ଖୁବଶୀଘ୍ର ହାତକୁ ଦି ହାତ ହେବେ ବାହୁବଲୀ !
Advertisement

ଖୁବଶୀଘ୍ର ହାତକୁ ଦି ହାତ ହେବେ ବାହୁବଲୀ !

ବିବାହ ଯୋଜନା ସମ୍ପର୍କରେ ଖୁଲାସା କଲେ ପ୍ରଭାସ । ତେବେ ନିଜ ବିବାହ ନେଇ ସେ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ତାଙ୍କୁ ଏହି ପ୍ରଶ୍ନ ମାନେ ବିବାହ ପ୍ରଶ୍ନର ଉତ୍ତର ତାଙ୍କୁ ଜଣାପଡ଼ିବ , ସେ ନିଶ୍ଚୟ ଘୋଷଣା କରିବେ । ପ୍ରଭାସଙ୍କ ଏଭଳି ଉତ୍ତର ଶୁଣି ଫ୍ୟାନ୍ସ ବି ନିରାଶ ହୋଇଛନ୍ତି । ପ୍ରଭାସଙ୍କ ଫ୍ୟାନ୍ ଅପେକ୍ଷା କରି ରହିଛନ୍ତି ଯେ , ପ୍ରଭାସ କେବେ ବିବାହ କରିବେ । ହେଲେ ପ୍ରଭାସ ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି । 

ଖୁବଶୀଘ୍ର ହାତକୁ ଦି ହାତ ହେବେ ବାହୁବଲୀ !

 ନୂଆଦିଲ୍ଲୀ : ସାଉଥ ସୁପରଷ୍ଟାର ପ୍ରଭାସ (Pravas)  ନିଜ ପର୍ସନାଲ ଲାଇଫକୁ ନେଇ ଏବେ ଲାଇମଲାଇଟ (LimeLight) ରେ ଅଛନ୍ତି । ପ୍ରଭାସଙ୍କ ନାଁ ତାଙ୍କ କୋ-ଆକ୍ଟ୍ରେସ୍ ଅନୁଷ୍କା ସେଟ୍ଟୀ (Anushka Shetty) ଙ୍କ ସହ ଅନେକ ସମୟରେ ଯୋଡ଼ା ଯାଇଛି । ଉଭୟ ଡେଟ୍ କରୁଥିବା ନେଇ ବି ଚର୍ଚ୍ଚା ହୁଏ । ବାହୁବଲୀ ଷ୍ଟାର ପ୍ରଭାସଙ୍କ ବିବାହ ଦେଖିବାକୁ ତାଙ୍କ ଅଗଣିତ ଫ୍ୟାନ୍ସ  (Fans)  ଅପେକ୍ଷା କରି ରହିଛନ୍ତି।

ହେଲେ ତାଙ୍କ ଏହି ଆଶା କେବେ ପୂରଣ ହେବ ତାହା କେବଳ ପ୍ରଭାସ ହିଁ ଜାଣିଛନ୍ତି । ବାହୁବଲୀ ଫିଲ୍ମ ରିଲିଜ ପରେ ପ୍ରଭାସଙ୍କ ବିବାହ ନେଇ ଚର୍ଚ୍ଚା ଲାଗିରହିଛି ।   ନିକଟରେ ପ୍ରଭାସ ଏକ ସାକ୍ଷାତକାରରେ ନିଜ ବିବାହ ଯୋଜନା ସମ୍ପର୍କରେ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ସେ ଯୁଆଡ଼େ ବି ଯାଆନ୍ତି ସେଠାରେ କେବଳ ତାଙ୍କୁ ତାଙ୍କ ବିବାହକୁ ନେଇ ପ୍ରଶ୍ନ ପଚରାଯାଏ । ଯେତେବେଳେ ପ୍ରଭାସଙ୍କୁ ପଚରାଯାଇଥିଲା ଯେ କ'ଣ ଆପଣ ବିବାହ ପ୍ରଶ୍ନକୁ ନେଇ ଚିଡ଼଼ନ୍ତି କି ? ସେତେବେଳେ ପ୍ରଭାସ ସଫାସଫା ମନା କରିଦେଇଥିଲେ , ମାନେ ପ୍ରଭାସ କହିଛନ୍ତି ଯେ ସେ ବିବାହ ପ୍ରଶ୍ନକୁ ନେଇ ବିଲକୁଲ ଚିଡ଼ନ୍ତି ନାହିଁ । ସେ ଜାଣିଛନ୍ତି ଯେ ଫ୍ୟାନ ତାଙ୍କ ପାଇଁ ଚିନ୍ତା କରନ୍ତି , ସେଥିପାଇଁ ସେ ଏଭଳି ପ୍ରଶ୍ନ ପଚାରୁଥାନ୍ତି ।

ଏହା ତ ସାଧାରଣ ପ୍ରଶ୍ନ । ତେବେ ନିଜ ବିବାହ ନେଇ ସେ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ତାଙ୍କୁ ଏହି ପ୍ରଶ୍ନ ମାନେ ବିବାହ ପ୍ରଶ୍ନର ଉତ୍ତର ତାଙ୍କୁ ଜଣାପଡ଼ିବ , ସେ ନିଶ୍ଚୟ ଘୋଷଣା କରିବେ । ପ୍ରଭାସଙ୍କ ଏଭଳି ଉତ୍ତର ଶୁଣି ଫ୍ୟାନ୍ସ ବି ନିରାଶ ହୋଇଛନ୍ତି । ପ୍ରଭାସଙ୍କ ଫ୍ୟାନ୍ ଅପେକ୍ଷା କରି ରହିଛନ୍ତି ଯେ , ପ୍ରଭାସ କେବେ ବିବାହ କରିବେ ।  ହେଲେ ପ୍ରଭାସ ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି । ଏହି ଅପେକ୍ଷା କେବେ ଶେଷ ହେବ ତାହା ଜଣାପଡ଼ିନାହିଁ । ପ୍ରଭାସଙ୍କ ହାତରେ ଏବେ ଅନେକ ବଡ଼ ବଡ଼ ଫିଲ୍ମର ଅଫର ରହିଛି । ସାଲାର , ଆଦିପୁରୁଷ ଭଳି ବିଗ୍ ବିଜେଟ୍ ଫିଲ୍ମ ଏବେ ରିଲିଜ ଅପେକ୍ଷାରେ । ନିକଟରେ ପ୍ରଭାସଙ୍କ ଫିଲ୍ମ ରାଧେଶ୍ୟାମ ରିଲିଜ ହୋଇଥିଲା ।