Anuprash Mohanty: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ (MP Anubhav Mohanty family) ପରିବାରକୁ ବିବାଦ ପିଛା ଛାଡୁନ‌ାହିଁ। କେତେବେଳେ ବର୍ଷା ପ୍ରିୟଦର୍ଶିନଙ୍କ (Varsha Priyadarshini) ଘରୋଇ କଳହ ପାଇଁ ଚର୍ଚ୍ଚାରେ ରହୁଛନ୍ତି ଅନୁଭବ ମହାନ୍ତି ତ ଆଉ କେତେବେଳେ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ (Jagrati Shukla) ସହ ଫଟୋ ସେୟାର କରି ଆଲୋଚନାର ପରିଧି ଭିତରକୁ ଆସୁଛନ୍ତି । ତେବେ, ଏହାରି ଭିତରେ ଆଉ ଏକ ବିବାଦରେ ଛନ୍ଦି ହୋଇଛନ୍ତି ସାଂସଦଙ୍କ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତି (Anuprash Mohanty) ।


COMMERCIAL BREAK
SCROLL TO CONTINUE READING

ALSO READ: Odisha Election 2024: ଦ୍ୱିତୀୟ ନିର୍ବାଚନ-୧୯୬୧: ଓଡ଼ିଶାର ପ୍ରଥମ ମେଣ୍ଟ ଯାହା ତିଷ୍ଠିପାରି ନଥିଲା


ବ୍ୟାଙ୍କ ଋଣ ସୁଝି (loan default) ନ ପାରିବାରୁ ବିବାଦ ଘେରକୁ ଆସିଛନ୍ତି ଅନୁଭବଙ୍କ ଭାଇ ଅନୁପ୍ରାସ୍ ମହାନ୍ତି। ଏ-ନେଇ ଆଜି କଟକ ଖାନନଗର ସ୍ଥିତ ଅନୁପ୍ରାସଙ୍କ ଭଡ଼ା ଘରେ ପହଞ୍ଚିଛି ବ୍ୟାଙ୍କ ରିକଭରି ଚିମ୍ । ସୂଚାନା ଯୋଗ୍ୟ, ଅନୁପ୍ରାସ୍ ମହାନ୍ତି ୫୦ ଲକ୍ଷ ଟଙ୍କା ଋଣ ନେଇ ଥିବା ବେଳେ ଅନାଦେୟ ଯୋଗୁଁ ବ୍ୟାଙ୍କ ରିକଭରୀ ଟିମ୍  ଆଜି ଅନୁପ୍ରାସଙ୍କ ଘରେ ପହଞ୍ଚି ଯାଂଚ ଆରମ୍ଭ କରିଛି।  


ନିକଟରେ , ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତିଙ୍କ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ଦେହାନ୍ତ ହୋଇଥିଲା।  ଦୀର୍ଘବର୍ଷ ଧରି ଅଭୟ ମହାନ୍ତି ଅସୁସ୍ଥ ଥିଲେ।  ସୂଚନା ଯୋଗ୍ୟ, ଦୀର୍ଘଦିନ ହେଲା କିଡନୀ ରୋଗରେ ପୀଡିତ ଥିଲେ ଅନୁଭବ ମହାନ୍ତିଙ୍କ (MP Anubhav Mohanty) ପିତା ଅଭୟ ମହାନ୍ତି (Abhaya Kumar Mohanty)। ସୂଚନାନୁଯାୟୀ, ତାଙ୍କର ଡାଇଲିସିସ୍‌ ଚାଲିଥିଲା । ନିୟମିତ ଭାବେ ବାପାଙ୍କୁ ହସ୍ପିଟାଲ ନେବା ଆଣିବା କରୁଥିଲେ ଅନୁଭବ ମହାନ୍ତି । ତେବେ ,ତାଙ୍କ ବାପାଙ୍କ ଦେହାନ୍ତ ପରେ ଦୁଃଖରେ ଭାଙ୍ଗିପଡିଥିଲେ ପୂରା ପରିବାର।