)
Katrina Vicky Welcome First Child: ଅପେକ୍ଷାର ଘଟିଲା ଅନ୍ତ। ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ କ୍ୟାଟ୍। କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ୍। ୪୨ ବର୍ଷରେ ମାଆ ହୋଇଛନ୍ତି କ୍ୟାଟ୍ରିନା କୈଫ। ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି।
ଏନେଇ ଭିକି କୈଶଲ୍ ଓ କ୍ୟାଟ୍ରିନା କୈଫ୍ ଇନଷ୍ଟାରେ ନିଜ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଯେ,ଆମର ଖୁସିର ମୁହୂର୍ତ୍ତ ଆହୁରି ଦ୍ବି-ଗୁଣା ହୋଇଛି। ଆମ ଜୀବନରେ ଆଉ ଜଣେ ଅତିଥି ଯୋଡି ହୋଇଛି। ସେ ହେଉଛି ଆମ ପୁଅ। ଯାହାକୁ ଆପଣଙ୍କ ଆର୍ଶିବାଦ୍ କରନ୍ତୁ। ଏହି ଖବରଟି ଜଣାପଡିବା ପରେ ସୋସିଆଲ୍ ମିଡ଼ିଆରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଳ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗତ କିଛି ମାସ ଧରି,କାଟ୍ରିନା କୈଫ୍ ଏବଂ ଭିକି କୌଶଳଙ୍କ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିଲା। ଏପରିକି ବେବି ବମ୍ପରେ ନଜର ଆସିଥିଲେ କ୍ୟାଟ୍ରିନା।
କାଟ୍ରିନା କୈଫ୍ ଏବଂ ଭିକି କୌଶଳଙ୍କ ପ୍ରେମ କାହାଣୀ: ଗୋଟେ ସମୟ ଥିଲା ଭିକି -କ୍ୟାଟ୍ ଙ୍କର ପ୍ରେମ କାହାଣୀ ବେଶ୍ ଚର୍ଚ୍ଚାରେ ରହିଥିଲା। ୨୦୧୯ ମସିହାରେ ଯେତେବେଳେ ଭିକି କୌଶଳ ଏକ ରିୟଲିଟି ଶୋ'ସମୟରେ କ୍ୟାଟ୍ରିନାଙ୍କୁ ମଜାକ୍ ରେ ପ୍ରପୋଜ୍ କରିଥିଲେ । ପରେ କଫି ୱିଥ୍ କରଣରେ ଭିକି ନିଜ ମନର ନାୟିକାଙ୍କ ନାଁ କ୍ୟାଟ୍ କୁ ନେଇ ଚର୍ଚ୍ଚାରେ ଥିଲେ। ଯଦିଓ ସେମାନେ ସେମାନଙ୍କର ସମ୍ପର୍କକୁ ଗୋପନୀୟ ରଖୁଥିଲେ। ହେଲେ ପାର୍ଟି,ପବ୍ ଓ ହଲି-ଡେରେ ସେମାନେ ଏକାଠି ନଜର ଆସୁଥିଲେ। ପରେ, ୯ ଡିସେମ୍ବର,୨୦୨୧ ରେ, କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କର ବିବାହ ରାଜସ୍ଥାନରେ ବେଶ୍ ଧୁମଧାମ୍ ରେ ହୋଇଥିଲା। ତେବେ,ଏ-ହି ବିବାହରେ କେବଳ ନିକଟତମ ପରିବାର ଏବଂ ବନ୍ଧୁମାନେ ଯୋଗ ଦେଇଥିଲେ।