)
Entertainment News: କଳା ଓ ସଙ୍ଗୀତ ଜଗତରେ ଶୋକର ଛାୟା। ପୁଣି ଅକାଳରେ ଚାଲିଗଲେ ଆଉ ଜଣେ କଣ୍ଠଶିଳ୍ପୀ ଓ ଅଭିନେତା ରିଷବ ଟଣ୍ତନ । ତାଙ୍କର ମୃତ୍ୟୁ ଖବରକୁ କେହି ସହଜରେ ଗ୍ରହଣ କରି ନାହାଁନ୍ତି। ମାତ୍ର ୩୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ।

ସଙ୍ଗୀତ ଜଗତରେ ଫକୀର ନାମରେ ରିଷବ ଫକୀର ନାମରେ ପରିଚିତ ଥିଲେ। ସୂଚନା ଅନୁସାରେ, ରିଷବ ସାଧାରଣତଃ ମୁମ୍ବାଇରେ ରୁହନ୍ତି। ହେଲେ ଦୀପାବଳି ପାଳନ କରିବାକୁ ସେ ଦିଲ୍ଲୀ ଆସିଥିଲେ। କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ହୃଦଘାତ ହୋଇଥିଲା। ଫଳରେ ପରିବାର ଲୋକେ ତାଙ୍କୁ ମେଡିକାଲ୍ ନେଇଯାଇଥିଲେ। ସେଠାରେ ସେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା। ଏହି ଖବର ଜଣାପଡିବା ପରେ ସାଥୀ କଳାକାର ଓ ଫ୍ୟାନ୍ସମାନେ ତାଙ୍କୁ ସୋସିଆଲ୍ ମିଡିଆରେ ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି। ଯଦି ତାଙ୍କ କ୍ୟାରିୟର ବିଷୟରେ କଥା ହେବା ତେବେ, ସେ 'Rashna: The Ray of Light', Faqeer – Living Limitless, ଓ Ishq Fakeerana ଭଳି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଛି। ସେହିପରି, ଚାନ୍ଦ ତୁ, ଫକୀର କି ଜୁବାନି, ଦୁଆ ଦୁଆ କର କେ, ୟେ ଆସିକୀ ଗୀତରେ ସେ କଣ୍ଠଦାନ କରିଛନ୍ତି। ସେହିପରି, ତାଙ୍କ ହାତରେ ଅନେକ ଗୁଡିଏ ପ୍ରୋଜେକ୍ଟ ମଧ୍ୟ ଥିଲା। କିନ୍ତୁ ଫକୀର ଗୀତଟି ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ନିକଟରେ ସେ କରବୈ ଚୌଥ୍ ର ନିଜ ପତ୍ନୀଙ୍କ ସହ ଉଠାଇଥିବା କିଛି ଫଟୋ ମଧ୍ୟ ସେୟାର କରିଛନ୍ତି।