Entertainment News: ଲକ୍ଷ୍ମୀଙ୍କ ପ୍ରତି ପ୍ରେମ ଏବଂ ତାଙ୍କ ମାଆଙ୍କ ଚାପ ମଧ୍ୟରେ ଭାଙ୍ଗି ପଡ଼ିଥିବା ଅକ୍ଷୟ ଶେଷରେ ବାଧ୍ୟ ହୋଇ ଲକ୍ଷ୍ମୀଙ୍କୁ ଛାଡି ଦିଅନ୍ତି ହେଲେ ରିଚାର ନକଲି ଡିଏନଏ ରିପୋର୍ଟର ତଦନ୍ତ କରିବା ପାଇଁ ଅକ୍ଷୟ ନିଷ୍ପତ୍ତି ନିଅନ୍ତି। ଏହି ସମୟରେ ସଂଯୁକ୍ତା ରିଚା ପାଇଁ ଏକ ବେବି ସାୱରର ଆୟୋଜନ କରନ୍ତି ଓ ଲକ୍ଷ୍ମୀଙ୍କୁ ଅପମାନିତ କରିବାକୁ ଜାଣିଶୁଣି ନିମନ୍ତ୍ରଣ କରିଥାନ୍ତି।
Trending Photos
)
Entertainment News: ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଭେଟିଦିଏ ଚଳଚ୍ଚିତ୍ର, ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ସବୁଥର କାହାଣୀରେ ନୂତନତ୍ତ୍ୱ ଓ ରୋମାଞ୍ଚ ଭରିଦିଏ ଜୀ ସାର୍ଥକ। ଯାହାକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କରିପାରନ୍ତି। ଏହି କାରଣ ପାଇଁ ଏହା ସାଜିଛି ଲୋକଙ୍କର ପ୍ରଥମ ପସନ୍ଦ। ଏହା ମଧ୍ୟରେ ସବୁଠୁ ଅଧିକ ଭଲପାଇବା ମିଳିଥିବା ଧାରାବାହିକ ସାଜିଛି ‘ତୁମ ବିନା’। ଯାହା ସୋମବାରରୁ ଶନିବାର ରାତ୍ର ୮.୦୦ ଘଟିକା ସମୟରେ ଜୀ ସାର୍ଥକରେ ପ୍ରସାରଣ ହେଉଛି । ଏହି ଧାରାବାହିକରେ ଆସିବାକୁ ଯାଉଛି ଏବେ ନୂଆ ମୋଡ।
ନକଲି ଗର୍ଭପାତ ରିପୋର୍ଟ ଅକ୍ଷୟଙ୍କୁ ଚୁପ୍ ରହିବାକୁ ବାଧ୍ୟ କରେ ଯାହା ଲକ୍ଷ୍ମୀଙ୍କୁ ଖୁବ କଷ୍ଟ ଦିଏ ଯାହାର ପ୍ଲାନ କରିଛି ରିଚା ନିଜେ। ଏହି ମାନସିକ ସ୍ଥିତିରେ ଲକ୍ଷ୍ମୀ ଘରୁ ବାହାରି ଯିବାକୁ ନିଷ୍ପତ୍ତି ନିଅନ୍ତି। ଅନ୍ୟ ପକ୍ଷରେ ଲକ୍ଷ୍ମୀଙ୍କ ପ୍ରତି ପ୍ରେମ ଏବଂ ତାଙ୍କ ମାଆଙ୍କ ଚାପ ମଧ୍ୟରେ ଭାଙ୍ଗି ପଡ଼ିଥିବା ଅକ୍ଷୟ ଶେଷରେ ବାଧ୍ୟ ହୋଇ ଲକ୍ଷ୍ମୀଙ୍କୁ ଛାଡି ଦିଅନ୍ତି ହେଲେ ରିଚାର ନକଲି ଡିଏନଏ ରିପୋର୍ଟର ତଦନ୍ତ କରିବା ପାଇଁ ଅକ୍ଷୟ ନିଷ୍ପତ୍ତି ନିଅନ୍ତି। ଏହି ସମୟରେ ସଂଯୁକ୍ତା ରିଚା ପାଇଁ ଏକ ବେବି ସାୱରର ଆୟୋଜନ କରନ୍ତି ଓ ଲକ୍ଷ୍ମୀଙ୍କୁ ଅପମାନିତ କରିବାକୁ ଜାଣିଶୁଣି ନିମନ୍ତ୍ରଣ କରିଥାନ୍ତି।
ଲକ୍ଷ୍ମୀ ଓ ଅକ୍ଷୟଙ୍କ ମଧ୍ୟରେ ଥିବା ପ୍ରେମ ଓ ପ୍ରଗାଢ ବିଶ୍ବାସର କଥାବସ୍ତୁକୁ ଆଧାର କରିଛି ଏହି କାହାଣୀ। ତେବେ କାହାଣୀରେ ଆଗକୁ କଣ ଘଟିବ ? କଣ ଅକ୍ଷୟ ଲକ୍ଷ୍ମୀଙ୍କୁ ପୁଣି ଆପଣାଇବେ? ରହସ୍ୟ ଉପରୁ କେବେ ଉଠିବ ପରଦା ? ଏସବୁ ଉତ୍ତର ପାଇବାକୁ ଜୀ ସାର୍ଥକରେ ପ୍ରତି ସୋମବାରରୁ ଶନିବାର ରାତି ୮.୦୦ ଘଟିକାରେ ପ୍ରସାରିତ ହେଉଥିବା ମନପସନ୍ଦର ଧାରାବାହିକ ‘ତୁମ ବିନା’ ଦେଖିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସୀଲ୍।