'ଫୁଲ ଔର କାଣ୍ଟେ'ର ରିମେକ କରିବେ ଅଜୟ ଦେବଗନ
Advertisement

'ଫୁଲ ଔର କାଣ୍ଟେ'ର ରିମେକ କରିବେ ଅଜୟ ଦେବଗନ

ନିଜ ଡେବ୍ୟୁ ଫିଲ୍ମର ରିମେକ କରିବେ ଅଜୟ ଦେବଗନ । ଫିଲ୍ମ  ପାଇଁ ରଖିଛନ୍ତି କିଛି ସର୍ତ୍ତାବଳୀ । ନୂଆ ଚେହେରାଙ୍କୁ ମିଳିପାରେ ସୁଯୋଗ । ନୂଆ ଫିଲ୍ମ ନେଇ ଖୁଲାସା କଲେ ବଲିଉଡ ଅଭିନେତା ଅଜୟ ।

'ଫୁଲ ଔର କାଣ୍ଟେ'ର ରିମେକ କରିବେ ଅଜୟ ଦେବଗନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା  ଅଜୟ ଦେବଗନ (Ajay Devgan)  ନିଜ ଅପକମିଂ ଫିଲ୍ମ ପାଇଁ ଚର୍ଚ୍ଚାରେ ଅଛନ୍ତି । ରନୱେ -୩୪ରେ ଆଉ କିଛି ଦିନ ପରେ ମାନେ ୨୯ ଏପ୍ରିଲରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ପାଇଁ ଜୋରସୋର ପ୍ରମୋସନରେ ଲାଗିପଡ଼ିଛନ୍ତି ଷ୍ଟାରକାଷ୍ଟ । ରନୱେ -୩୪ (Runway-34)ରେ ଅଜୟ ଦେବଗନଙ୍କ ସହ ସୁପରଷ୍ଟାର ଅମିତାଭ ବଚ୍ଚନ (Amitabh bachchan)ଏବଂ  ଅଭିନେତ୍ରୀ ରାକୁଲ ପ୍ରୀତ (Rakul Preet Singh) ନଜର ଆସିବେ । ଏହି ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି । ଅଜୟଙ୍କ ଫିଲ୍ମ ଏବଂ ଅଭିନୟକୁ ଦର୍ଶକ ପସନ୍ଦ କରନ୍ତି । ସେ ୧୯୯୧ ମସିହାରେ ବଲିଉଡରେ ନିଜ କ୍ୟାରିୟରର ଆରମ୍ଭ କରିଥିଲେ । ଫିଲ୍ମ   "ଫୁଲ ଔର  କାଣ୍ଟେ " ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ।

ତାଙ୍କର ପ୍ରଥମ ଫିଲ୍ମ ହିଟ୍ ହୋଇଥିଲା । ଏପରିକି ଏହି ଫିଲ୍ମ ପାଇଁ ଅଜୟଙ୍କୁ    "ଫିଲ୍ମ ଫେୟାର ଆୱାର୍ଡ'  ମଧ୍ୟ  ମିଳିଥିଲା । ନିଜ ଫିଲ୍ମ ରନୱେ -୩୪ ପାଇଁ ବ୍ୟସ୍ତ ଥିବା ଅଜୟ ନିକଟରେ ବଡ଼ ଖୁଲାସା କରିଛନ୍ତି । ସେ  ତାଙ୍କ ଡେବ୍ୟୁ ଫିଲ୍ମ  "ଫୁଲ ଔର କାଣ୍ଟେ" (Phool Aur Kante)ର ରିମେକ ପ୍ରସ୍ତୁତ କରିବେ ବୋଲି କହିଛନ୍ତି  । ନିଜ ବଲିଉଡ ସଫରରେ ଅଜୟ ଅନେକ ଉତାନ ପତନ ଦେଖିଛନ୍ତି । ହେଲେ ସେ କେବେ ପଛକୁ ଫେରିନାହାନ୍ତି ବୋଲି ସାକ୍ଷାକତକାରରେ କହିଛନ୍ତି । ଏହି ରିମେକ ଫିଲ୍ମରେ ନୂଆ ଚେହେରାକୁ ଦେଖିବାକୁ ମିଳିବ  ବୋଲି ଅଜୟ କହିଛନ୍ତି। ସେ ଏହି ଫିଲ୍ମର ପୁରୁଣା ଭର୍ସନରେ ପରିବର୍ତ୍ତନ କରିବେ । ଏହି ଫିଲ୍ମକୁ ନୂଆ ଚେହେରାର ଆବଶ୍ୟକ ଅଛି ବୋଲି ଅଜୟ କହିଛନ୍ତି । ଅଜୟଙ୍କ ଫିଲ୍ମ ଫୁଲ ଔର କାଣ୍ଟେକୁ ଚଳିତ ବର୍ଷ ନଭେମ୍ବର ମାସକୁ ୩୧ ବର୍ଷ ପୁରିଯିବ । କୁକୁ କୋହଲୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା ଏହି ଫିଲ୍ମ ।

Also Read: ଅଭିନେତ୍ରୀ ଅମିଷା ପଟେଲଙ୍କ ନାଁରେ ଠକେଇ ଅଭିଯୋଗ

ଫିଲ୍ମରେ ଅଜୟ ଦେବଗନ ଅମରିଶ ପୁରୀଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ଭଲ ପ୍ରଦର୍ଶନ ପାଇଁ ଅଜୟଙ୍କୁ ବେଷ୍ଟ ଡେବ୍ୟୁ ଆକ୍ଟର ଆୱାର୍ଡ ମଧ୍ୟ ମିଳିଥିଲା । ଅଜୟଙ୍କରନୱେ -୩୪ ଇଦ୍ ଅବସରରେ ରିଲିଜ ହେବ । ବଲିଉଡ ଇଣ୍ଡଷ୍ଟ୍ରିର  ଅନସ୍କ୍ରିନ୍  ଷ୍ଟାଇଲିସ ଯୋଡ଼ି  ଭିତରୁ ରାକୁଲ-ଅଜୟଙ୍କ ଯୋଡ଼ି ସାମିଲ । ଫିଲ୍ମ  'ଦେ ଦେ ପ୍ୟାର ଦେ' (De De Pyar De)ଫିଲ୍ମରେ    ଉଭୟ ଏକାଠି ନଜର ଆସିଥିଲେ | ଫିଲ୍ମରେ ଦୁହିଁଙ୍କ ଯୋଡି ସମସ୍ତଙ୍କୁ ପସନ୍ଦ ଆସିଥିଲା  | ତେବେ ଏହି  ଯୋଡ଼ିଙ୍କୁ ପୁଣି ଥରେ ଫିଲ୍ମ ‘ରନୱେ -୩୪’ରେ ଦେଖିବାକୁ ପାଇବେ ଦର୍ଶକ । ରନୱେ -୩୪ ର ଟାଇଟଲ ପୂର୍ବରୁ 'ମେ-ଡେ' ରଖା ଯାଇଥିଲା । ପରବର୍ତ୍ତୀ ସମୟରେ ଫିଲ୍ମର ଟାଇଟଲରେ ପରିବର୍ତ୍ତନ କରାଯାଇଛି ରନୱେ -୩୪ ରଖାଯାଇଛି ।

Also Read: ଫେଲ ମାରିଲା ଜର୍ସି

ଅଜୟ ଦେବଗନ ଏହି ଫିଲ୍ମରେ ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଅଜୟ ୨୦୦୮ ମସିହାରୁ ଫିଲ୍ମ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ । ସେ  'ୟୁ ମି ଔର ହମ୍ ' (U me aur Hum) ଡ୍ରାମା ଫିଲ୍ମ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିଥିଲେ । ଅଜୟଙ୍କ ରନୱେ -୩୪ ଏପ୍ରିଲ ୨୯ରେ ରିଲିଜ ହେବାକୁ ଯାଉଛି । ଅଜୟଙ୍କ ଫିଲ୍ମ ସହ ଟକ୍କର ଦେବାପାଇଁ ଫ୍ଲୋରକୁ ଆସୁଛି  ଟାଇଗର ଶ୍ରଫ୍ (Tiger Shroff) ଙ୍କ ଆକ୍ସନ ଫିଲ୍ମ ହିରୋପନ୍ଥୀ-୨ (Heropanthi-2) । ଏଥିରେ ଟାଇଗରଙ୍କ ସହ ଅଭିନେତ୍ରୀ ତାରା ସୁତାରିୟା (Tara Sutariya) ଏବଂ ଭିଲେନ ଭୂମିକାରେ ନୱାଜୁଦ୍ଦିନ ସିଦ୍ଦିକି (Nawazuddin Siddiqui)ନଜର ଆସିବେ । ଏପ୍ରିଲ ୨୯ରେ ସିନେମାଘରେ ଏହି ୨ ଫିଲ୍ମ ଭିତରେ କଡ଼ା ଟକ୍କର ହେବାକୁ ଯାଉଛି  ।