)
Bollywood Actor Dharmendra: ଭେଟେରାନ ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ହଠାତ ଗୁରୁତର ହୋଇଛି। ତାଙ୍କୁ ଗତ ସପ୍ତାହରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଗତ କିଛି ଦିନ ଧରି ଆଇସିୟୁରେ ଥିଲେ ଯାହା ଫଳରେ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇଯାଇଥିଲା, ଯାହା ଫଳରେ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି। ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପରିବାର କିମ୍ବା ହସ୍ପିଟାଲ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଜାରି କରାଯାଇ ନାହିଁ।
ସୂଚନାଯୋଗ୍ୟ, ଧର୍ମେନ୍ଦ୍ର ଚଳିତ ବର୍ଷ ଏପ୍ରିଲରେ ଆଖି ଅସ୍ତ୍ରୋପଚାର କରିଥିଲେ। ତାଙ୍କର ଗୋଟିଏ ଆଖିରେ ଝାପ୍ସା ଦୃଷ୍ଟି ଥିଲା, ଯାହା ଫଳରେ କର୍ଣ୍ଣିଆ ଅସ୍ତ୍ରୋପଚାର କରା ପ୍ରତିରୋପଣଯାଇଥିଲା। ତାଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ମୁମ୍ବାଇର ଏକ ହସ୍ପିଟାଲରୁ ଧର୍ମେନ୍ଦ୍ରଙ୍କର ବାହାରିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଆପଣଙ୍କୁ କହିରଖୁଛୁ ଯେ, ଡିସେମ୍ବର ୮ରେ ୯୦ ବର୍ଷ ବୟସରେ ପଦାର୍ପଣ କରିବେ ଧର୍ମେନ୍ଦ୍ର ।