)
Homebound: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର, ଈଶାନ ଖଟ୍ଟର ଏବଂ ବିଶାଲ ଜେଠୱାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ "ହୋମବାଉଣ୍ଡ"କୁ ନେଇ ପୂର୍ବରୁ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଚର୍ଚ୍ଚା ଆଲୋଚନା ହୋଇଛି । ବର୍ତ୍ତମାନ ସିନେପ୍ରମୀ ଏହି ସିନେମାଟିକୁ ଥିଏଟରରେ ଦେଖିପାରିବେ। ଆଜି ଫ୍ରାଇଡେ ରିଲିଜ୍ ରେ ମୁକ୍ତିଲାଭ କରୁଛି "ହୋମବାଉଣ୍ଡ"। ନୀରଜ ଘାୟୱାନଙ୍କ ନିର୍ଦ୍ଦେଶିତ ଏହି ସିନେମାଟି ଭାରତରେ ମୁକ୍ତିଲାଭ କରିବା ପୂର୍ବରୁ କିଛି ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି।
ସୂଚନା ମୁତାବକ, CBFC ୭୭ ସେକେଣ୍ଡର ଫୁଟେଜ୍ ଡିଲିଟ୍ କରିବା ସହିତ ସିନେମାରେ ୧୧ଟି ସିନ୍ ପରିବର୍ତ୍ତନ କରିଛି। ମ୍ୟାଚ୍ ସିକ୍ୱେନ୍ସକୁ ୩୨ ସେକେଣ୍ଡକୁ ଛୋଟ କରାଯାଇଛି। ବଲିଉଡ୍ ହଙ୍ଗାମାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସିନେମାଟି ରିଲିଜ୍ ପୂର୍ବରୁ ସେନ୍ସର ବୋର୍ଡରେ ପହଞ୍ଚିବା ପରେ ଯାଞ୍ଚ କମିଟି "ହୋମବାଉଣ୍ଡ" ଫିଲ୍ମ ବିଷୟରେ ଅନେକ ପ୍ରଶ୍ନ ଉଠାଇଥିଲା। ଏହା ପରେ ଏକ ସଂଶୋଧନ କମିଟି ଦ୍ୱାରା ଫିଲ୍ମଟି ସମୀକ୍ଷା କରାଯାଇଥିଲା। ସେମାନେ ଜାହ୍ନବୀଙ୍କ ଫିଲ୍ମରେ ୧୧ଟି ସିନ୍ ପରିବର୍ତ୍ତନ ନେଇ ସୁପାରିଶ କରିଥିଲେ । ସେନ୍ସର ବୋର୍ଡ ପକ୍ଷରୁ ଏହାକୁ U/A ୧୬+ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା।
ସିନେମା "ହୋମବାଉଣ୍ଡ"ରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ସିକ୍ୱେନ୍ସ ରହିଛି। ସେନ୍ସର ବୋର୍ଡ ଏହି ସିକ୍ୱେନ୍ସକୁ ମଧ୍ୟ କାଟି ଦେଇଛି। ୩୨ ସେକେଣ୍ଡର ଡାଏଲଗ ଏବଂ ଭିଜୁଆଲ୍ ମଧ୍ୟ ହଟାଇ ଦିଆଯାଇଛି। ଏହା ସହିତ, ସେନ୍ସର ବୋର୍ଡର ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ ୧୬ ସେକେଣ୍ଡର ଏକ ଅଂଶ ଏବଂ ୨୦ ସେକେଣ୍ଡର ଏକ ସଟ୍ ଯୋଡାଯାଇଛି। ସିନେମାରେ ୨ ସେକେଣ୍ଡର ଏକ ଡାଏଲଗକୁ ମ୍ୟୁଟ୍ କରାଯାଇଛି। ଏହିସବୁ ପରିବର୍ତ୍ତନ ପରେ, ଫିଲ୍ମର ଶେଷ ରନଟାଇମ୍ ୧୨୨ ମିନିଟ୍ ବା ୨ ଘଣ୍ଟା, ୨ ମିନିଟ୍ ରହିଛି ।
"ହୋମବାଉଣ୍ଡ" ଫିଲ୍ମଟି ଭାରତର ସରକାରୀ ଓସ୍କାର ଏଣ୍ଟ୍ରୀ ନେଇ ଚଳଚ୍ଚିତ୍ରର ନିର୍ମାତା ଏବଂ କଳାକାରମାନେ ଖୁସି ଅଛନ୍ତି। କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମଟିକୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ସିନେମାର ପ୍ରିମିୟର ପରେ, ହୋମବାଉଣ୍ଡର ଟିମ୍ କୁ ଖୁବ ପ୍ରଶଂସା ମିଳିଥିଲା। ଏହି ଦୃଶ୍ୟ ଦେଖି ନିର୍ଦ୍ଦେଶକ ଏବଂ କଳାକାରମାନେ ବେଶ୍ ଭାବପ୍ରବଣ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ, ହୋମବାଉଣ୍ଡ ଟୋରଣ୍ଟୋ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । ଏହା ଇଣ୍ଟରନ୍ୟାସନାଲ ପିପୁଲ୍ସ ଚଏସ୍ ଆୱାର୍ଡ ବର୍ଗରେ ଦ୍ୱିତୀୟ ରନର୍ସ ଅପ୍ ସିନେମା ହେବାରେ ସକ୍ଷମ ହୋଇଥିଲା।
ଆପଣଙ୍କୁ କହିରଖୁଛୁ ଯେ, ସିନେମା ହୋମବାଉଣ୍ଡରେ ଦୁଇ ବନ୍ଧୁଙ୍କ କାହାଣୀ ଦେଖିବାକୁ ମିଳିଛି । ବିଶାଲ ଜଣେ ଦଳିତ ପୁଅ ଭୂମିକାରେ ଅଭିନୟ କରନ୍ତି ଏବଂ ଈଶାନ ଜଣେ ମୁସଲମାନ ଚରିତ୍ରରେ ଅଭିନୟ କରନ୍ତି। ଉଭୟେ ପିଲାଦିନର ବନ୍ଧୁ। ଉଭୟ ପୋଲିସ ଚାକିରି କରିବାର ସ୍ୱପ୍ନ ଦେଖନ୍ତି। କିନ୍ତୁ ଯେତେବେଳେ ସେମାନେ ଏକାଠି ଏହି ଯାତ୍ରା ଆରମ୍ଭ କରନ୍ତି ସେତେବେଳେ ସେମାନଙ୍କ ବନ୍ଧୁତାରେ ଫାଟ ସୃଷ୍ଟି ହୁଏ।