CID ଏପରି ଏକ ଶୋ’ ଯାହା ବର୍ଷ ବର୍ଷ ଧରି ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଆସିଛି। ଏହାର ଅଭିନେତାମାନେ ମଧ୍ୟ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ସମସ୍ତେ ଅଭିଜିତଙ୍କ ଭୂମିକାରେ ଅଭିନୟ କରୁଥିବା ଆଦିତ୍ୟ ଶ୍ରୀବାସ୍ତବଙ୍କୁ ଜାଣନ୍ତି ଏବଂ ଯେତେବେଳେ ତାଙ୍କ ବିବାହ ଫଟୋ ଭାଇରାଲ ହୋଇଥିଲା, ଲୋକମାନେ ହଠାତ୍ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ।
୯୦ ଦଶକରୁ CIDର କଳାକାରମାନେ ପ୍ରତ୍ୟେକ ଘରେ ପରିଚିତ ଚେହେରା ହୋଇଯାଇଛନ୍ତି, ଏବଂ ଇନସ୍ପେକ୍ଟର ଅଭିଜିତଙ୍କ ଭୂମିକାରେ ଅଭିନୟ କରୁଥିବା ଆଦିତ୍ୟ ଶ୍ରୀବାସ୍ତବ ଧାରାବାହିକର ସବୁଠାରୁ ପ୍ରିୟ ନାମ ମଧ୍ୟରୁ ଜଣେ। ଏବେ ଅନଲାଇନରେ ବର ବେଶରେ ତାଙ୍କ ଭିଡିଓ ଏବଂ ଫଟୋ ଭାଇରାଲ ହେବା ପରେ ସେ ପୁଣି ଖବରର ଶିରୋନାମା ପାଲଟିଛନ୍ତି।
CIDର ଅଭିଜିତଙ୍କ ବିବାହ:
ଆଦିତ୍ୟ ପୂର୍ବରୁ ବିବାହିତ ଏବଂ ଦୁଇଟି ଝିଅ ଆରୁଷି ଏବଂ ଅଦ୍ବିକାର ବାପା। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ତାଙ୍କ ପତ୍ନୀ ମାନସୀ ଶ୍ରୀବାସ୍ତବ ମଧ୍ୟ ଏହି ଫଟୋରେ ଅଛନ୍ତି। ତେବେ ଏହି ଫଟୋ ଓ ଭିଡିଓ ତାଙ୍କ ବାହାଘରର ନୁହେଁ ବଂର ତାଙ୍କ ବିବାହ ବାର୍ଷିକୀର। ଆଦିତ୍ୟ ଶ୍ରୀବାସ୍ତବ ଏବଂ ତାଙ୍କ ପତ୍ନୀ ମାନସୀ ଶ୍ରୀବାସ୍ତବ ୨୦୦୩ ମସିହାରେ ବିବାହ କରିଥିଲେ ଏବଂ ଚଳିତ ବର୍ଷ ନଭେମ୍ବର ୨୨ ତାରିଖରେ ସେମାନଙ୍କର ବିବାହ ବାର୍ଷିକୀକୁ ଖୁବ୍ ଧୁମଧାମରେ ପାଳନ କରିଥିଲେ।