ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ଚନ୍ଦ୍ର ବାରୋଟଙ୍କ ରବିବାର ବାନ୍ଦ୍ରାର ଏକ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । ସେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପତ୍ନୀ ଦୀପା ବାରୋଟ ଗଣମାଧ୍ୟମକୁ ସୂଚନା ଦେଇ ତାଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି । ସେ କହିଛନ୍ତି, " ଗତ ସାତ ବର୍ଷ ଧରି ପଲ୍ମୋନାରୀ ଫାଇବ୍ରୋସିସ୍ ରେ ପୀଡିତ ଥିଲେ ଚନ୍ଦ୍ର ବାରୋଟ।"
Trending Photos
)
Chandra Barot Passed Away: ଅମିତାଭ ବଚ୍ଚନଙ୍କ ଅଭିନିତ ୧୯୭୮ ଫିଲ୍ମ 'ଡନ୍'ର ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କ ପରଲୋକ ହୋଇଯାଇଛି । ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ଚନ୍ଦ୍ର ବାରୋଟଙ୍କ ରବିବାର ବାନ୍ଦ୍ରାର ଏକ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । ସେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପତ୍ନୀ ଦୀପା ବାରୋଟ ଗଣମାଧ୍ୟମକୁ ସୂଚନା ଦେଇ ତାଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି । ସେ କହିଛନ୍ତି, " ଗତ ସାତ ବର୍ଷ ଧରି ପଲ୍ମୋନାରୀ ଫାଇବ୍ରୋସିସ୍ ରେ ପୀଡିତ ଥିଲେ ଚନ୍ଦ୍ର ବାରୋଟ।"
ସୂଚନା ଅନୁଯାୟୀ, ଗୁରୁ ନାନକ ହସ୍ପିଟାଲରେ ଡକ୍ଟର ମନୀଷ ଶେଟ୍ଟୀଙ୍କ ମାର୍ଗଦର୍ଶନରେ ବାରୋଟଙ୍କୁ ଚିକିତ୍ସା କରାଯାଉଥିଲା । ପୂର୍ବରୁ ତାଙ୍କୁ ଜସଲୋକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ରିପୋର୍ଟ ଅନୁଯାୟୀ, ଫୁସଫୁସ ସମସ୍ୟା କାରଣରୁ ସେ ଗତ ୬ରୁ ୭ ବର୍ଷ ଧରି ଅସୁସ୍ଥ ଥିଲେ। ବର୍ତ୍ତମାନ ନିର୍ଦ୍ଦେଶକ ଚନ୍ଦ୍ରଙ୍କ ମୃତ୍ୟୁ ପରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।
୨୦୦୬ ମସିହାରେ ଫିଲ୍ମ 'ଡନ୍'ର ପୁନଃନିର୍ମାଣ କରିଥିବା ଏବଂ ବର୍ତ୍ତମାନ ଏହାକୁ ଫ୍ରାଞ୍ଚାଇଜ୍ ଭାବରେ ନିର୍ମାଣ କରିଥିବା ଫିଲ୍ମ ନିର୍ମାତା ଫରହାନ ଅଖତର ଚନ୍ଦ୍ର ବାରୋଟଙ୍କ ମୃତ୍ୟୁରେ ମର୍ମାହତ ହୋଇଛନ୍ତି। ନିଜ ଇନଷ୍ଟାଗ୍ରାମ ପେଜରେ ସେ ଚନ୍ଦ୍ର ବାରୋଟଙ୍କୁ ମନେ ପକାଇ ଲେଖିଛନ୍ତି ଯେ, 'ମୂଳ ଡନ୍ ର ନିର୍ଦ୍ଦେଶକ ଆଉ ଆମ ମଧ୍ୟରେ ନାହାଁନ୍ତି ଶୁଣିବା ପରେ ବହୁତ ଦୁଃଖ ଲାଗୁଛି। ତାଙ୍କ ପରିବାର ପ୍ରତି ମୋର ସମବେଦନା।'
୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଡନ୍'ର ଏହି ସଂଳାପ ଅମିତାଭ ବଚ୍ଚନଙ୍କୁ ଏକ ନୂଆ ପରିଚୟ ଦେଇଥିଲା । ବର୍ଷ ବର୍ଷ ପରେ ମଧ୍ୟ ସିନେପ୍ରେମୀ ଏହି ଫିଲ୍ମର କାହାଣୀ ଏବଂ ଗୀତଗୁଡ଼ିକୁ ମନେ ରଖିଛନ୍ତି। 'ଡନ୍' ହିନ୍ଦୀ ସିନେମାର କ୍ଲାସିକ୍ ଏବଂ କଲ୍ଟ ଫିଲ୍ମ ମଧ୍ୟରୁ ଗୋଟିଏ । ଏହାକୁ ପ୍ରଥମେ ଦର୍ଶକ ପସନ୍ଦ କରିନଥିଲେ କିନ୍ତୁ ଯେତେବେଳେ ଏହା ହିଟ୍ ହେଲା, ଏହା ଭଲ ଲାଭ କରିଥିଲା । ଅନେକ ରେକର୍ଡ ଭାଙ୍ଗି ସିନେମା ନୂଆ ରେକର୍ଡ କରିଥିଲା। ମନୋଜ କୁମାରଙ୍କ ଚଳଚ୍ଚିତ୍ର - ପୂରବ ଔର ପଶ୍ଚିମ, ଶୋର ଏବଂ ରୋଟି କପଡା ଔର ମକାନ ରେ ସହାୟକ ନିର୍ଦ୍ଦେଶକ ଭାବରେ କାମ କରିଥିଲେ ଚନ୍ଦ୍ର ବାରୋଟ। ଖୁବ କମ୍ ଲୋକ ଜାଣନ୍ତି ଯେ, ଚନ୍ଦ୍ର ବାରୋଟ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ମନୋଜ କୁମାରଙ୍କୁ ତାଙ୍କର ଚଳଚ୍ଚିତ୍ର ଗୁରୁ ଭାବେ ମାନୁଥିଲେ।
Also Read- Weekly Tarot Reading: ୨୧ରୁ ୨୭ ଜୁଲାଇ ମଧ୍ୟରେ କେମିତି କଟିବ ଦିନ ? ପଢନ୍ତୁ ୧୨ ରାଶିର ଭାଗ୍ୟଫଳ
Also Read- କ'ଣ ଏହି ଶକ୍ତିଶ୍ରୀ କାର୍ଯ୍ୟକ୍ରମ ? ଏଥିରୁ ଛାତ୍ରୀମାନେ କିପରି ହେବେ ଉପକୃତ ? ଜାଣନ୍ତୁ