Advertisement
Article Detail0/zeeodisha/odisha2666720
Zee OdishaOdisha Entertainmentମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ‘ଶିମଲୀ’ ଫିଲ୍ମର ସମସ୍ତ କର୍ମକର୍ତ୍ତା

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ‘ଶିମଲୀ’ ଫିଲ୍ମର ସମସ୍ତ କର୍ମକର୍ତ୍ତା

‘ଶିମଲୀ’ ଫିଲ୍ମ ରିଲିଜ ନହେବା ପୁର୍ବରୁ ଏହାକୁ ମିଳିଛି ଅନେକ ପ୍ରସଂଶା ଓ ପ୍ରଶସ୍ତି । ଫିଲ୍ମରେ ଥିବା ସମସ୍ତ କଳାକାର ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶିମିଳିପାଳକୁ ରକ୍ଷା କରିବାକୁ ନିଆଯାଉଥିବା ସମସ୍ତ ପ୍ରକାରର ପଦକ୍ଷେପ ଏହା ସହିତ ଜଙ୍ଗଳ ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯାଉଥିବାରୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ‘ଶିମଲୀ’ ଫିଲ୍ମର ସମସ୍ତ କର୍ମକର୍ତ୍ତା

Ollywood News: ଶିମିଳିପାଳ ଅଭ୍ୟାରଣର ଅକୁହା କାହାଣୀକୁ ନେଇ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚିତ୍ର ‘ଶିମଲୀ’ ।  ଚଳଚିତ୍ରଟି ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଉପରେ ପର୍ଯ୍ୟବେସିତ ରହିବା ସହିତ କିଭଳି ଭାବେ ଠିକାଦାର ଓ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁ କାଠ ଓ ବିଭିନ ପ୍ରାଣୀ ଛାଲ ଚୋରା ଚାଲାଣ ହେଉଛି ତାର କେତେକ  ଅକୁହା କାହାଣୀ ସିନେମା ମାଧ୍ୟମରେ ଦର୍ଶକେ ଦେଖିବାକୁ ପାଇବେ । 

‘ଶିମଲୀ’ ଫିଲ୍ମ ରିଲିଜ ନହେବା ପୁର୍ବରୁ ଏହାକୁ ମିଳିଛି ଅନେକ ପ୍ରସଂଶା ଓ ପ୍ରଶସ୍ତି । ଫିଲ୍ମରେ ଥିବା ସମସ୍ତ କଳାକାର ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶିମିଳିପାଳକୁ ରକ୍ଷା କରିବାକୁ ନିଆଯାଉଥିବା ସମସ୍ତ ପ୍ରକାରର ପଦକ୍ଷେପ ଏହା ସହିତ ଜଙ୍ଗଳ ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯାଉଥିବାରୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ।

ଏହା କେବଳ ଏକ ଫିଲ୍ମ ନୁହଁ ଏହା ଏକ ପଦକ୍ଷେପ ଯାହା ଜଙ୍ଗଳ ସୁରକ୍ଷା, ଆମ ସଂସ୍କୃତି ଓ ଭବିଷ୍ୟତକୁ ସୂଚାଏ । ଏହା ସହିତ ଫିଲ୍ମର ସମସ୍ତ କଳାକାର ପ୍ରକୃତିକୁ ବଂଚାଇବାକୁ ନିଆଯାଇଥିବା ପଦକ୍ଷେପରେ ତାଙ୍କ ସାଥୀରେ ଠିଆ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏମ କେ.ଆର୍ ପ୍ରଡକସନ୍‌ ବ୍ୟାନର ରେ ପ୍ରସ୍ତୁତ "ଶିମଲୀ" ର ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଭାର ନେଇଛନ୍ତି ଅନେକ ଚଳଚ୍ଚିତ୍ରର ସଂପାଦନା କରିଥିବା  ସୁକୁମାର ମଣି ।

Add Zee News as a Preferred Source

ତେବେ ୟୁ ସେନସର୍ ସାର୍ଟିଫିକେଟ୍ ପାଇଥିବା ଏହି ଓଡ଼ିଆ ଭିନ୍ନ ଧରଣର ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ଶ୍ରୀମତୀ ସ୍ମିତା ରାଉତ ନେଇଛନ୍ତି ଏବଂ ପରେଶ ଚନ୍ଦ୍ର ମହାନ୍ତ ଏହାର ସହ-ପ୍ରଯୋଜନ। କରିଛନ୍ତି।

ବର୍ତ୍ତମାନର ଚୁଲବୁଲି ନାୟିକା ସୂର୍ଯ୍ୟମୟୀ ମହାପାତ୍ର, ମନୋଜ ରାଉତ, ଲିପିକା ସେନାପତି, ଅନୁପ ଶାହା ,ଐଶର୍ଯ୍ୟା ବେହେରା ଓ ଚୌଧୁରୀ ବିକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ। ସ୍ମିତା ରାଉତଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ସଂଳାପ ଲେଖିଛନ୍ତି ଭାବବିନୋଦ ମହାପାତ୍ର । ସ୍ବର୍ଗତ ବାଚୁ ମୁଖାର୍ଜୀଙ୍କ ସମେତ ବିଷ୍ଣୁ ମୋହନ କବି ଏବଂ ଏସ.ବି. ସ୍ମୃତି ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅରୁଣ ମନ୍ତ୍ରୀ, ଡକ୍ଟର ନିର୍ମଳ ନାୟକ ଓ ଭାବବିନୋଦ ମହାପାତ୍ର ଗୀତ ରଚନା କରିଛନ୍ତି । ଏଥିରେ ଚାରିଟି ଗୀତ ରହିଛି। ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁବାଷ ଦାସ ଏବଂ ଶିବାଂଶୀ ଦାଶ କଣ୍ଠଦାନ କରିଛନ୍ତି । ଧ୍ରୁବାନନ୍ଦ ପଣ୍ଡା ଶିମଲୀର ସିନେମାଟୋଗ୍ରାଫର୍ ଅଛନ୍ତି । ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି । ମାର୍ଚ୍ଚ ୧୪ ରେ ମୁକ୍ତିଲାଭ କରିବାକୁ ଯାଉଥିବା ଶିମଲୀ ଉପରେ ଦର୍ଶକଙ୍କର ଅନେକ ଆଶା ଓ ଉନ୍ମାଦନା ରହିଛି । ଶିମଲୀ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚି ଚହଳ ପକାଇବ ଏବଂ ସାରା ବିଶ୍ୱ ଶିମିଳିପାଳର କାହାଣୀ ଜାଣିବେ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଯୋଜନା ସଂସ୍ଥା ଆଶା ପ୍ରକଟ କରିଛି।

Also Read- ସୁଭଦ୍ରା ଆବେଦନର ଶେଷ ତାରିଖ ୩୧ ମାର୍ଚ୍ଚ, ୩ଟି କିସ୍ତିରେ ଟଙ୍କା

Also Read- Budh Gochar 2025: ୭ ମଇ ପର୍ଯ୍ୟନ୍ତ ମୀନ ରାଶିରେ ରହିବେ ବୁଧ, ଜାଣନ୍ତୁ ପଡିବ କିପରି ପ୍ରଭାବ

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author