Advertisement
Article Detail0/zeeodisha/odisha2842218
Zee OdishaOdisha EntertainmentEntertainment News:ବଲିଉଡ୍ ରୁ ଆସିଲା ଖୁସି ଖବର, ମା’ ହେଲେ କିଆରା ଆଡଭାନୀ

Entertainment News:ବଲିଉଡ୍ ରୁ ଆସିଲା ଖୁସି ଖବର, ମା’ ହେଲେ କିଆରା ଆଡଭାନୀ

Entertainment News: ବଲିଉଡ୍ ରୁ ଆସିଲା ଖୁସି ଖବର।  ବି-ଟାଉନ୍ ର ଷ୍ଟାର କପଲ୍ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡ଼ଭାନୀ ପିତାମାତା ହୋଇଛନ୍ତି। ୧୫ ଜୁଲାଇ ରାତିରେ କିଆରା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ କିଆରା ଓ ସିଦ୍ଧାର୍ଥ ଏହି ଖୁସି ଖବର ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ରିପୋର୍ଟ ଅନୁସାରେ, ମା’ ଏବଂ ଶିଶୁ ଉଭୟ ସୁସ୍ଥ ଅଛନ୍ତି। 

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଯେ ''ଆମ ଜୀବନର ସବୁଠାରୁ ବଡ଼ ଉପହାର… ଶୀଘ୍ର ଆସୁଛି।  ଏବଂ ଆମର ଦୁନିଆ ସବୁଦିନ ପାଇଁ ବଦଳି ଯାଇଛି। ଆମେ ଏକ ଶିଶୁ କନ୍ୟାକୁ ସ୍ୱାଗତ କରି ଧନ୍ୟ ମନେ କରୁଛୁ।'' ଏହି ପୋଷ୍ଟ ଭାଇରାଲ୍ ହେବା ପରେ,  ସୋସିଆଲ ମିଡିଆରେ ପ୍ରଶଂସକ ଏବଂ ସେଲିବ୍ରିଟିମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Add Zee News as a Preferred Source

ସୂଚନା ଅନୁଯାୟୀ, ସିଦ୍ଧାର୍ଥ ଏବଂ କିଆରା ପ୍ରଥମେ ଶେରଶାହରେ ସେମାନଙ୍କର କେମେଷ୍ଟ୍ରି ସମସ୍ତଙ୍କ ହୃଦୟ ଜିତିଥିଲେ। ଯେଉଁଠାରେ ସିଦ୍ଧାର୍ଥ କ୍ୟାପଟେନ୍‌ ବିକ୍ରମ ବାତ୍ରାଙ୍କ ଚରିତ୍ରରେ ଅଭିନୟ କରିଥିବା ବେଳେ କିଆରା ତାଙ୍କ ପ୍ରେମିକା ଡିମ୍ପଲ ଚିମାଙ୍କ ଭୂମିକାରେ ନଜର ଆସିଥିଲେ । ସେମାନଙ୍କର ରିଲ-ଲାଇଫ୍ ପ୍ରେମ କାହାଣୀ ଏକ ବାସ୍ତବ ପ୍ରେମ କାହାଣୀରେ ପରିଣତ ହୋଇଥିଲା ଏହି ଦମ୍ପତି ୨୦୨୩ ମସିହା ଫେବୃଆରୀ ୭ରେ ରାଜସ୍ଥାନର ଜୟସଲମେରସ୍ଥିତ ସୂର୍ଯ୍ୟଗଢ଼ ପ୍ୟାଲେସରେ ବିବାହ କରିଥିଲେ । ବିବାହର ଅଢେଇ ବର୍ଷ ପରେ ପ୍ରଥମ ଥର ମାତାପିତା ହୋଇଛନ୍ତି। 

ଯଦି ଆମେ ଉଭୟଙ୍କ ଫିଲ୍ମ ବିଷୟରେ କଥ ହେବା ତେବେ,ସିଦ୍ଧାର୍ଥ ମଲହୋତ୍ରା ତାଙ୍କର ଆଗାମୀ ଫିଲ୍ମ 'ପରମ ସୁନ୍ଦରୀ' ଜୁଲାଇ ୨୫ରେ ରିଲିଜ୍ ହେବାକୁ ଯାଉଛି। ଯେଉଁଥିରେ  ଜାହ୍ନବୀ କପୁର ମଧ୍ୟ ନଜର ଆସିବେ। ସେହିପରି, କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ, ମଧ୍ୟ 'ଓ୍ବାଲ୍-୨' ମଧ୍ୟ ଅଗଷ୍ଟ ୧୪ରେ ରିଲଜ୍ ହେବ।  ଯେଉଁଥିରେ ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ସହ ଅଭିନୟ କରିଛନ୍ତି ।

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author