ପ୍ରଥମଥର ପାଇଁ 'ଦାଦାଗିରି'ରେ ଏକାଠି ହେଲେ ଦୁଇ ସୁପରଷ୍ଟାର
Advertisement

ପ୍ରଥମଥର ପାଇଁ 'ଦାଦାଗିରି'ରେ ଏକାଠି ହେଲେ ଦୁଇ ସୁପରଷ୍ଟାର

Dadagiri Hrudaya Ru TV Serial: ଏହି ଅଧ୍ୟାୟରେ ବାବୁଶାନଙ୍କୁ ଅନୁଭବଙ୍କ ସହ ଗେମ୍ ଖେଳିବା ସହ ନିଜ ଚଳଚ୍ଚିତ୍ରର ଗୀତ ଓ ନୃତ୍ୟ ମଧ୍ୟ କରିବାର ଦେଖିବାକୁ ମିଳିବ ।

ପ୍ରଥମଥର ପାଇଁ 'ଦାଦାଗିରି'ରେ ଏକାଠି ହେଲେ ଦୁଇ ସୁପରଷ୍ଟାର

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଅଭିନେତା ଅନୁଭବ ମହାନ୍ତିଙ୍କ (Anubhav Mohanty) ମେଗା ରିଆଲିଟି ଗେମ୍ ଶୋ "ଦାଦାଗିରି" ରେ ଅଭିନେତା ବାବୁଶାନ୍ ମହାନ୍ତି (Babushaan Mohanty) ଅତିଥି ଭାବେ ଭାଗ ନେବା ସହ ମଉଜ ମସ୍ତି କରିଛନ୍ତି । ଶେଷଥର ଫିଲ୍ମ ବାଳୁଙ୍ଗା ଟୋକାର ଶୀର୍ଷ ସଙ୍ଗୀତରେ ଏହି ଓଡ଼ିଶାର (Odisha) ଦୁଇ ସୁପରଷ୍ଟାର ଅନୁଭବ ଓ ବାବୁଶାନ୍ ନାଚିଥିଲେ।

ଅଭିନେତା ଅନୁଭବ ମହାନ୍ତିଙ୍କ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର (Odia Film) ଆଇ ଲଭ ୟୁ ର କଳାକାର ନମ୍ରତା ଥାପା, ପିଣ୍ଟୁ ନନ୍ଦ, ପ୍ରଯୋଜକ ଟୁଟୁ ନାୟକ, କଣ୍ଠଶିଳ୍ପୀ ଟି ସୈ।ରୀ, ଜୀ ସାର୍ଥକର ଲୋକପ୍ରିୟ ଧାରାବାହିକର ଅଭିନେତ୍ରୀ ଲିପ୍ସା ମିଶ୍ର, ଜୀନା ସାମଲ, ଜେସୀ ସାମଲ, ତୃପ୍ତି ମିରାମ୍ବିକା, ପ୍ରମୁଖ ଦାଦାଗିରି ହୃଦୟରୁ ରେ ଭାଗ ନେଇ ଦର୍ଶକଙ୍କ ମନୋମୋହି ସାରିଛନ୍ତି।

fallback

ସୁପରଷ୍ଟାର ବାବୁଶାନଙ୍କ ଅଧ୍ୟାୟଟି ଆସନ୍ତା ଶନିବାର ୧୯ ଫେବୃଆରୀରେ ଦାଦାଗିରିର ପ୍ରସାରଣ ହେବ । ଏହି ଅଧ୍ୟାୟରେ ବାବୁଶାନଙ୍କୁ ଅନୁଭବଙ୍କ ସହ ଗେମ୍ ଖେଳିବା ସହ ନିଜ ଚଳଚ୍ଚିତ୍ରର ଗୀତ ଓ ନୃତ୍ୟ ମଧ୍ୟ କରିବାର ଦେଖିବାକୁ ମିଳିବ ।