)
Humane Sagar Mystery: ସୋମବାର ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନଙ୍କ ଦେହାନ୍ତ ହୋଇଛି। ଚିକିତ୍ସାଧିନ ଅବସ୍ଥାରେ ସୋମବାର ରାତି ପ୍ରାୟ ୯ଟା ବାଜି ୮ ମିନିଟ୍ ସମୟରେ ତାଙ୍କର ଦେହାନ୍ତ ହୋଇଛି। କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁ ସଙ୍କଟାପନ୍ନ ରହିଥିଲା । ଲିଭର୍ ଓ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ ହ୍ୟୁମାନ । ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା । ଡାକ୍ତରଙ୍କ ସତଚେଷ୍ଟା ପରେ ବି ହ୍ୟୁମାନ୍ଙ୍କର ଦେହାନ୍ତ ହୋଇଥିଲା । ତେବେ ଆଜି ଏହାକୁ ନେଇ ଅନେକ ତର୍କ ବିତର୍କ ସାମ୍ନାକୁ ଆସୁଛି।
ହ୍ୟୁମାନଙ୍କ ମା ତାଙ୍କ ପିଏ ତାଙ୍କ ବନ୍ଧୁ ମାନଙ୍କ ପ୍ରତିକ୍ରିୟା ଭାଇରାଲ ହେଲା ପରେ ଏବେ ଫ୍ୟାନ୍ସ ମାନେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମୋଡକୁ ନେଇ ପ୍ରଶ୍ନ ପଚାରିଛନ୍ତି।
ପ୍ରଶ୍ନ ନମ୍ବର 1- ଯଦି ହ୍ୟୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ତାଙ୍କ ପରିବାର ଜାଣିଥିଲା ତେବେ ସେ ଲାଇଭ କନସର୍ଟ କରିବାକୁ କାହିଁକି ଯାଉଥିଲେ ?
ପ୍ରଶ୍ନ ନମ୍ବର 2- ଯଦି ସେ ଯାଉଥିଲେ ତେବେ ସେ ତାଙ୍କ ସ୍ୱଇଚ୍ଛାରେ ଯାଉଥିଲେ ନ ଟଙ୍କା ପାଇଁ ତାଙ୍କୁ କିଏ ବାଧ୍ୟ କରୁଥିଲେ ?
ପ୍ରଶ୍ନ ନମ୍ବର 3- ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲା ବେଳେ ସେ ଔଷଧ ସମୟରେ ନଉଥିଲେ ନା ନାହିଁ ସେନେଇ କେହି ତଦାରଖ କରୁଥିଲେ ନା ନାହିଁ?
ପ୍ରଶ୍ନ ନମ୍ବର 4- ଯେଉଁ ସାଥି କଳାକାର ଆଜି ତାଙ୍କ ପାଇଁ ଲୁହ ଢାଳୁଛନ୍ତି ସେମାନେ ସେତିକି ପ୍ରିୟ ବନ୍ଧୁ ହୋଇ ତାଙ୍କ ଦୁଃଖ ମାନସିକ ଚାପ ବିଷୟରେ ପଚାରୁଥିଲେ କି ?
ପ୍ରଶ୍ନ ନମ୍ବର 5- ଯଦି ପଚାରୁଥିଲେ ଏବଂ ଜାଣିଥିଲେ ତେବେ ତାଙ୍କ ସହ ସେ ଖରାପ ପରିସ୍ଥିତିରେ କାଇଁ ଛିଡ଼ା ହୋଇନଥିଲେ?
ପ୍ରଶ୍ନ ନମ୍ବର 6- ହ୍ୟୁମାନଙ୍କ ମା ଆଜି ଯେଉଁ ଅଭିଯୋଗ ଆଣିଛନ୍ତି ଗାୟିକା ଅର୍ପିତା ଚୌଧୁରୀଙ୍କ ବିଷୟରେ ତାହାର ସତ୍ୟାସତ୍ୟ କଣ?
ପ୍ରଶ୍ନ ନମ୍ବର 7- ତେବେ ଅର୍ପିତା କଣ ସତରେ ହ୍ୟୁମାନଙ୍କୁ ବ୍ୟବହାର କରି ତାଙ୍କୁ ଡିପ୍ରେସନରେ ରହିବାକୁ ବାଧ୍ୟ କରିଥିଲେ ?
ପ୍ରଶ୍ନ ନମ୍ବର 8- ହେଲେ ଗାୟିକା ଅର୍ପିତା ହ୍ୟୁମାନଙ୍କ ଜୀବନକୁ କେବେ ଆସିଲେ ଓ ସେମାନଙ୍କ ସମ୍ପର୍କ କେବେଠୁ ନିବିଡ଼ ହେଲା ସେ ବିଷୟରେ ପତ୍ନୀ ଜାଣିଥିଲେ ନା ନାହିଁ?
ପ୍ରଶ୍ନ ନମ୍ବର 9- ଯଦି ହ୍ୟୁମାନଙ୍କ ମା ସବୁକଥା ଜାଣିଥିଲେ ତେବେ ହ୍ୟୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ବେଳେ କାହିଁକି ଆଗରୁ ଗଣମାଧ୍ୟମ ସାମ୍ନାରେ କହିନଥିଲେ?
ପ୍ରଶ୍ନ ନମ୍ବର 10- ତେବେ ଏସବୁ ପ୍ରସଙ୍ଗରେ ହ୍ୟୁମାନଙ୍କ କୋ-ଆର୍ଟିଷ୍ଟ ଅର୍ପିତା, ପିଏ ଓ ବନ୍ଧୁ ପପୁ ସାମ୍ନାରେ ଆସି ପ୍ରତିକ୍ରିୟା ରଖିବା ଜରୁରୀ ନା ନାହିଁ ? ଏମିତି ଅନେକ ଅସମାହିତ ପ୍ରଶ୍ନ ସୋସିଆଲ ମିଡିଆରେ ଘୁରି ବୁଲୁଛି।