Advertisement
Article Detail0/zeeodisha/odisha2741263
Zee OdishaOdisha Entertainmentମେଗା ଧାରାବାହିକ ସାଥୀ ସାତ ଜନ୍ମର ହୋଇପାରିବ କି ଦେବ ଓ ଅର୍ଚ୍ଚନାର ବାହାଘର ?

ମେଗା ଧାରାବାହିକ 'ସାଥୀ ସାତ ଜନ୍ମର' ହୋଇପାରିବ କି ଦେବ ଓ ଅର୍ଚ୍ଚନାର ବାହାଘର ?

କାହାଣୀରେ ଆମେ ଦେଖିବାକୁ ପାଉଛନ୍ତି ଯେ, ଅର୍ଚ୍ଚନା ଓ ଦେବ ବିବାହ ବନ୍ଧନରେ ବାନ୍ଧି ହେବା ପୁର୍ବରୁ ପରିବାର ସମ୍ବନ୍ଧୀୟ ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇଛନ୍ତି । ବାହାଘର ଦିନ ଦେବଙ୍କ ବାପା ନଟ ବାହାଘର ସ୍ଥାନରେ ମଦ୍ୟପାନ କରି ଅଚେତ୍ ଅବସ୍ଥାରେ ପଡିଥିବାର ଦେଖାଯାଏ, ଯାହାପରେ ଘଟଣା ନାଟକୀୟ ମୋଡ଼ ନେଇଥାଏ। ବିବାହ ଜାରି ରହିବା ସମୟରେ ଭାର୍ଗବୀ ଓ ପ୍ରିନ୍ସ ବାହାଘରକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥାନ୍ତି।

ମେଗା ଧାରାବାହିକ 'ସାଥୀ ସାତ ଜନ୍ମର' ହୋଇପାରିବ କି ଦେବ ଓ ଅର୍ଚ୍ଚନାର ବାହାଘର ?

Entertainment News: ଓଡ଼ିଶାର ନମ୍ବର ୧ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସିଛି । ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ନିଚ୍ଛକ ଓ ବାସ୍ତବବାଦୀ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ । ଯେଉଁଥିପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା । ପ୍ରସାରିତ ହେବାର ଖୁବ କମ୍ ସମୟ ମଧ୍ୟରେ ବେଶ୍ ଲୋକପ୍ରିୟତା ସାଉଁଟୁଛି 'ସାଥୀ ସାତ ଜନ୍ମର' ଧାରାବାହିକ ।

କାହାଣୀରେ ଆମେ ଦେଖିବାକୁ ପାଉଛନ୍ତି ଯେ, ଅର୍ଚ୍ଚନା ଓ ଦେବ ବିବାହ ବନ୍ଧନରେ ବାନ୍ଧି ହେବା ପୁର୍ବରୁ ପରିବାର ସମ୍ବନ୍ଧୀୟ ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇଛନ୍ତି । ବାହାଘର ଦିନ ଦେବଙ୍କ ବାପା ନଟ ବାହାଘର ସ୍ଥାନରେ ମଦ୍ୟପାନ କରି ଅଚେତ୍ ଅବସ୍ଥାରେ ପଡିଥିବାର ଦେଖାଯାଏ, ଯାହାପରେ ଘଟଣା ନାଟକୀୟ ମୋଡ଼ ନେଇଥାଏ। ବିବାହ ଜାରି ରହିବା ସମୟରେ ଭାର୍ଗବୀ ଓ ପ୍ରିନ୍ସ ବାହାଘରକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥାନ୍ତି। ଅର୍ଚ୍ଚନାର ମାଆ ଆଶ୍ଚର୍ଯ୍ୟ ଓ ଦ୍ବନ୍ଦରେ ପଡ଼ିଯା'ନ୍ତି ଓ ଦେବଙ୍କ ପରିବାର ଉପରେ ତାଙ୍କ ବିଶ୍ୱାସ ଭାଙ୍ଗିଯାଏ। ଦେବ ମୁଣ୍ତରେ ସିନ୍ଦୁର ଲଗାଇବାକୁ ଯାଉଥିବା ସମୟରେ ଅର୍ଚ୍ଚନାଙ୍କ ମାଆ ଦେବଙ୍କ ଚରିତ୍ର ଉପରେ ସନ୍ଦେହ କରନ୍ତି ଏବଂ ଚିନ୍ତାରେ ପଡନ୍ତି ।

ତେବେ କ'ଣ ବିବାହ ଆଗକୁ ବଢିବ? ନା ଅର୍ଚ୍ଚନାଙ୍କ ମାଙ୍କ ସନ୍ଦେହ ଏହି ସମ୍ପର୍କକୁ ଭାଙ୍ଗିଦେବ ! ଏହି ନାଟକୀୟ ମୋଡ଼କୁ ଦେବ ଓ ଅର୍ଚ୍ଚନା କେମିତି ପାର କରି 'ସାଥୀ ସାତ ଜନ୍ମର' ହେବେ? ସବୁକିଛି ଜାଣିବାକୁ ଧାରାବାହିକର ଯାତ୍ରାରେ ନିଜକୁ ସାମିଲ କରିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ ।

Add Zee News as a Preferred Source

Also Read- LIC Money Back Plan: ପିଲାଙ୍କ ପାଠପଢା ଖର୍ଚ୍ଚ ଚିନ୍ତା ହେବ ଦୂର, ମିଳିବ ୧୯ ଲକ୍ଷ, ଜାଣନ୍ତୁ କେମିତି

Also Read- Weekly Tarot Reading: ନୂଆ ସପ୍ତାହ ୫ ରୁ ୧୧ ମଇ କେମିତି କଟିବ ? ପଢନ୍ତୁ ରାଶିଫଳ

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author