)
Entertainment News: ଓଡ଼ିଆଙ୍କର ସବୁଠୁ ବଡ଼ ଖୁସି ଆଉ ଆନନ୍ଦର ପର୍ବ ଦଶହରା । ମାଆଙ୍କ ଆଗମନରେ ସମସ୍ତଙ୍କ ମନ ନାଚିଉଠେ । କିଏ ମେଢ଼ ବୁଲି ମାଆଙ୍କ ଦର୍ଶନ କରି ଆନନ୍ଦିତ ହୁଅନ୍ତି ତ କିଏ ଓଡ଼ିଆ ଚଳଚ୍ଚିତ୍ର ଦେଖି ଆଉ କେହି କେହି ମ୍ୟୁଜିକ ଭିଡିଓ ଦେଖି ଖୁସି ହୁଅନ୍ତି । ଶାରଦୀୟ ପାର୍ବଣରେ ବାବୁ ବାବୁଙ୍କ ନିର୍ଦ୍ଦେଶିତ ପାଞ୍ଚଟି ଗୀତ ଏକାସାଙ୍ଗରେ ମୁକ୍ତିଲାଭ କରିଛି । ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ, ୫ ଟି ମ୍ୟୁଜିକ ଭିଡିଓର ସମସ୍ତ ପ୍ରଯୋଜକ, ସମସ୍ତ କଳାକାର ଏବଂ ବାବୁ ବାବୁ ନିଜେ ଏହି ମୁକ୍ତିଲାଭ ଉତ୍ସବରେ ଉପସ୍ଥିତ ଥିଲେ । ବହୁ ମାତ୍ରାରେ ଲୋକପ୍ରିୟତା ପାଇଥିବା ଏକାଧିକ ଅଭିନେତ୍ରୀଙ୍କୁ ନେଇ ମାଆ ଦୁର୍ଗାଙ୍କ ଉପରେ ତିନିଟି ଗୀତ ପ୍ରସ୍ତୁତ କରିଛନ୍ତି ।
ମାଆଙ୍କୁ ନେଇ ନିର୍ମାଣ କରିଥିବା ଭକ୍ତି ଗୀତ"ତୁ ପାର୍ବଣର ରାଣୀ ମୁଁ ତୋ ପୁଜାରିଣୀ" ଗୀତଟି ମଲ୍ଟି ଷ୍ଟାର୍ସଙ୍କୁ ନେଇ ପ୍ରସ୍ତୁତ ହୋଇଛି । ଜୀନା ସାମଲ ପାଣିଗ୍ରାହୀ, ଶ୍ରଦ୍ଧା ପାଣିଗ୍ରାହୀ, ପ୍ରିୟଙ୍କା ପାଣିଗ୍ରାହୀ ଏବଂ ଶୀତଲ ପଟ୍ଟନାୟକ ଭଳି ବହୁ ଅଭିଜ୍ଞ ନାୟିକାମାନେ ଏହି ଭକ୍ତି ଗୀତରେ ନୃତ୍ୟାଭିନୟ କରିଛନ୍ତି । ଗୀତ ରଚନା କରିଛନ୍ତି ଜିତେନ୍ଦ୍ର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମରେଶ ମିଶ୍ର ଏବଂ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା । ସାଇନା ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ହୋଇଥିବା ଭକ୍ତି ଗୀତକୁ ସୁଜିତ କୁମାର ଏବଂ ଆକାଶ ମିଶ୍ର ପ୍ରଯୋଜନା କରିଛନ୍ତି ।
ସେହିପରି"ମାଆ ଲୋ ତୋତେ ଅଭିନନ୍ଦନ" ଭକ୍ତି ଗୀତଟିକୁ ପ୍ରଯୋଜନା କରିଛନ୍ତି ରାଘବ ସ୍ୱାଇଁ । ଅଭିନୟ କରିଛନ୍ତି ଅଭିନେତ୍ରୀ କୁକିଜ୍ ସ୍ୱାଇଁ ଏବଂ ଦିଶା । ଗୀତ ରଚନା କରିଛନ୍ତି ସୌମ୍ୟ ରଞ୍ଜନ ବଳ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦିବ୍ୟ ଚନ୍ଦନ, କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା ଯାହା ଓଡିଶା ମ୍ୟୁଜିକ ଦ୍ୱାରା ପ୍ରସ୍ତୁତ ହୋଇଛି । "ମା ଲୋ ଦୁର୍ଗା ମା ଲୋ" ଗୀତ ଟିକୁ ପ୍ରଯୋଜନା କରିଛନ୍ତି ମିଷ୍ଟର ନନ୍ଦିକେଶ । ଗୀତ ରଚନା କରିଛନ୍ତି ସୌମ୍ୟ ରଞ୍ଜନ ବଳ, ସଙ୍ଗୀତ ନିର୍ଦ୍ଦେଶନା ଦିବ୍ୟ ଚନ୍ଦନ । ଅଭିନେତ୍ରୀ ରୁପାଲୀ ଏବଂ ଶିଶୁ କଳାକାର ଲିଚିଙ୍କର ସୁନ୍ଦର ଅଭିନୟ ଏହି ଭକ୍ତି ଗୀତରେ ଦର୍ଶକ ଦେଖିବେ ।
ଭକ୍ତି ଗୀତ ବ୍ୟତୀତ ଦୁଇଟି ଆଧୁନିକ ଗୀତ ମୁକ୍ତିଲାଭ କରିଛି । ଗୋଟିଏ କନ କନ ଏବଂ ଅନ୍ୟଟି ଶହେ ଜନମରୁ ତୋତେ ଭଲ ପାଉଛି । କନ କନ ଗୀତ ଟିକୁ ପ୍ରତ୍ୟୁଷ ପ୍ରଭଞ୍ଜନ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଶୁଭଲକ୍ଷ୍ମୀ ଗୀତଟିକୁ ଲେଖିଛନ୍ତି ଅଶୋକ ଦାସ ସେହିପରି ଗୀତରେ ଅଭିନୟ କରିଛନ୍ତି ମହାପ୍ରସାଦ ଏବଂ ପ୍ରାତିଚି । ଆର ପି ଗୁଞ୍ଜନ ଦ୍ୱାରା ପ୍ରସ୍ତୁତ କୁମାର ରୁଦ୍ରାଂଶ ପ୍ରଡ଼କସନ ଦ୍ୱାରା ପ୍ରଯୋଜିତ ହୋଇଛି । ୟୁଏସ ଓଡ଼ିଆ ପ୍ରସ୍ତୁତ ଆଧୁନିକ ଗୀତ ଶହେ ଜନମରୁ ତୋତେ ଭଲ ପାଉଛି ଗୀତରେ ଅଭିଷେକ ଏବଂ ଦିଶା ଅଭିନୟ କରିଛନ୍ତି । ଗୀତ ରଚନା କରିଛନ୍ତି ନିରଞ୍ଜନ ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରୁଦ୍ର ପ୍ରସାଦ ନାୟକ, କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଅସୀମା ପଣ୍ଡା । ତେବେ ବାବୁ ବାବୁ ପୂର୍ବରୁ ଏକା ସାଙ୍ଗରେ ୧୦ଟି ଗୀତ ରିଲିଜ୍ କରି ରେକର୍ଡ କରିଛନ୍ତି । ଓଡିଶାର କଳା, ସଂସ୍କୃତି, ପରମ୍ପରାକୁ ସ୍ଥାନ ଦେଇ ବାବୁ ବାବୁ ତାଙ୍କର ପ୍ରତ୍ୟେକ ଗୀତ ନିର୍ମାଣ କରିଥାନ୍ତି । ପାଞ୍ଚଟି ଗୀତର ଚିତ୍ରତ୍ତୋଳନ କରିଛନ୍ତି ବିଜୁ । ପାଞ୍ଚଟିଯାକ ଗୀତକୁ ଦର୍ଶକ ଏହି ଦୁର୍ଗା ପୂଜାରେ ୟୁଟୁବ ଚ୍ୟାନେଲରେ ଦେଖି ଭରପୁର ମନୋରଞ୍ଜନ ପାଇବେ ବୋଲି ନିର୍ଦ୍ଦେଶକ ବାବୁ ବାବୁ ପ୍ରକାଶ କରିଛନ୍ତି ।