)
Shah Rukh Khan: ବଲିଉଡ୍ ଅଭିନେତା ଶାହାରୁଖ୍ ଖାନ ନିଜ ଜନ୍ମଦିନ ପୂର୍ବରୁ ଫ୍ୟାନ୍ସମାନଙ୍କ ସହ ସେୟାର କଲେ ଏମିତି କିଛି କଥା। ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଅଭିନେତା ନିଜ ଜନ୍ମଦିନ ପୂର୍ବରୁ ଫ୍ୟାନ୍ସ ମାନଙ୍କ ସହ "Ask SRK" ସହ ଓ୍ବାନ୍-ଟୁ-ଓ୍ବାନ୍ କରିଥିଲେ। ଏହି ସମୟରେ ଶାହରୁଖ ଖାନ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ।ଏବଂ ଅଭିନେତା ତାଙ୍କ ଆଗାମୀ ଫିଲ୍ମ "କିଙ୍ଗ" ଏବଂ ତାଙ୍କ ଘର "ମନ୍ନତ" ବିଷୟରେ ମଧ୍ୟ ପ୍ରଶ୍ନ କରିଥିଲେ ଫ୍ୟାନ୍ସ।
ଆଗାମୀ ଫିଲ୍ମ କିଙ୍ଗ୍ କୁ ନେଇ ଶାହରୁଖ ଖାନଙ୍କ ପ୍ରତିକ୍ରିୟା ରଖିଛନ୍ତି। ଏହି ସମୟରେ,ଜଣେ ପ୍ୟାନ୍ସ ଶାହରୁଖ ଖାନଙ୍କୁ ତାଙ୍କ ଆଗାମୀ ଫିଲ୍ମ "କିଙ୍ଗ" ବିଷୟରେ ପଚାରିଥିଲେ। ପ୍ୟାନ୍ସ ପଚାରିଥିଲେ, ଯେ,"ମହାଶୟ, ଆପଣ ଆମକୁ "କିଙ୍ଗ୍" ବିଷୟରେ ଏକ ଅପଡେଟ୍ ଦେବେ କି ଆମେ ଜଣେ ଜ୍ୟୋତିଷଙ୍କୁ ଡାକିବା ଉଚିତ?" ଶାହରୁଖ ଖାନ୍ ହସି ଉତ୍ତର ଦେଇଥିଲେ ଯେ, "ନା,ନା,ସିଦ୍ଧାର୍ଥ ଆନନ୍ଦ ଜ୍ୟୋତିଷଙ୍କୁ ମୋର ଜନ୍ମ ତାରିଖ ଦେଇଛନ୍ତି। ସିଦ୍ଧାର୍ଥ ଆନନ୍ଦ "କିଙ୍ଗ୍"ର ନିର୍ଦ୍ଦେଶକ ଅଛନ୍ତି। ସେପଟେ, ଆଉ ଜଣେ ଫ୍ୟାନ୍ସ ଶାହରୁଖ ଖାନଙ୍କୁ ଆର୍ଯ୍ୟନ ଖାନଙ୍କ ବିଷୟରେ ପଚାରିଥିଲେ। ଫ୍ୟାନ୍ସ ପଚାରିଥିଲେ,ଯେ,"ଆମେ ଆପଣଙ୍କୁ ଆର୍ଯ୍ୟନ ଖାନଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ଦେଖି ପାରିବୁ କି?"ଏହାର ଉତ୍ତରରେ ଶାହରୁଖ ହସି ଦେଇ କହିଥିଲେ ଯେ, ଯଦି ସେ ମୋତେ ଏବଂ ମୋର ରାଗକୁ ସହ୍ୟ କରିପାରିବ । ତେବେ, ମୁଁ ତା ଫିଲ୍ମରେ ଅଭିନୟ କରିବା ପାଇଁ ପ୍ରସ୍ତୁତ। "
ଶାହାରୁଖ୍ ଖାନ୍, ନଭେମ୍ବର ୨ ତାରିଖରେ ତାଙ୍କ ଜନ୍ମଦିନ ପାଳନ କରିବେ। ଏ-ନେଇ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ସମୟରେ ଜଣେ ଫ୍ୟାନ୍ସ ପ୍ରଶ୍ନ କରିଥିଲେ ଯେ, ମନ୍ନତରେ ବିଷୟରେ କିଛି କୁହନ୍ତୁ ? ଏନେଇ ଶାହରୁଖ ଏକ ମଜାଦାର ଉତ୍ତର ଦେଇଥିଲେ। ଅଭିନେତା ଏହାକୁ ଭିନ୍ନ ଢଙ୍ଗରେ ଉତ୍ତର ଦେଇଥିଲେ। କିଙ୍ଗ୍ ଖାନ୍ କହିଛନ୍ତି ମନ୍ନତରେ ମୋ ପାଇଁ ରୁମ୍ ନାହିଁ। ସେଠାରେ ମୁଁ ଭଡ଼ାରେ ରହୁଛି। ସେପଟେ,ଏହି ସମୟରେ ଶାହାରୁଖ ଖାନ୍ ଙ୍କୁ ଆଉ ଜଣେ ଫ୍ୟାନ୍ସ ପ୍ରଶ୍ନ କରିଥିଲେ ଯେ, "KGF" ଷ୍ଟାର ଯଶଙ୍କ ବିଷୟରେ ପଚାରିଲେ ଏବଂ ତାଙ୍କ ବିଷୟରେ ତାଙ୍କର ମତାମତ ମାଗିଲେ। ଶାହରୁଖ ଖାନ ୟଶଙ୍କୁ ବିଷୟରେ ସୁନ୍ଦର କଥା ପଦେ କହିଥିଲେ।