖରାପ?

ରାଜ୍ୟରେ କେଉଁ ସରକାରୀ ବିଶ୍ୱବିଦ୍ୟାଳୟ ସବୁଠୁ ଭଲ ଆଉ କେଉଁଟି ସବୁଠୁ ଖରାପ?

ରାଜ୍ୟରେ ତିନି ପ୍ରକାର ବିଶ୍ୱବିଦ୍ୟାଳୟ ରହିଛି। ସେଥିରେ ପ୍ରଥମ ବର୍ଗ ହେଉଛି ସାଧାରଣ ବିଶ୍ୱବିଦ୍ୟାଳୟ, ଯାହା ସରକାରଙ୍କ ଦ୍ୱାରା ଉଚ୍ଚଶିକ୍ଷା ପାଇଁ ନିର୍ମାଣ କରାଯାଇଛି। ବିଭିନ୍ନ ସ୍ଥାନରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଆମକୁ ମାଗଣାରେ ଭିନ୍ନ ଭିନ୍ନ ବିଷୟରେ ଡିଗ୍ରି ଅର୍ଜନ କରିବା ସାଙ୍ଗକୁ ଗବେଷଣା କରିବାକୁ ସୁଯୋଗ ପ୍ରଦାନ କରିଥାଆନ୍ତି। ଦ୍ୱିତୀୟ ବର୍ଗ ହେଉଛି ଘରୋଇ ବିଶ୍ୱବିଦ୍ୟାଳୟ ଏବଂ ତୃତୀୟରେ ରହିଛି ୟୁନିଟାରୀ ବା ଏକକ ବିଶ୍ୱବିଦ୍ୟାଳୟ, ଯେମିତି କଟକର ରେଭେନ୍ସା, ଭୁବନେଶ୍ୱରର ରମାଦେବୀ ଇତ୍ୟାଦି।

ରାଜ୍ୟରେ କେଉଁ ସରକାରୀ ବିଶ୍ୱବିଦ୍ୟାଳୟ ସବୁଠୁ ଭଲ ଆଉ କେଉଁଟି ସବୁଠୁ ଖରାପ?

ଭୁବନେଶ୍ୱର: ଆଗକୁ ଆଡମିଶନ ଋତୁ ତେଣୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ସୋମବାରଠୁ ସାଧାରଣ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।  ଏହା ଭିତରେ ଆପଣ ଜାଣିବାକୁ ଚାହୁଁଥିବେ ରାଜ୍ୟର ସବୁଠାରୁ ଭଲ ବିଶ୍ୱବିଦ୍ୟାଳୟ ଓ ଖରାପ ବିଶ୍ୱବିଦ୍ୟାଳୟ ବାବଦରେ।   

ରାଜ୍ୟରେ ତିନି ପ୍ରକାର ବିଶ୍ୱବିଦ୍ୟାଳୟ ରହିଛି। ସେଥିରେ ପ୍ରଥମ ବର୍ଗ ହେଉଛି ସାଧାରଣ ବିଶ୍ୱବିଦ୍ୟାଳୟ, ଯାହା ସରକାରଙ୍କ ଦ୍ୱାରା ଉଚ୍ଚଶିକ୍ଷା ପାଇଁ ନିର୍ମାଣ କରାଯାଇଛି। ବିଭିନ୍ନ ସ୍ଥାନରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଆମକୁ ମାଗଣାରେ ଭିନ୍ନ ଭିନ୍ନ ବିଷୟରେ ଡିଗ୍ରି ଅର୍ଜନ କରିବା ସାଙ୍ଗକୁ ଗବେଷଣା କରିବାକୁ ସୁଯୋଗ ପ୍ରଦାନ କରିଥାଆନ୍ତି। ଦ୍ୱିତୀୟ ବର୍ଗ ହେଉଛି ଘରୋଇ ବିଶ୍ୱବିଦ୍ୟାଳୟ ଏବଂ ତୃତୀୟରେ ରହିଛି ୟୁନିଟାରୀ ବା ଏକକ ବିଶ୍ୱବିଦ୍ୟାଳୟ, ଯେମିତି କଟକର ରେଭେନ୍ସା, ଭୁବନେଶ୍ୱରର ରମାଦେବୀ ଇତ୍ୟାଦି।

ଏହି ବିଶ୍ୱବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କୁ ଦେଉଥିବା ସୁବିଧା, ଶୈକ୍ଷିକ ବାତାବରଣ , ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅନୁସାରେ ସେମାନଙ୍କ ମାନ ନିର୍ଦ୍ଧାରଣ କରାଯାଏ। ଏହି ମାନ ଅନୁସାରେ ସେମାନଙ୍କୁ ନାକ୍‍ ଏବଂ ଜାତୀୟ ରାଙ୍କିଙ୍ଗ୍ ଫ୍ରେମ୍ଓ୍ୱଗର୍କ ଦ୍ୱାକରା ଗ୍ରେଡ୍‍ ଅଥବା ରେଟିଂ ପ୍ରଦାନ କରାଯାଇଥାଏ।  ଛାତ୍ରଛାତ୍ରୀମାନେ ଏହି ରାଙ୍କ ଦେଖି ଆଡମିଶନ ବି କରିଥାଆନ୍ତି।

Add Zee News as a Preferred Source

ଓଡ଼ିଶା ବିଧାନସଭାରେ ଏ ବିଷୟରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ ଯେଉଁ ତଥ୍ୟ ଦେଇଛନ୍ତି ତାହା ଆପଣଙ୍କୁ ଚମକାଇ ଦେବ। ରାଜ୍ୟର ଦ୍ୱିତୀୟ ସର୍ବ ପୂରାତନ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଏଠାରେ ସବୁଠାରୁ ଖରାପ ବିଶ୍ୱବିଦ୍ୟାଳୟ ଭାବେ ଦର୍ଶାଯାଇଛି। ମନ୍ତ୍ରୀ ଦେଇଥିବା ତାଲିକାରେ ଆଠଟି ସରକାରୀ ବିଶ୍ୱବିଦ୍ୟାଳୟ  ଦର୍ଶାଯାଇଛି। ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଭିତରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନାକ୍‍ ରେଟିଂ ହେଉଛି ‘ବି’।  ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟର ଏହିପରି ନିମ୍ନ ରେଟିଂ ନାହିଁ। ୧୯୬୭ ମସିହାରେ ନିର୍ମିତ ଏହି ବିଶ୍ୱବିଦ୍ୟାଳୟ ଓଡ଼ିଶାର ତୃତୀୟ ପୂରାତନ ବିଶ୍ୱବିଦ୍ୟାଳୟ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥାପନର ଏକ ବର୍ଷ ପରେ ଏହା ପ୍ରତିଷ୍ଠା କରାଯାଇଥିଲା।

କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର  ନାକ୍‍ ରେଟିଂ ସବୁଠାରୁ ଆଗରେ ରହିଛି। ଏହି ବିଶ୍ୱବିଦ୍ୟାଳୟର ରେଟିଂ ରହିଛି ‘ଏ ପ୍ଲସ୍‍ ପ୍ଲସ୍‍’। ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟକୁ ଏହିପରି ଏ ଡବଲପ୍ଲସ୍‍ ରେଟିଂ ମିଳି ନାହିଁ।

ଉତ୍କଳ ବିଶ୍ୱବିଦ୍ୟଳୟର ନାକ୍‍ ରେଟିଂ ଏ ପ୍ଲସ୍‍ ରହିଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ନାକ୍‍ ରେଟିଂ ‘ଏ’ ରହିଛି।

ରମାଦେବୀ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓସୁ)ର ନାକ୍‍ ରେଟିଂ ବି ପ୍ଲସ୍‍ ପ୍ଲସ୍‍ ରହିଛି। ଏହା ଅବଶ୍ୟ ସତ୍ୟ ଯେ, ପୂର୍ବରୁ ନାକ୍‍ ରେଟିଂକୁ ନେଇ ଅନେକ ଅଭିଯୋଗ ହୋଇଛି। ଏହି ରେଟିଂ ପ୍ରକ୍ରିୟାରେ ଅନେକ ଅର୍ଥ କିକ୍‍ବ୍ୟାକ୍‍ ହୁଏ ବୋଲି ବି ଚର୍ଚ୍ଚା ହୋଇଛି। ନିକଟରେ ସିବିଆଇ ଏମିତି ଏକ ଦୁର୍ନୀତିର ବି ପର୍ଦ୍ଦାଫାଶ କରିଛନ୍ତି। କିନ୍ତୁ ଏ ସବୁକିଛି ସତ୍ତ୍ୱେ ୟୁଜିସି ଏହି ରେଟିଂ ଅନୁସାରେ ବିଶ୍ୱବିଦ୍ୟାଳୟକୁ ଗୟାଣ୍ଟ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିଥାଏ।

About the Author