Advertisement
Article Detail0/zeeodisha/odisha2684684
Zee OdishaOdisha EntertainmentEntertainment News: ପୁଣି ଲୁହରେ ଭିଜିଲା କଳା ଜଗତ, କ୍ୟାନସରରେ ଚାଲିଗରେ ଏହି ଅଭିନେତ୍ରୀ

Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, କ୍ୟାନସରରେ ଚାଲିଗରେ ଏହି ଅଭିନେତ୍ରୀ

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର। ଆଉ ନାହାଁନ୍ତି ଏହି ସୁନାମଧନ୍ୟ ଅଭିନେତ୍ରୀ ଇମିଲି ଡେକ୍ୟୁନେନ୍। 

Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, କ୍ୟାନସରରେ ଚାଲିଗରେ ଏହି ଅଭିନେତ୍ରୀ

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର। ଆଉ ନାହାଁନ୍ତି ଏହି ସୁନାମଧନ୍ୟ ଅଭିନେତ୍ରୀ ଇମିଲି ଡେକ୍ୟୁନେନ୍। ବେଲଜିୟମ୍ ରେ ଏହି ଅଭିନେତ୍ରୀ ୪୩ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କ୍ୟାନସରର ରୋଗରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ଅଭିନେତ୍ରୀଙ୍କ ବିୟୋଗରେ କଳା ବେଲଜିୟମ୍ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। 

ALSO READ: ପ୍ରେମିକ ବିକ୍ରମକୁ ଭୁଲି ଏହି ଯୁବକଙ୍କୁ ଡେଟ୍ କରୁଛନ୍ତି ରାଣୀ ପଣ୍ତା, କାର୍ ଭିତରୁ ଭାଇରାଲ୍ ହେଲା ଭିଡିଓ

ସୂଚାନା ଅନୁସାରେ  ଇମିଲି ୨୦୨୩ ମସିହାରୁ (Adrenal cancer) ଆଡ୍ରେନାଲ୍ କ୍ୟାନସରରେ  ପୀଡିତ ଥିଲେ। ଏନେଇ ସେ ଚିକିତ୍ସାରେ ମଧ୍ୟ ରହିଥିଲେ।  ପ୍ୟାରିସ୍ ର ଏକ ହସପିଟାଲ୍ ରେ ଚିକିତ୍ସିତ ହେଉଥିଲେ। ହେଲେ ଗତ ରବିବାର ଦିନ ଭୋର୍ ସମୟରେ ସେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା।  ଇମିଲି ତାଙ୍କ କ୍ୟାରିୟର ଫିଲ୍ମ 'ରୋସେଟା'ରୁ ଆରମ୍ଭ କରିଥିଲେ। 

Add Zee News as a Preferred Source

ସେ ଏହି ଫିଲ୍ମରେ ଚମକ୍କାର ଅଭିନୟ କରିଥିଲେ। ଯେଉଁଥି ପାଇଁ ସେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ। ଏହା ବ୍ୟତିତ ସେ ଗୋଲଡେନ୍ ପାମ୍ ଆଓ୍ବାର୍ଡ଼ ପାଇଥିଲେ। ଫ୍ରାନ୍ସ ଭାଷାରେ ନିର୍ମିତ ହୋଇଥିବା ଫିଲ୍ମ ଗୁଡିକରେ ମଧ୍ୟ ସେ ଅଭିନୟ କରି ଅନେକ ପୁରସ୍କାର ପାଇଥିଲେ। ୨୦୦୯ ରେ ରିଲିଜ୍ ହୋଇଥିବା 'ଦି ଗାର୍ଲ ଅନ୍ ଦ ଟ୍ରେନ୍ ' ଓ ୨୦୧୨ ମସିହାରେ ' ଆଓ୍ବାର ଚିଲଡ୍ରେନ'ରେ ମଧ୍ୟ ଚମକ୍କାର ଅଭିନୟ କରିଥିଲେ। ୨୯ ଅଗଷ୍ଟ, ୧୯୮୧ ମସିହାରେ ବେଲଜିୟମ୍ ରେ ସେ ଜନ୍ମଗ୍ରହଣ କରିଥିଲେ। 

 

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author