Advertisement
Article Detail0/zeeodisha/odisha2668859
Zee OdishaOdisha EntertainmentSSMB29: ଖୁସି ଖବର, ଓଡ଼ିଶାରେ ସୁଟିଂ ହେବ ମହେଶ ବାବୁଙ୍କ ସିନେମା !

SSMB29: ଖୁସି ଖବର, ଓଡ଼ିଶାରେ ସୁଟିଂ ହେବ ମହେଶ ବାବୁଙ୍କ ସିନେମା !

ମହେଶ ବାବୁଙ୍କ  ଅଭିନୀତ ସିନେମା SSMB29 ତଳମାଳି ପର୍ବତ ରେ ସୁଟିଂ କରାଯିବା ନେଇ ସୂଚନା ମିଳିଛି । ଯେଉଁଥିପାଇଁ ସେଟ୍ ମଧ୍ୟ ପ୍ରସ୍ତୁତ ଚାଲିଥିବା କୁହାଯାଉଛି । ୟୁନିଟର ପ୍ରାୟ ପାଞ୍ଚ ଶହ ଲୋକ ପହଞ୍ଚି ସାରିଲେଣି ଆଉ ଅଳ୍ପ ଦିନ ପରେ ସୁଟିଂ ଆରମ୍ଭ ହେବ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି ।

SSMB29: ଖୁସି ଖବର, ଓଡ଼ିଶାରେ ସୁଟିଂ ହେବ ମହେଶ ବାବୁଙ୍କ ସିନେମା !

SSMB29: କୋରାପୁଟ ତଥା ଓଡ଼ିଶା ପାଇଁ ଖୁସିର ବିଷୟ । ବାହୁବଳୀ, RRRର ନିର୍ଦ୍ଦେଶକ ରାଜମୌଳି (SS Rajamouli)ଙ୍କ ସିନେମା ସୁଟିଂ ହେବ ଆମ ରାଜ୍ୟରେ । ମହେଶ ବାବୁଙ୍କ  ଅଭିନୀତ ସିନେମା SSMB29 ଦେଓମାଳିର ତଳମାଳି ପର୍ବତରେ ସୁଟିଂ କରାଯିବା ନେଇ ସୂଚନା ମିଳିଛି । ଯେଉଁଥିପାଇଁ ସେଟ୍ ମଧ୍ୟ ପ୍ରସ୍ତୁତ ଚାଲିଥିବା କୁହାଯାଉଛି । ୟୁନିଟର ପ୍ରାୟ ପାଞ୍ଚ ଶହ ଲୋକ ପହଞ୍ଚି ସାରିଲେଣି ଆଉ ଅଳ୍ପ ଦିନ ପରେ ସୁଟିଂ ଆରମ୍ଭ ହେବ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆପଣଙ୍କୁ କହିରଖୁଛୁ ଯେ, ମହେଶ ବାବୁ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଏସଏସ ରାଜମୌଲିଙ୍କ ଆକ୍ସନ-ଆଡଭେଞ୍ଚର 'ଏସଏସଏମବି୨୯'ର ସୁଟିଂ ଆରମ୍ଭ ହୋଇଛି। ଯଦିଓ ନିର୍ମାତାମାନେ ଫିଲ୍ମ ବିଷୟରେ କୌଣସି ଆନୁଷ୍ଠାନିକ ଭାବେ ଘୋଷଣା କରିନାହାଁନ୍ତି, କିନ୍ତୁ ରିପୋର୍ଟ ଅନୁଯାୟୀ, ସାଉଥ୍ ଫିଲ୍ମର ଏହି ପ୍ରସିଦ୍ଧ ନିର୍ମାତା ପ୍ରୋଜେକ୍ଟର ପ୍ରଥମ ସିଡ୍ୟୁଲ୍ ଶେଷ କରିଛନ୍ତି। ଦ୍ୱିତୀୟ ସିଡ୍ୟୁଲ୍ ର ସୁଟିଂ ପ୍ଲାନ ଓଡ଼ିଶାରେ କରାଯିବ ବୋଲି ଖବର ଆସୁଛି।

ପାରମ୍ପରିକ ଭାବରେ ସାଉଥ୍ ଫିଲ୍ମ ଗୁଡ଼ିକ ମୁଖ୍ୟତଃ କେରଳ ଏବଂ କର୍ଣ୍ଣାଟକର ପଶ୍ଚିମଘାଟରେ ସୁଟିଂ ହେଉଥିବା ସମୟରେ କିଛି ପ୍ରଯୋଜକମାନେ ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁଟିଂ କରିବାକୁ ପସନ୍ଦ କରୁଛନ୍ତି। ଆପଣଙ୍କୁ କହିରଖୁଛୁ ଯେ, ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ୨ ଦ ରୁଲର କିଛି ଦୃଶ୍ୟ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ସୁଟିଂ କରାଯାଇଥିଲା। ତେବେ ପ୍ରକୃତରେ ମହେଶ ବାବୁଙ୍କ ସିନେମା ଓଡ଼ିଶାରେ ସୁଟିଂ ହେବ କି ନାହିଁ ସେନେଇ ନିର୍ମାତାଙ୍କ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଛି ।

Add Zee News as a Preferred Source

Also Read- Surya Shani Yuti 2025: ମୀନ ରାଶିରେ ସୂର୍ଯ୍ୟ ଏବଂ ଶନିଙ୍କ ସଂଯୋଗ, ୫ ରାଶିରେ ବଡ଼ ପ୍ରଭାବ

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author