ଦିଲୀପ କୁମାରଙ୍କ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଦିଆଗଲା ରାଜକୀୟ ସମ୍ମାନ- ଦେଖନ୍ତୁ Video
Advertisement

ଦିଲୀପ କୁମାରଙ୍କ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଦିଆଗଲା ରାଜକୀୟ ସମ୍ମାନ- ଦେଖନ୍ତୁ Video

ଦିଲୀପ କୁମାର (Dilip Kumar) ଯଦିଓ ଆଜି ଆମ ସହିତ ନାହାଁନ୍ତି ତଥାପି ତାଙ୍କ ସ୍ମୃତି ସବୁବେଳେ ଆମ ହୃଦୟରେ ଜୀବନ୍ତ ରହିବ ।

 

(ଫାଇଲ ଫଟୋ)

ନୂଆଦିଲ୍ଲୀ: ବଲିଉଡର (Bollywood) ଭେଟେରାନ ଅଭିନେତା ଦିଲୀପ କୁମାର (Dilip Kumar) ଯଦିଓ ଆଜି ଆମ ସହିତ ନାହାଁନ୍ତି ତଥାପି ତାଙ୍କ ସ୍ମୃତି ସବୁବେଳେ ଆମ ହୃଦୟରେ ଜୀବନ୍ତ ରହିବ । ୯୮ ବର୍ଷର ଦିଲୀପ କୁମାରଙ୍କର ଆଜି ଦେହାନ୍ତ ହୋଇଛି ଓ ତାଙ୍କର ପାର୍ଥିବ ଶରୀରକୁ ରାଜକୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯାଇଛି । ଦିଲୀପ କୁମାର ଦେଶର ଗର୍ବ, ତେଣୁ ତାଙ୍କ ଶରୀରକୁ ତ୍ରିରଙ୍ଗାରେ ଢଙ୍କାଯାଇଥିଲା । ଦିଲୀପ କୁମାରଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ (Social media) ସବୁଆଡେ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ଇଣ୍ଟରନେଟରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଏହି ଭିଡିଓଟି ସେତେବେଳର ଯେତେବେଳେ ଦିଲୀପ କୁମାଙ୍କୁ ଆଜି ଅପରାହ୍ନ ୫ ଟାରେ ରାଜକୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯାଇଥିଲା ।

ଗତ କିଛି ଦିନ ହେବ ସେ ବହୁତ ଅସୁସ୍ଥ ଥିଲେ । ତାଙ୍କର ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା, ଯେଉଁଥିପାଇଁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଆଜି (ବୁଧବାର) ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଦିଲୀପ କୁମାରଙ୍କ ପ୍ରକୃତ ନାମ ମହମ୍ମଦ ୟୁସୁଫ ଖାନ (Mohammad Yusuf Khan) ଥିଲା । ସେ ୧୧ ଡିସେମ୍ବର ୧୯୨୨ ରେ ପାକିସ୍ତାନର (Pakistan) ପେଶୱାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାଦିନ ବିଫଳତାରେ ଅତିବାହିତ ହୋଇଥିଲା । ତାଙ୍କ ପିତା ଫଳ ବିକ୍ରି କରି ପରିବାରର ଭରଣପୋଷଣ କରୁଥିଲେ ।

 
 
 
 

 
 
 
 
 
 
 
 
 
 
 

A post shared by Viral Bhayani (@viralbhayani)

ଦେଶର ବିଭାଜନ ପରେ ଦିଲୀପ କୁମାର ପରିବାର ସହିତ ମୁମ୍ବାଇ ଆସି ଯାଇଥିଲେ । ଯେତେବେଳେ ତାଙ୍କ ପିତା ବ୍ୟବସାୟରେ କ୍ଷତି ସହିଲେ ସେତବେଳେ ଦିଲୀପ କୁମାର ରୋଜଗାର କରିବାର ଆବଶ୍ୟକତା ଅନୁଭବ କଲେ । ପ୍ରଥମେ ସେ ପୁଣେର ଏକ କ୍ୟାଣ୍ଟିନରେ ଚାକିରି କରିଥିଲେ । ଏହିଠାରେ ଦିଲୀପ କୁମାର ଅଭିନେତ୍ରୀ ଦେବିକା ରାଣୀଙ୍କୁ ଭେଟିଥିଲେ । ସେ ଯୁବକ ଦିଲୀପ କୁମାରଙ୍କୁ ଅଭିନେତା ହେବାକୁ କହିଥିଲେ । କୁହାଯାଏ ଯେ ଦେବିକା ରାଣୀ ୟୁସୁଫ ଖାନଙ୍କୁ ତାଙ୍କ ଚଳଚ୍ଚିତ୍ର ନାମ ଦିଲୀପ କୁମାର ଦେଇଥିଲେ । ଫିଲ୍ମରେ ପାଦ ଦେବା ପରେ ଦିଲୀପ ପ୍ରସିଦ୍ଧ ହୋଇଥିଲେ । ସେ ଫିଲ୍ମ ସ୍କ୍ରିନରେ ଏକ ଦୁଖୀ ଭୂମିକା ଗ୍ରହଣ କରି ଏତେ ପ୍ରସିଦ୍ଧ ହେଲେ ଯେ ଲୋକମାନେ ତାଙ୍କୁ 'ଟ୍ରାଜେଡି କିଙ୍ଗ' ବୋଲି କହିବା ଆରମ୍ଭ କଲେ । ୨୫ ବର୍ଷ ବୟସରେ ଦିଲୀପ କୁମାର ଦେଶର ଶ୍ରେଷ୍ଠ ଅଭିନେତା ହୋଇଥିଲେ ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳ: ଶପଥ ନେଲେ ୩୬ ନୂଆ ମନ୍ତ୍ରୀ, ୭ ଜଣଙ୍କ ହେଲା ପଦୋନ୍ନତି