)
Entertainment News: କଳା ଜଗତରୁ ଆସିଲା ଦୁଃଖଦ ଖବର। ଆଉ ନାହାଁନ୍ତି ହଲିଉଡ୍ ର ଅଭିନେତ୍ରୀ ଇମାନି ଦିଆ ସ୍ମିଥ୍। ମାତ୍ର ୨୫ ବର୍ଷ ବୟସରେ ହୋଇଛି ଦେହାନ୍ତ। ଆମେରିକାନ୍ ଡ୍ରାମା ଫିଲ୍ମ 'ଦି ଲାୟନ୍ କିଙ୍ଗ୍'(The Lion King) ରେ ତାଙ୍କର ଅଭିନୟ ଲୋକଙ୍କ ମନ କିଣିଥିଲା। ଅଭିନେତ୍ରୀଙ୍କୁ ଆମେରିକାର ନ୍ୟୁ ଜର୍ସିରେ ଆକ୍ରମଣ ହୋଇଥିଲା। କେହି ଦୁର୍ବୃତ୍ତ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ହେଲେ, ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ଇମାନି ଦିଆ ସ୍ମିଥ୍ ଙ୍କ ଅକାଳରେ ମୃତ୍ୟୁ ବରଣ କରିଛନ୍ତି। ନ୍ୟୁ ଜର୍ସିରେ ଅଭିନେତ୍ରୀଙ୍କୁ କେହି ଛୁରୀରେ ଆକ୍ରମଣ କରିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଘରୋଇ ମେଡିକାଲ୍ କୁ ନିଆଯାଇଥିଲା। ହେଲେ, ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ, ଇମାନୀଙ୍କୁ ହତ୍ୟା ପଛରେ ତାଙ୍କ ପ୍ରେମିକଙ୍କ ହାତ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଏନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ତେବେ ,ଅଭିନେତ୍ରୀଙ୍କ ଅକାଳ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଇମାନୀ 'ଦି ଲାୟନ୍ କିଙ୍ଗ୍'(The Lion King) ରେ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଯେଉଁଥିରେ ସେ ଯୁବନାଲା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ଇମାନୀଙ୍କ ମୃତ୍ୟୁ ହଲିଉଡ୍ ଜଗତକୁ ସ୍ତବ୍ଧ କରିଦେଇଛି।
ସେହିପରି ନିକଟରେ, ମାଲାୟଲମ୍ ଅଭିନେତା ଶ୍ରୀନିବାସନ୍-ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ବାଦ୍ଧକ୍ୟ ଜନିତ ରୋଗରେ ଦିର୍ଘ ଦିନ ଧରିସେ ପିଡିତ ଥିଲେ। କେରଳର ଏକ ଘରୋଇ ମେଡିକାଲ୍ ରେ ସେ ଆଖି ବୁଝିଛନ୍ତି। ତାଙ୍କର ମୃତ୍ୟୁକୁ କେହି ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ତାଙ୍କ ମୃତ୍ୟୁ ଖବର ଜଣା ପଡିବା ପରେ ସାଥୀ କଳାକାର ଓ ଫ୍ୟାନ୍ସ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।
ଶ୍ରୀନିବାସନ ପ୍ରାୟ ୫ ଦଶନ୍ଧି ଧରି ମାଲାୟଲମ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଜଡ଼ିତ ଥିଲେ। ଜଣେ କିମ୍ବଦନ୍ତୀ ଅଭିନେତା ହେବା ସହିତ,ସେ ଜଣେ ପ୍ରସିଦ୍ଧ ଲେଖକ ଏବଂ ପ୍ରଯୋଜକ ମଧ୍ୟ ଥିଲେ। ଏହି ଅଭିନେତା ୨୨୫ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ପ୍ରଶଂସକଙ୍କ ହୃଦୟରେ ସ୍ଥାନ ପାଇଥିଲେ। ତାଙ୍କ ବିୟୋଗ ମାଲାୟଲମ ଫିଲ୍ମ ଇଣ୍ତଷ୍ଟ୍ରିକୁ ଏକ ଶକ୍ତ ଝଟକା ଦେଇଛି। ଶ୍ରୀନିବାସନ୍ ମାଲାୟଲମ ସିନେମାର ଏକ ଜଣାଶୁଣା ଚେହେରା। କେରଳର କନ୍ନୁର ଜିଲ୍ଲାର ଥାଲାସେରି ନିକଟରେ ଜନ୍ମଗ୍ରହଣ କରିଥିବା ଶ୍ରୀନିବାସନ ତାଙ୍କ କ୍ୟାରିଅରରେ ୨୨୫ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ପ୍ରାୟ ପାଞ୍ଚ ଦଶନ୍ଧି ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଥିବା ତାଙ୍କ ପ୍ରଶଂସକମାନେ ତାଙ୍କ ହଠାତ୍ ବିୟୋଗରେ ମର୍ମାହତ ହୋଇପଡିଛନ୍ତି।
ଶ୍ରୀନିବାସନ ଜଣେ କଳାକାର ଥିଲେ, ଯିଏ ଅଭିନୟ ବ୍ୟତୀତ ଫିଲ୍ମ ଲେଖିଥିଲେ ଏବଂ ପ୍ରଯୋଜନା ମଧ୍ୟ କରିଥିଲେ। ସେ ତାଙ୍କର ଚମତ୍କାର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ। ନିର୍ଦ୍ଦେଶକ ଭାବରେ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ସେ ଅଭିନୟରେ ପାଦ ଥାପିଥିଲେ। ଫିଲ୍ମ ଭଦକ୍କୁନୋକ୍କିୟନ୍ତ୍ରମ (Vadakkunokkiyantram) ,'ଚିନ୍ତାବିଷ୍ଟୟା ଶ୍ୟାମଳା'(Chinthavishtayaya Shyamala) ରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ। ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ “ଭଦକ୍କୁନୋକକିୟାନଥ୍ରାମ” ମଧ୍ୟ କେରଳ ରାଜ୍ୟ ପୁରସ୍କାର ଗ୍ରହଣ କରିଥିଲା । ଏବଂ "ଚିଣ୍ଟାଭିଷ୍ଟାୟା ଶ୍ୟାମାଲା" (Chinthavishtayaya Shyamala) ମଧ୍ୟ ଏକ ଜାତୀୟ ପୁରସ୍କାର ଲାଭ କରିଥିବା ଫିଲ୍ମ।