)
Govinda Health Update: ବଲିଉଡ଼ ଅଭିନେତା ଗୋବିନ୍ଦା। ଗୋବିନ୍ଦା ଏବେ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍ ନ ଥିବା ନେଇ ସୂଚନା ଦେଇଛନ୍ତି ପରିବାର ଲୋକେ। ତେବେ, ଆସନ୍ତୁ ଜାଣିବା ଗୋବିନ୍ଦା କେଉଁ ରୋଗରେ ପିଡ଼ିତ ଆଉ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା କିପରି ରହିଛି?
ସୂଚନା ଅନୁସାରେ ମଙ୍ଗଳବାର ରାତି ୮ଟା ସମୟରେ ଗୋବିନ୍ଦା ନିଜ ଘରେ ଥିବା ସମୟରେ ହଠାତ୍ ଚେତାଶୂନ୍ୟ ହୋଇପଡିଥିଲେ। ପରେ ପରିବାର ଲୋକେ ତାଙ୍କୁ କିଛି ଔଷଧ ଖାଇବାକୁ ଦେଇଥିଲେ। ହେଲେ ସେ ଅଧିକ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ମେଡିକାଲରେ ନେଇଯାଇଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା। ଏବେ ସେ ବିପଦମୁକ୍ତ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗୋବିନ୍ଦାଙ୍କୁ କୌଣସି ଗମ୍ଭୀର ରୋଗ ହୋଇ ନାହିଁ। ଏନେଇ ଡାକ୍ତର ଏସି ସିଂହ କହିଛନ୍ତି ଯେ, ଯଦି ଗୋବିନ୍ଦାଙ୍କ ଲକ୍ଷଣ କୁ ଦେଖାଯାଏ। ତେବେ, ସେ ନିମ୍ନ ରକ୍ତଚାପ, ଡିହାଇହ୍ରେସନ୍ ଓ ବିନା ପରାମର୍ଶରେ ଖାଇଥିବା ଔଷଧର ପାର୍ଶ୍ବପ୍ରତିକ୍ରିୟା ହୋଇଥାଇପାରେ। ଗୋବିନ୍ଦାଙ୍କ ପୂର୍ବରୁ ରକ୍ତଚାପ(ବ୍ଲଡ୍ ପ୍ରେସର୍ ସମସ୍ୟା) ରହିଛି। ଏନେଇ ମେଡିକାଲ୍ ରେ ତାଙ୍କପ ଇସିଜି, ରକ୍ତ ପରୀକ୍ଷା ଓ ବ୍ରେନ୍ ସ୍କାନିଂ ହେଉଛି। ଯଦି ରକ୍ତଚାପ ହ୍ରାସ ହୁଏ। ତେବେ, ଔଷଧ ଦ୍ବାରା ଏହି ରୋଗକୁ ନିୟନ୍ତ୍ରଣ କରି ହେବ। ଯଦି ରିପୋର୍ଟରେ ଦିର୍ଘ କାଳିନୀ ହୃହୟ (ହାର୍ଟ -ଡିଜିସ୍ )କିମ୍ବା ମସ୍ତିସ୍କ ସମସ୍ୟା ଥାଏ। ତେବେ, ଚିକିତ୍ସା ପାଇଁ ଏହା ଅଧିକ ସମୟ ଲାଗିବ।
ମୁଚ୍ଛା ହେବା ବା ଚେତାଶୂନ୍ୟ ହେବା ଏକ ସାଧାରଣ ସମସ୍ୟା ନୁହେଁ। ଶରୀରର ଅଧିକ ଗରମ ହେବାରୁ କିମ୍ବା ଚାପ ଯୋଗୁଁ ମଧ୍ୟ ହୋଇପାରେ। ଯହି ଏହା ବାରମ୍ବାର ହୁଏ। ତେବେ, ଏହା ମଣିଷର ଜୀବନ ମଧ୍ୟ କୌଣସି ମୁହୁର୍ତ୍ତରେ ନେଇପାରେ। ଏହି ରୋଗ ସାଧାରଣତଃ ୬୦ ବର୍ଷ ବ୍ୟକ୍ତିଙ୍କ ଠାରେ ଦେଖାଯାଏ। ହୃଦଘାତ , ବ୍ରେନ୍ ଷ୍ଟୋକ୍ ଓ ବ୍ଲଡ ସୁଗାର(ଡାଇବେଟିସ୍)ର ଲକ୍ଷଣ ହୋଇପାରେ। ସିଙ୍କୋପ୍ (syncope) ଏହି ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକେ ଆକ୍ରାନ୍ତ ହେଉଛନ୍ତି। ଯଦି କେହି ଏଭଳି ବାରମ୍ବାର ଚେତାଶୂନ୍ୟ ହୋଇପଡୁଛନ୍ତି। ତେବେ, ସେମାନଙ୍କୁ ଡାକ୍ତରୀ ପରୀକ୍ଷା କରିନେବା ଉଚିତ୍।
ସୂଚନା ଅନୁସାରେ, ଗତବର୍ଷ ଅକ୍ଟୋବର ମାସରେ ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜିଥିଲା। ସେ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଭୁଲ ବସତଃ ନିଜକୁ ଗୁଳି କରିଥିଲେ। ପରେ ତାଙ୍କୁ ଜୁହୁର ଏକ ହସପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରେ ତାଙ୍କର ଅସ୍ତ୍ରୋପ୍ରଚାପ କରାଯାଇ ଗୁଳି ବାହାର କରାଯାଇଥିଲା।