Advertisement
Article Detail0/zeeodisha/odisha2776950
Zee OdishaOdisha Entertainmentଦର୍ଶକଙ୍କୁ ଆକର୍ଷିତ କରୁଛି ରଜ କୁଇନ୍ ୨୦୨୫ ର ଗାଲା ରାଉଣ୍ଡ

ଦର୍ଶକଙ୍କୁ ଆକର୍ଷିତ କରୁଛି 'ରଜ କୁଇନ୍ ୨୦୨୫' ର ଗାଲା ରାଉଣ୍ଡ

ପ୍ରତିବର୍ଷ ପରି ଅନେକ ଆଶାୟୀ ପ୍ରାର୍ଥୀ ଏହି ସୋ ରେ ଭାଗନେଇ ଅଡିସନ ରାଉଣ୍ଡରୁ ଆଗକୁ ଆସି ଗାଲା ରାଉଣ୍ଡରେ ପହଂଚିଛନ୍ତି । ତେବେ ଚଳିତ ବର୍ଷ 'ରଜ କୁଇନ୍'ର ଗାଲା ରାଉଣ୍ଡରେ ପ୍ରତିଯୋଗୀ ମାନେ ସମ୍ପୂର୍ଣ ଭାବେ ଏକ ଭିର୍ନ୍ନ ଓ ଆକର୍ଷଣୀୟ ପର୍ଯ୍ୟାୟ ମାଧ୍ୟମରେ ଆଗକୁ ବଢିବେ।

ଦର୍ଶକଙ୍କୁ ଆକର୍ଷିତ କରୁଛି 'ରଜ କୁଇନ୍ ୨୦୨୫' ର ଗାଲା ରାଉଣ୍ଡ

Entertainment News: ଓଡ଼ିଶାର ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦ ଏବଂ ଓଡ଼ିଆ ପର୍ବସମୂହକୁ ଗୁରୁତ୍ବ ଦେଇ ଆସୁଛି । ସେହିପରି ରଜ ପୂର୍ବରୁ ଜୀ ସାର୍ଥକରେ ପ୍ରସାରିତ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ 'ରଜ କୁଇନ୍ ୨୦୨୫', ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି । ବିଗତ ୧୩ ବର୍ଷ ଧରି ଏହି ସୋ ଓଡିଶାର ୧ ନମ୍ବର ରିଆଲିଟି ସୋ ଭାବରେ ପରିଚିତ । ଯେଉଁଥିପାଇଁ ଜୀ ସାର୍ଥକ ପାଇଛି ଅଗଣିତ ଆପଣମାନଙ୍କ ଅଶେଷ ଭଲପାଇବା ।

ଏହି ସୋ ଇଣ୍ଡଷ୍ଟ୍ରିକୁ ଅନେକ ବଛା ବଛା ଅଭିନେତ୍ରୀ ବିଗତ ଦିନରେ ଦେଇ ସାରିଛି। ପ୍ରତିବର୍ଷ ପରି ଅନେକ ଆଶାୟୀ ପ୍ରାର୍ଥୀ ଏହି ସୋ ରେ ଭାଗନେଇ ଅଡିସନ ରାଉଣ୍ଡରୁ ଆଗକୁ ଆସି ଗାଲା ରାଉଣ୍ଡରେ ପହଂଚିଛନ୍ତି । ତେବେ ଚଳିତ ବର୍ଷ 'ରଜ କୁଇନ୍'ର ଗାଲା ରାଉଣ୍ଡରେ ପ୍ରତିଯୋଗୀ ମାନେ ସମ୍ପୂର୍ଣ ଭାବେ ଏକ ଭିର୍ନ୍ନ ଓ ଆକର୍ଷଣୀୟ ପର୍ଯ୍ୟାୟ ମାଧ୍ୟମରେ ଆଗକୁ ବଢିବେ। ସବୁ ପର୍ଯ୍ୟାୟରେ ନିଜର ଚତୁରତା, ବୁଦ୍ଧିମତା ଓ କୌଶଳର ପରିଚୟ ଦେଖାଇ ପ୍ରତିଯୋଗୀ ମାନେ ଜଜ୍ ମାନଙ୍କୁ ଆକର୍ଷିତ କରିବା ସହ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟକୁ ଉତୀର୍ଣ୍ଣ ହେବେ । ପ୍ରତିଯୋଗୀ ମାନେ ଏକ ଏତିହ୍ୟ ଯାତ୍ରାରେ ଓଡ଼ିଶାର ବିଭିର୍ନ୍ନ ଏତିହ୍ୟ ସ୍ଥଳୀ ପରିଦର୍ଶନ କରିବା ସହ ନିଜର ସାହସିକ କୌଶଳ ମାଧ୍ୟମରେ ଓ ପଥପ୍ରାନ୍ତ ନାଟକ ଦ୍ୱାରା ଆଗ ପର୍ଯ୍ୟାୟକୁ ବଢିବେ। ଦର୍ଶକମାନେ ସବୁ ରାଉଣ୍ଡରେ ଭରପୁର ମନୋରଞ୍ଜନ ପାଇବା ସହ ନିଜ ନିଜ ପସନ୍ଦିତ ପ୍ରତିଯୋଗୀ ମାନଙ୍କୁ ସମର୍ଥନ ଦେବା ପାଇଁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ । 

ମେଣ୍ଟର ଭାବରେ ଓଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠିତ ହିରୋଇନ ଦିବ୍ୟା, ସୁର୍ଯ୍ୟମୟୀ, ଅନୀଷା ଓ ଅନୁଭା ବାଛି ସାରିଛନ୍ତି ତାଙ୍କର ନିଜର ନିଜର ଟିମ୍ । ଗାଲାରାଉଣ୍ଡରେ ପ୍ରତିଯୋଗିତା ଆହୁରି ଦମଦାର ହେବ କାରଣ ପ୍ରତିଯୋଗୀମାନେ ନିଜ ମେଣ୍ଟରଙ୍କ ସହାୟତାରେ ନିଜର ବେଷ୍ଟ ଦେବା ପାଇଁ ସମସ୍ତ ଚେଷ୍ଟା କରିବେ । ଚଳିତ ବର୍ଷ ଜଜ୍ ଭାବରେ ନଜର ଆସିଛନ୍ତି ଆମ ସମସ୍ତଙ୍କ ପ୍ରିୟ ଲିପି ମହାପାତ୍ର, ଶ୍ରୀତମ ଦାସ ଓ ଦେବାଶିଷ ପାତ୍ର । ଏଥର ଦେଖିବାର ଅଛି,  ସେମାନେ କାହାର ପରଫରମାନ୍ସ ଆକର୍ଷିତ ହୋଇ କାହାକୁ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟକୁ ଉତୀର୍ଣ୍ଣ କରିବେ । 
 
ପ୍ରତି ଶନିବାର ଓ ରବିବାର ରାତି ୯.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରିତ 'ରଜ କୁଇନ୍' ଏବର୍ଷ କିଛି ଅଲଗା ହେବା ସହ ସବୁ ଏପିସୋଡ ହେବ ଅନନ୍ୟ । ତେବେ କିଏ ହେବ ଚଳିତ ସିଜନର ରଜ କୁଇନ୍ ? ଜାଣିବାକୁ ଦେଖନ୍ତୁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ 'ରଜ କୁଇନ୍ ୨୦୨୫' ।

Add Zee News as a Preferred Source

Also Read- ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ବିଜେଡି ଛାଡ଼ିଲେ

Also Read- Indian Army: ଭାରତୀୟ ସେନାରେ ଯୋଗ ଦେବାର ସୁବର୍ଣ୍ଣ ସୁଯୋଗ, ଏମିତି କରନ୍ତୁ ଆବେଦନ

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author