)
Barsha Gulua Tragedy: ଦିନକୁ ଦିନ କମୁନି ବରଂ ବେଶି ତେଜିବାରେ ଲାଗିଛି ୟୁଟ୍ୟୁବର କମେଡିଆନ ଦମ୍ପତ୍ତି ଗୁଲୁଆ ଏବଂ ବର୍ଷାଙ୍କ ପାରିବାରିକ କଳି । କିଛିଦିନ ତଳୁ ସ୍ୱାମୀ ସ୍ତ୍ରୀ ନିଜ ପାରିବାରିକ କଳି ଆଣି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ତେବେ ଏହାକୁ ନେଇ ପୁଣିଥରେ ବର୍ଷା ଓ ମିଷ୍ଟର ଗୁଲୁଆ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ଗୁଲୁଆ କିଛିଦିନ ତଳେ ଅଭିଯୋଗ କରିଥିଲେ ଯେ, ବର୍ଷା ଜଣେ ଫରେନରଙ୍କ ସହ ଘର ବସେଇବା ପାଇଁ ପ୍ଲାନ କରୁଛନ୍ତି । ତାଙ୍କ ପାରିବାରିକ କଳିର କାରଣ ବର୍ଷାଙ୍କ ଅଫେୟାର ବୋଲି ଗୁଲୁଆ କହିଥିଲେ। ଗୁଲୁଆ କହିଥିଲେ ଯେ, ଗୃହାଳୟର କଥା ନ୍ୟାୟାଳୟକୁ ନିଅ...ସେଠି ଆରାମସେ ବୁଝାସୁଝା କରାଯିବ। ହେଲେ ଏମିତି ବାହାରେ ସୋସିଆଲ ମିଡିଆରେ କହି ତାଙ୍କ ଇମେଜ ଖରାପ କରୁଥିବା ନେଇ ସେ ଅଭିଯୋଗ କରିଥିଲେ।
ତେବେ ଏହାର ପ୍ରତି ଜବାବରେ ବର୍ଷା ଆଉ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ବର୍ଷା କହିଛନ୍ତି ଯେ, ମିଷ୍ଟର ଗୁଲୁଆ ଯାହା ଅଭିଯୋଗ କରିଛ ତାହା ପୂରା ମିଛ। ତମ ପଇସା ନେଇ ବା ତମ ଆଲି ମନି ନେଇ ଫରେନ ପୁଅ ସହ ସେଟେଲ ହେବା କଥା କହିଛ କାରଣ ତମେ ଓଡ଼ିଶାରେ କାହାକୁ ପାଇଲନି କାରଣ ବର୍ଷା ଓଡ଼ିଶାରେ ଏମିତି କରିଥିଲେ ତମେ ପ୍ରମାଣ ପାଇଥାନ୍ତ। ତମ ପାଖେ କୌଣସି ପ୍ରମାଣ ନାହିଁ ବୋଲି ମିଛ କହି ସିଧା ଫରେନର ନାଁ ଯୋଡୁଛ। ଏହାସହ ଆଲିମନି କଥା ବର୍ଷା କହିଛନ୍ତି ଯେ, ପଇସା ମୁଁ ମାଗିବି...ମୋ ବାପାଙ୍କ ପଇସା ତମେ ବ୍ୟବହାର କରିଛ ମୋ ପଇସା ତମେ ବ୍ୟବହାର କରିଛ ଆଉ ସେ ପଇସା ମୁଁ ଫେରସ୍ତ ମାଗୁଛି।
ଏହାସହ ଅନେକ ସିସିଟିଭି ଫୁଟେଜ୍ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବର୍ଷା। ବର୍ଷାଙ୍କ ଘରକୁ ଯାଇ ଗୁଲୁଆ କିଛି କଥାବାର୍ତ୍ତା ନକରି ଆସିଯିବାର ପ୍ରମାଣ ମଧ୍ୟ ଦେଖାଇଛନ୍ତି ବର୍ଷା। ଏହାସହ ଗୁଲୁଆଙ୍କ ଡ୍ରାଇଭର ନାଁରେ କେସ ଦେଇଛନ୍ତି ବର୍ଷା । ବାରମ୍ବାର ଗୁଲୁଆଙ୍କୁ ଥାନାରେ ହାଜର ହେବାକୁ କହିବା ପରେ ବି ବାହାନା କାଢି ସମୟ ଦେଇପାରୁନଥିବା ଅଭିଯୋଗ କରିଛନ୍ତି ବର୍ଷା। ତେବେ ଏହି ଘଟଣା ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା। ସୂଚନାଯୋଗ୍ୟ, କିଛିଦିନ ହେଲାଣି ଏହି କମେଡିଆନ ଦମ୍ପତ୍ତିଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା ଲାଗି ରହିଛି।