)
Rakul Preet Singh Weeding: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ରକୁଲ୍ ପ୍ରୀତ୍ ସିଂ(Rakul Preet Singh) । ସେ ଚଳଚିତ୍ର ନିର୍ମାତା ଜ୍ୟାକି ଭଗ୍ନାନୀଙ୍କୁ (Jackky Bhagnani) ବିବାହ କରିବେ । ଉଭୟ ୨୦୨୩ରେ ବିବାହ କରିବା ନେଇ ଖବର ସାମ୍ନାକୁ ଆସିଥିଲା । ବର୍ତ୍ତମାନ ତାଙ୍କ ବିବାହକୁ ନେଇ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି । ଏହି ଲବ୍ ବାର୍ଡ଼ ଚଳିତ ମାସ ୨୧ ତାରିଖ ଦିନ ଗୋଆରେ ବିବାହ (Rakul Preet Singh Weeding) ହେବ । ଏ-ନେଇ କପଲଙ୍କ ଘରେ ବିବାହର ସମସ୍ତ ପ୍ରସ୍ତୁତି ଏବେ ଠୁ ଆରମ୍ଭ ହୋଇଛି। କିନ୍ତୁ କେଉଁ ସ୍ଥାନରେ ବିବାହ ହେବ ସେନେଇ କୌଣସି ଅପଡେଟ୍ ଏପର୍ଯ୍ୟନ୍ତ ମିଳିନାହିଁ।
ଗତକାଲି ସେମାନଙ୍କର ବିବାହ କାର୍ଡ଼ (ବିବାହ କାର୍ଡର ଫଟୋ) ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏହି ବିବାହ ସମ୍ବନ୍ଧରେ ଆଉ ଏକ ଅପଡେଟ୍ ବାହାରିଛି। ଏହି କପଲ ସେମାନଙ୍କପର ଇକୋ ଫ୍ରେଣ୍ତଲି ବିବାହ କରିବାକୁ ଯାଉଛନ୍ତି। ଏହି କପଲ ବିବାହରେ ଯୋଗ ଦେବାକୁ ଥିବା ଅତିଥିଙ୍କୁ ଇ କାର୍ଡ ପଠାଇଛନ୍ତି। ଏହା ବ୍ୟତିତ ବିବାହରେ କୌଣସି ବାଣ ଫୁଟାଯିବନି ବୋଲି ଜଣାପଡି଼ଛି। ଏ-ପରିକି ବିବାହ ପରେ ଏହି କପଲ କିଛି ଗଛ ଲଗାଇବେ । ଏନେଇ ଏକ ଟିମ୍ ସହିତ କଥା ହୋଇଛନ୍ତି।
ତେବେ, ଏହି ଗ୍ରାଣ୍ତ ଓ୍ବେଡିଂରେ, ବଲିଉଡ଼ ସମେତ ସାଉଥର ନାମୀଦାମୀ ତାରକାମାନେ ସାମିଲ୍ ହେବେ ବୋଲି ଆଶା କରାଯାଉଛି । ଏହି କାରଣରୁ ସେମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ନୋ ଫୋନ ପଲିସି କରିବାକୁ ଯୋଜନା କରିଛନ୍ତି । ରକୁଲ ବଲିଉଡ ଛଡା ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି। ସୂଚନା ଅନୁଯାୟୀ, ‘ଦେ ଦେ ପ୍ୟାର୍ ଦେ’ ଫେମ୍ ରକୁଲ୍ ପ୍ରୀତ ଖୁବଶୀଘ୍ର ନିଜ ବୟଫ୍ରଣ୍ତ ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଭାଗ୍ନାନୀଙ୍କୁ ଦିର୍ଘ ଦିନ ଧରି ଡେଟ୍ କରି ଆସୁଥିଲେ। ଏବଂ ଅକ୍ଟୋବର ୨୦୨୧, ରେ ଏହି କପଲ ନିଜର ରିଲେସନସିପକୁ ଅଫିସିଆଲ ଘୋଷଣା କରିଥିଲେ । ଏଥିପାଇଁ ସେମାନେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ ।