)
MOTORCYCLE: ଯୁବ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ପରଦାକୁ ଆସିବାକୁ ଯାଉଛି ଏକ ଭିନ୍ନ ସ୍ୱାଦର ଓଡ଼ିଆ ସିନେମା 'ମଟରସାଇକେଲ୍' । ସିନେମାର ଷ୍ଟାରକାଷ୍ଟଠୁ ଆରମ୍ଭ କରି ଗୀତ ଏବଂ କାହାଣୀ ସବୁକିଛି ରହିଛି ଖାସ୍ । ସବୁବେଳେ ଦର୍ଶକଙ୍କୁ କିଛି ନୂଆ ପ୍ରକାର ମନୋରଞ୍ଜନ ଭେଟି ଦେବାକୁ ଚେଷ୍ଟା କରୁଥିବା ଅଶ୍ୱିନଙ୍କ 'ମଟରସାଇକେଲ' ରିଲିଜ୍ ହେବାକୁ ଯାଉଛି ଡିସେମ୍ୱର ୧୯ ତାରିଖରେ ।
ସିନେମାରେ ଆପଣ ଦେଖିବାକୁ ପାଇବେ ଅଭିନେତା ଜ୍ୟୋତି ରଞ୍ଜନ ନାୟକ, ପ୍ରିତି ବିଶ୍ୱାଳ, ଅଭିଷେକ ପଣ୍ଡା, କୁନା ତ୍ରିପାଠୀ, ଆଲିସା ସାମନ୍ତରାୟ, ସୁଶାନ୍ତ ଦାସ ମହାପାତ୍ରଙ୍କ ସମେତ ଅନେକ ପ୍ରିୟ କଳାକାରଙ୍କୁ । ସିନେମାର ଗୀତ ଏବଂ ଟିଜର ନିକଟରେ ବାବୁ ଭାଈ ପ୍ରଡକ୍ସନରେ ରିଲିଜ୍ ହୋଇଛି ଯାହାକୁ ସିନେପ୍ରେମୀ ଖୁବ ପସନ୍ଦ କରିଛନ୍ତି । ସିନେମାର ଗୀତ ବର୍ତ୍ତମାନ ଟ୍ରେଣ୍ଡିଂରେ ରହିଛି ଏବଂ ଅନେକ ସୋସିଆଲ ମିଡିଆ ୟୁଜର୍ସ ଗୀତ ଗୁଡିକରେ ରିଲ୍ସ କରୁଥିବା ଦେଖିବାକୁ ମିଳିଛି । ଫ୍ୟାମିଲି ଡ୍ରାମା କମେଡିରେ ଭରପୁର ଏହି ସିନେମା ଦର୍ଶକଙ୍କୁ ନିଶ୍ଚେ ପସନ୍ଦ ଆସିବ ବୋଲି ଆଶା କରିଛନ୍ତି ପୂରା ଟିମ୍ ।
ସିନେମାର ପ୍ରଯୋଜକ ହେଉଛନ୍ତି ଝୁନିଲତା ବିଶ୍ୱାଳ ଏବଂ କାର୍ଯ୍ୟନିର୍ବାହୀ ପ୍ରଯୋଜକ ପ୍ରେରଣା ପ୍ରତୀକ୍ଷା । ସ୍କ୍ରିନ୍ ପ୍ଲେ ଏବଂ ଡାଇଲଗ୍ ଲେଖିଛନ୍ତି ଅମିତ ଏବଂ ପ୍ରଣବ । ଗୀତିକାର ଡକ୍ଟର ନିର୍ମଳ ନାୟକଙ୍କ ଗୀତକୁ ଖୁବ ସୁନ୍ଦର ଭାବରେ ମ୍ୟୁଜିକ ଦେଇଛନ୍ତି ସୋମେଶ ଶତପଥି । ଡିଓପି ଦାୟିତ୍ୱରେ ଅଛନ୍ତି ଅକ୍ଷୟ କୁମାର ନାୟକ ଏବଂ ଏଡିଟର ମାନସ କୁମାର ସାହୁ । ପବ୍ଲିସିଟି ପାର୍ଟନର ଆଇଡଲ ଓଡ଼ିଶା ଥିବା ସମୟରେ ପବ୍ଲିସିଟି ମୁଖ୍ୟ ଅଛନ୍ତି ରିତେଶ ପରିଡା । ପ୍ରଡକ୍ସନ ମ୍ୟାନେଜର ଶଙ୍କର ଥିବା ସମୟରେ ମେକଅପ ଦାୟିତ୍ୱରେ ଅଛନ୍ତି ସୌରଭ ଲେଙ୍କା ।
ଆପଣଙ୍କୁ କହିରଖୁଛୁ ଯେ, ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ ଗୋଟିଏ ପରେ ଗୋଟେ ମିଠା ସିନେମା ଦର୍ଶକଙ୍କୁ ଭେଟି ଦେଇ ଚାଲିଛନ୍ତି । ପୂର୍ବରୁ 'ଡେଲିଭରି ବୟ', 'ଡେଲିଭରି ବୟ 2', 'ଶାନ୍ତି ଆପାର୍ଟମେଣ୍ଟ ଫ୍ଲାଟ ନମ୍ୱର ୨୦୩', 'ଡଟପେନ୍', 'ସୀତା', 'ଦୁର୍ଗତୀନାଶିନୀ' ସିନେମା ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି ଦେଇସାରିଛନ୍ତି । ଅଶ୍ୱିନଙ୍କ ପ୍ରତ୍ୟକ ସିନେମାରେ ରହିଥାଏ ବେଶ୍ ନିଆରାପଣ । ପାରିବାରିକ ଏବଂ ସମାଜକୁ ଶିକ୍ଷଣୀୟ ବାର୍ତ୍ତା ଦେଉଥିବା ପରି ସିନେମା ନିର୍ଦ୍ଦେଶନା ଦେଇ ସଫଳତାର ଗୋଟେ ପରେ ପାହାଚ ଚଢୁଛନ୍ତି ଅଶ୍ୱିନ ।