ହୁନରବାଜ ଶୋ'ର ବିଜେତା ଆକାଶ ସିଂହ
Advertisement

ହୁନରବାଜ ଶୋ'ର ବିଜେତା ଆକାଶ ସିଂହ

ରିଅଲିଟି ଶୋ ହୁନରବାଜ-ଦେଶ କୀ ଶାନ୍ ର ବିଜେତାଙ୍କ ନାଁ ଘୋଷଣା ସରିଛି । ବିହାରର ଆକାଶ ସିଂ ହୁନରବାଜ ଟ୍ରଫି ନିଜ ନାମରେ କରିଛନ୍ତି

ହୁନରବାଜ ଶୋ'ର ବିଜେତା  ଆକାଶ ସିଂହ

ନୂଆଦିଲ୍ଲୀ: ଛୋଟ ପରଦାରେ ସବୁଠୁ ଚର୍ଚ୍ଚି ଶୋ ଭିତରୁ ହୁନରବାଜ-ଦେଶ କୀ ଶାନ ଶୋ ଗୋଟିଏ । ରବିବାର ଏହି ଶୋର ଗ୍ରାଣ୍ଡେଫିନାଲେ ଅନୁଷ୍ଠିତ ହୋଇଥିଲା। ଏହି ଗ୍ରାଣ୍ଡ ଶୋର ବିଜେତା ହୋଇଛନ୍ତି ବିହାରର ଭାଗଲପୁର ଅଞ୍ଚଳର ଆକାଶ ସିଂହ । ନିଜ କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ସେ ହୁନରବାଜ ଟ୍ରଫି ନିଜ ନାମରେ କରିଛନ୍ତି । ଏହି ଟ୍ରଫି ସହ ଶୋ' ତରଫରୁ ଆକାଶଙ୍କୁ ମିଳିଛି ୧୫ ଲକ୍ଷ ଟଙ୍କାର ଅର୍ଥରାଶି ।ଗ୍ରାଣ୍ଡ ଫିନାଲେ ଆକାଶ ସିଂହ (Akash Singh)ଙ୍କ ସହ  ବହୁ ଟପ୍ ପ୍ରତିଯୋଗୀଙ୍କ ସହ କଡ଼ା ଟକ୍କର ହୋଇଥିଲା । ୟୋ ହାଇନେସ୍ , ବ୍ୟାଣ୍ଡ ହାରମୋନୀ ଅଫ ଦ ପାଇନ୍ସ , ସଞ୍ଚିତା ଏବଂ ସୁବ୍ରତୋ ,  ବ୍ୟାଣ୍ଡ ରାକନାମା ଏବଂ ଉତ୍ସାଦ ଅନିର୍ବନଙ୍କୁ କଡ଼ା ଟକ୍କର ଦେଇଥିଲେ  ଆକାଶ ସିହଂ । ଏବଂ ନିଜ ପରିଶ୍ରମ ବଳରେ ଏତେ ବଡ଼ ଗ୍ରାଣ୍ଡ ଶୋ'ରେ ବାଜି ମାରିଛନ୍ତି ଆକାଶ ।

ୟୋ ହାଇନେସ୍ ଏହି ସିଜିନର ରନର୍ସଅପ୍ ହୋଇଛନ୍ତି । ରନର୍ସଅପ୍ ୟୋ ହାଇନେସଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି ।ଅଡିସନକୁ ନେଇ ଗ୍ରାଣ୍ଡ ଫିନାଲେ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟ ଜିତିଥିଲେ ବିହାରର ଆକାଶ ସିଂହ । ତାଙ୍କ ପରଫର୍ମାନ୍ସ ସମସ୍ତଙ୍କ ଠାରୁ ଦମଦାର ରହେ । ସେ ଏହି ସିଜିନର ମଜୁବତ ଦାବୀଦାର ବୋଲି ଅନେକ ଥର ସେ ତାଙ୍କ ଟାଲେଣ୍ଟ ଜରିଆରେ ପ୍ରମାଣ କରିଛନ୍ତି  । ପ୍ରଥମ ଦିନ ଅଡିସନରେ ହିଁ ସେ ଶୋ'ର ଜଜ୍ ତଥା ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ହୃଦୟ ଜିତିଥିଲେ । ପରିଣୀତି ଆକାଶଙ୍କ ପ୍ରତିଭାରେ  ଏତେ ପ୍ରଭାବିତ ହୋଇଥିଲେ ଯେ ସେ ଆକାଶଙ୍କୁ ନିଜ ଭାଇ ବନାଇଦେଇଥିଲେ । ଏହି ଶୋ ଚଳିତ ବର୍ଷ ଜାନୁଆରୀରୁ ଆରମ୍ଭ ହୋଇଥିଲା ।

Also Read: ଜାହ୍ନବୀଙ୍କ ତାମିଲନାଡୁ ଟ୍ରିପ୍

ଏହି ଶୋ'ର ଷ୍ଟେଜରେ  ଦେଶର କୋଣ ଅନୁକୋଣରୁ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ଦେଖିବାକୁ ମିଳିଥିଲା । ଦେଶର ଅଗଣିତ ଲୁକ୍କାୟିତ ପ୍ରତିଭାଙ୍କୁ ନିଜ ନିଜର କଳାକୌଶଳ ପ୍ରଦର୍ଶନ କରିବା ପାଇଁ ହୁନରବାଜ-ଦେଶ କୀ ଶାନ୍ ଶୋ' ଦେଇଥିଲା ସୁଯୋଗ । ଏହି ଶୋ' ବେଶ ପପୁଲାର ମଧ୍ୟ ହୋଇଥିଲା । ଏହି ଶୋ'ରେ ପରିଣୀତି ଚୋପ୍ରା , କରନ ଜୋହର ଏବଂ ମିଥୁନ ଚକ୍ରବର୍ତ୍ତୀ ଜଜ୍ ଥିଲେ ।ଏହି ଶୋ'କୁ ହୋଷ୍ଟ କରିଥିଲେ କମେଡିକୁନି ଭାରତୀ ସିଂ ଏବଂ ତାଙ୍କ ପତି ହର୍ଷ ଲିମ୍ବାଚିୟା ।