FIFA World Cup 2022: ଦୀପିକା ପାଦୁକୋନ ଦେଶକୁ କଲେ ଗୌରବାନ୍ୱିତ, ଫିଫା ବିଶ୍ୱକପ ଟ୍ରଫି ଲଞ୍ଚ କରିଥିବା ପ୍ରଥମ ଭାରତୀୟ
Advertisement

FIFA World Cup 2022: ଦୀପିକା ପାଦୁକୋନ ଦେଶକୁ କଲେ ଗୌରବାନ୍ୱିତ, ଫିଫା ବିଶ୍ୱକପ ଟ୍ରଫି ଲଞ୍ଚ କରିଥିବା ପ୍ରଥମ ଭାରତୀୟ

FIFA World Cup 2022 Deepika Padukone: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଫିଫା ବିଶ୍ୱକପ ଟ୍ରଫିକୁ ଉନ୍ମୋଚନ କରିଥିବା ପ୍ରଥମ ଭାରତୀୟ ହୋଇଛନ୍ତି । ସୁପରଷ୍ଟାର ତଥା ଭାରତର ସର୍ବବୃହତ ଗ୍ଲୋବାଲ ଆମ୍ୱାସଡର ଫିଫା ବିଶ୍ୱକପ ଟ୍ରଫିକୁ ଏକ ସ୍ୱତନ୍ତ୍ର କମିଶନ ଟ୍ରକରେ ନେଇ ଲୁସେଲ ଷ୍ଟାଡିୟମରେ ଲଞ୍ଚ କରାଯାଇଛି । 

FIFA World Cup 2022: ଦୀପିକା ପାଦୁକୋନ ଦେଶକୁ କଲେ ଗୌରବାନ୍ୱିତ, ଫିଫା ବିଶ୍ୱକପ ଟ୍ରଫି ଲଞ୍ଚ କରିଥିବା ପ୍ରଥମ ଭାରତୀୟ

FIFA World Cup 2022 Deepika Padukone: ବିଶ୍ୱ ଦରବାରରେ ଭାରତକୁ ପୁଣି ଥରେ ଗୌରବାନ୍ୱିତ କଲେ ଦୀପିକା ପାଦୁକୋନ (Deepika Padukone) । ବଲିଉଡ ଅଭିନେତ୍ରୀ (Bollywood Actress) ଦୀପିକା ପାଦୁକୋନ ଫିଫା ବିଶ୍ୱକପ ଟ୍ରଫି (FIFA World Cup Trophy) କୁ ଉନ୍ମୋଚନ କରିଥିବା ପ୍ରଥମ ଭାରତୀୟ ହୋଇଛନ୍ତି । ସୁପରଷ୍ଟାର ତଥା ଭାରତର ସର୍ବବୃହତ ଗ୍ଲୋବାଲ ଆମ୍ୱାସଡର ଫିଫା ବିଶ୍ୱକପ ଟ୍ରଫିକୁ ଏକ ସ୍ୱତନ୍ତ୍ର କମିଶନ ଟ୍ରକରେ ନେଇ ଲୁସେଲ ଷ୍ଟାଡିୟମରେ ଲଞ୍ଚ କରାଯାଇଛି । ୬.୧୭୫ କିଲୋଗ୍ରାମ ଓଜନ ଓ ୧୮ କ୍ୟାରେଟ ସୁନା ଏବଂ ମାଲାଚାଇଟରେ ନିର୍ମିତ ଏହି ଟ୍ରଫିକୁ କେବଳ କିଛି ଖାସ୍ ଲୋକ ସ୍ପର୍ଶ ଓ ଧରି ପାରିବେ । ଯେଉଁଥିରେ ଫିଫା ବିଶ୍ୱକପର ପୂର୍ବତନ ବିଜେତା ତଥା ରାଷ୍ଟ୍ର ମୁଖ୍ୟ ସାମିଲ ଅଛନ୍ତି । ଯାହାକି ଦୀପିକା ପାଦୁକୋନଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ମାନଦଣ୍ଡ ଅଟେ । ଦୀପିକା ଏକ ସ୍ପେନୀୟ ଫୁଟବଲର୍ ସହିତ ଇଭେଣ୍ଟରେ ପ୍ରବେଶ କରିଥିଲେ, ଯାହାକୁ ଦେଖି ସମସ୍ତଙ୍କ ଉତ୍ସାହ ଏକ ଭିନ୍ନ ସ୍ତରରେ ଦେଖାଯାଇଥିଲା । 

ଏହି ଖାସ୍ ଉତ୍ସବରେ ଦୀପିକା ପାଦୁକୋନଙ୍କୁ ଧଳା ଶାର୍ଟ, ବ୍ରାଉନ୍ ଓଭରକୋଟ୍, ବ୍ଲାକ୍ ବେଲ୍ଟ  ସହ ଦେଖିବାକୁ ମିଳିଥିଲା । ଦୀପିକା ପାଦୁକୋନ ନା କେବଳ ତାଙ୍କ ଲୁକ୍ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ହାର୍ଟ ବିଟକୁ ବଢ଼ାଇ ନାହାଁନ୍ତି, ବରଂ ଷ୍ଟାଡିୟମରେ ଉପସ୍ଥିତ ହଜାର ହଜାର ଭିଡ଼ ମଧ୍ୟ ତାଙ୍କୁ କ୍ୟାପ୍ଚର କରୁଥିବାର ଦେଖିବାକୁ ମିଳିଥିଲା ।​ ଦୀପିକା ପାଦୁକୋନ ତାଙ୍କ କ୍ୟାରିଅରେ ନିଜ ଦେଶ ଭାରତକୁ ଗୌରବାନ୍ୱିତ କରିବାର ଅନେକ କାରଣ ଦେଇଛନ୍ତି । ବର୍ତ୍ତମାନ ଫିଫା ବିଶ୍ୱକପ ଟ୍ରଫିର ଲଞ୍ଚ ସହିତ ଅଭିନେତା, ନିର୍ମାତା, ଉଦ୍ୟୋଗୀ ଏବଂ ମାନସିକ ସ୍ୱାସ୍ଥ୍ୟ ଆଡଭୋକେଟ୍ ନିଜ ବିଶ୍ୱସ୍ତରୀୟ ସଫଳତାର ଛାପ ଛାଡ଼ିଛନ୍ତି ।

ଏହା ବି ପଢ଼ନ୍ତୁ:-କାରଖାନା କର୍ମଚାରୀଙ୍କ ପୁଅ, କିପରି ହେଲେ ବିଶ୍ୱ ଚାମ୍ପିଅନ୍; ପଢ଼ନ୍ତୁ ଲିଓନେଲ ମେସିଙ୍କ କାହାଣୀ

ସେପଟେ ଫିଫା ବିଶ୍ୱକପ ୨୦୨୨ (FIFA World Cup 2022) ର ଫାଇନାଲ ମ୍ୟାଚ୍ (FIF World Cup Fianl) ଗତକାଲି (ରବିବାର) ଅର୍ଥାତ୍ ୧୮ ଡିସେମ୍ବରରେ ଖେଳାଯାଇଥିଲା । କାତାରର ଲୁସେଲ ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଫ୍ରାନ୍ସର ଦଳ (Argentina vs France Final) ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ୪-୨ରେ ଫିଫା ବିଶ୍ୱକପ ୨୦୨୨ ଜିତିଛି । ଏହି ବିଜୟ ସହିତ ଲିଓନେଲ ମେସି (Lionel Messi) ଙ୍କ ବିଶ୍ୱକପ ଜିତିବାର ସ୍ୱପ୍ନ ପୂରଣ ହୋଇଛି । ଫୁଟବଲ ଦୁନିଆର ସବୁଠାରୁ ଲୋକପ୍ରିୟ ଖେଳ ବୋଲି ମନେ କରାଯାଏ, ତେଣୁ ସମଗ୍ର ଦୁନିଆ ଫିଫା ବିଶ୍ୱକପ ୨୦୨୨ ଉପରେ ନଜର ରଖିଥିଲା ।
 
ବିଶ୍ୱକପ୍ ଟ୍ରଫି ଜିତୁଥିବା ଦଳ ଟାଇଟଲ୍ ସହିତ କୋଟି କୋଟି ଟଙ୍କା ଜିତି ନେଇଛି । ଫିଫା ବିଶ୍ୱକପର ପୁରସ୍କାର ରାଶି ବହୁତ ଅଧିକ ଓ କେବଳ ବିଜେତା ଦଳ ନୁହେଁ ରନର୍ ଅପ୍ ଦଳ ମଧ୍ୟ ମାଲାମାଲ ହୋଇଛି । ଫୁଟବଲ ବିଶ୍ୱକପ (Football World Cup) ର ଏହା ୨୨ତମ ସଂସ୍କରଣ ଥିଲା, ଯେଉଁଥିରେ ପ୍ରାୟ ୩.୬ ହଜାର କୋଟି ଟଙ୍କା ପୁରସ୍କାର ରାଶି ବଣ୍ଟନ କରାଯାଇଛି । ଯଦି ଆମେ ଏହାକୁ କ୍ରିକେଟରେ ଟି-20 ବିଶ୍ୱକପ୍ (T20 World Cup Prize Money) ଓ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL Prize Money) ସହିତ ତୁଳନା କରୁ, ତେବେ ଏହା ବହୁତ ଅଧିକ ।