)
Entertainment News: ଓଡ଼ିଆ ସିନେ ଅଭିନେତା ମିଟୁ ମିଥୁନ ଯାତ୍ରାରେ ଯୋଗ ଦେଇଛନ୍ତି। ଏନେଇ ସେ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମିଟୁ ମିଥୁନ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏହା ସହିତ ସେ ବଲିଉଡର ଅଗଧାଡ଼ିର କଳାକାରମାନଙ୍କ ସହ ମଧ୍ୟ କାମ କରିବାର ସୁଯୋଗ ପାଇଛନ୍ତି। ସେ ତାଙ୍କର ମଜାଳିଆ କଥାରେ ସବୁବେଳେ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି। ତେବେ ଯାତ୍ରାକୁ ଯିବାକୁ ଇଛା ନଥିଲେ ବି ଟଙ୍କା ଅଧିକ ମିଳୁଥିବାରୁ ଯାତ୍ରାରେ ଯୋଗ ଦେଇଛି ବୋଲି କହିଛନ୍ତି। ତେବେ ସେ ଗେଷ୍ଟ ଅଭିନେତା ଭାବରେ ଯାତ୍ରାରେ କାମ କରିବେ ବୋଲି କହିଛନ୍ତି ।
ମିଟୁ ମିଥୁନ ଗଣମାଧ୍ୟମକୁ କହିଛନ୍ତି, ଆମର ସିନେମାରେ କଟ ଏଡିଟ ହୁଏ, କିନ୍ତୁ ଯାତ୍ରାରେ ନ୍ୟାଚୁରାଲ ଅଭିନୟ କରାଯାଏ। ଯାତ୍ରାରେ ଯାହା କରିବେ ଥରେ କରିବେ। ଭଲ ହେଲେ ତାଳି ଆଉ ଖରାପ ହେଲେ ଗାଳି ଖାଇବେ।, ନହେଲେ ଚପଲ କି ଟମାଟୋ ମାଡ଼ ଖାଇବେ। ଓଡ଼ିଆ ଅସ୍ମିତା ଓ ଅଶ୍ଳିଳତାକୁ ନେଇ କହିଲେ, ଅଶ୍ଳିଳତାଠୁ ବହୁତ ଦୁରରେ ଆମେ। ଅଶ୍ଳିଳତାକୁ ପ୍ରସୟ କମିଟି ବାଲା ଦେଉଛନ୍ତି, ଲୋକ ଦେଖୁଛନ୍ତି। ଯେତେବେଳେ ସେମାନେ ଦେଖିବା ବନ୍ଦ କରିବେ ଏସବୁ କମିବ। ମୁଁ ଗୋଟାଏ ଲୋକ ଯିଏ ବାଇଟ ଦେଲେ ୨୫ ଲକ୍ଷ ଲୋକ ଦେଖନ୍ତି । କିନ୍ତୁ କୌଣସି ଦିନ ମୋ ମୁହଁରୁ ଅଭଦ୍ର ଭାଷା ଓଡିଶାବାସୀ ଶୁଣି ନାହାଁନ୍ତି। ଯେଉଁମାନେ ଅଭଦ୍ର ଭାଷା କହିକି ହାଇଲାଇଟ୍ ହେଉଛନ୍ତି ଲୋକେ ତାଙ୍କୁ ଭୁଲି ଗଲେଣି, କିନ୍ତୁ ମିଟୁ ମିଥୁନ ଏବେ ମାର୍କେଟରେ ଖେଳ କରୁଚି ।
ଆଗରୁ ମୁଁ ନିଜେ କହିଥିଲି ଯେ ଯାତ୍ରାକୁ ଯିବିନି କିନ୍ତୁ ଏବେ ଏଥିପାଇଁ ଯାଉଛି ଯେ ଗେଷ୍ଟ ଅଭିନେତା ଭାବରେ ଗଲେ ଗୋଟେ ଲମ୍ବା ପଇସା ସେଠୁ ମିଳୁଛି। ସଂପୂର୍ଣ୍ଣ ଭାବେ ଯାତ୍ରା କଳାକାର ହୋଇ ଯୋଗ ଦେଇନି। ଗେଷ୍ଟ ଭାବରେ ଯୋଗ ଦେଇଛି। ଯେମିତି ଆମର ମୁନା ଭାଈ ବି ଯାଉଛନ୍ତି ସବୁ ଅଭିନେତା ମଧ୍ୟ ଯାଉଛନ୍ତି। କିନ୍ତୁ ମୁଁ ଅନ୍ୟ ପାର୍ଟିକୁ ଯାଇପାରିବିନି କାହିଁକିନା ଏହି ପାର୍ଟି ସହ ଏଗ୍ରିମେଣ୍ଟ ହୋଇଯାଇଛି କି କେବଳ ରାଜ ଦରବାର ପାର୍ଟିରେ ମୁଁ ଯିବି । ଆଉ ତାହାବି କେବଳ ୧୦ ଦିନ।
ଆପଣଙ୍କୁ କହିରଖୁଛୁ ଯେ ନିକଟରେ ମିଟୁ ମିଥୁନ ପୁଷ୍ପା୨ ରେ କାମ କରିବାର ସୁଯୋଗ ପାଇଥିଲେ। କିନ୍ତୁ କୌଣସି କାରଣରୁ ତାଙ୍କର ସିନକୁ କାଟି ଦିଆ ଯାଇଥିଲା। ସେ ଏଥିରେ ଏକ ପୋଲିସ ଚରିତ୍ରରେ ନଜର ଆସିଥାନ୍ତେ। ଫିଲ୍ମରେ ଅଲ୍ଲୁ ଅର୍ଜୁନ ଓଡ଼ିଶା ମାଟିରୁ ରକ୍ତ ଚନ୍ଦନ କାଠ ଚୋରି କରି ନେଇଯାଉଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ ମିଥୁନ୍ । ଭାବବିହ୍ୟୁଳ ହୋଇ ମିଟୁ ମିଥୁନଙ୍କ ଆଖିରେ ଲୁହ ଆସିଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ।
ଆପଣଙ୍କୁ କହିରଖୁଛୁ ଯେ, କିଛିଦିନ ତଳେ ଓଲିଉଡ ସିନେମା ନିର୍ଦ୍ଦେଶକ ସୁଧାକର ବସନ୍ତ ମଧ୍ୟ ଯାତ୍ରା ଜଗତରେ ଯୋଗ ଦେଇଥିଲେ । ପରିସ୍ଥିତିରେ ପଡି ସେ ଯାତ୍ରାକୁ ଆସିଥିବା ଗଣମାଧ୍ୟମରେ କହିଥିଲେ ... ପଢନ୍ତୁ - ସମସ୍ତେ ହାତ ଛାଡିଦେଲେ, ପରିସ୍ଥିତିରେ ପଡ଼ି ଯାତ୍ରାକୁ ଆସିଲି- ସୁଧାକର ବସନ୍ତ