Advertisement
Article Detail0/zeeodisha/odisha2745348
Zee OdishaOdisha Entertainmentକାର୍ ଦୁର୍ଘଟଣା ପରେ ଗୁରୁତର ଇଣ୍ଡିଆନ ଆଇଡଲ୍ ୧୨ ବିଜେତା ପୱନଦୀପ, ICUରେ ଭର୍ତ୍ତି, ଜାଣନ୍ତୁ ଅପଡେଟ୍

କାର୍ ଦୁର୍ଘଟଣା ପରେ ଗୁରୁତର ଇଣ୍ଡିଆନ ଆଇଡଲ୍ ୧୨ ବିଜେତା ପୱନଦୀପ, ICUରେ ଭର୍ତ୍ତି, ଜାଣନ୍ତୁ ଅପଡେଟ୍

Pawandeep Rajan Health Update: ଇଣ୍ଡିଆନ୍ ଆଇଡଲ୍ ୧୨ ବିଜେତା ଏବଂ ଗାୟକ ପୱନଦୀପ ରାଜନ ଭୟଙ୍କର କାର ଦୁର୍ଘଟଣାର ଶିକାର ହୋଇଛନ୍ତି । ଏବେ ତାଙ୍କ ଟିମ୍ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି।

କାର୍ ଦୁର୍ଘଟଣା ପରେ ଗୁରୁତର ଇଣ୍ଡିଆନ ଆଇଡଲ୍ ୧୨ ବିଜେତା ପୱନଦୀପ, ICUରେ ଭର୍ତ୍ତି, ଜାଣନ୍ତୁ ଅପଡେଟ୍

Pawandeep Rajan Health Update: 'ଇଣ୍ଡିଆନ୍ ଆଇଡଲ୍ ୧୨' ବିଜେତା ତଥା ଗାୟକ ପୱନଦୀପ ରାଜନ ସୋମବାର କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ପୱନଙ୍କ ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପ୍ରଶଂସକମାନେ ମଧ୍ୟ ପୱନଦୀପଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ହୋଇଯାଇଛନ୍ତି । ଏବେ ସମସ୍ତେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଅନ୍ୟପଟେ, ପବନଦୀପ ରାଜନଙ୍କ ଟିମ୍ ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରିଛନ୍ତି । ଯେଉଁଥିରେ ଗାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜନ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସାମାନ୍ୟ ଭଲ ଅଛି କିନ୍ତୁ ସେ ICUରେ ଚିକିତ୍ସାଧିନ ଅଛନ୍ତି ବୋଲି କୁହାଯାଇଛି । ପୱନଙ୍କ ଶରୀରରେ ଅନେକ ଫ୍ରାକ୍ଚର ହୋଇଥିବା କୁହାଯାଉଛି ।

ପବନଦୀପ ରାଜନଙ୍କ ଟିମ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଗାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇ ପୋଷ୍ଟରେ ଲେଖିଛନ୍ତି ଯେ, "ଆପଣମାନେ ସମସ୍ତେ ଜାଣନ୍ତି ଯେ, ପୱନଦୀପ ରାଜନ ୫ ମଇ ସକାଳେ ଉତ୍ତର ପ୍ରଦେଶର ମୋରାଦାବାଦ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଅହମ୍ମଦାବାଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିମାନ ଧରିବା ପାଇଁ ଦିଲ୍ଲୀ ଯାଉଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଦୁର୍ଘଟଣା କାରଣରୁ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ପୱନଙ୍କ ଅସ୍ତ୍ରୋପଚାର କରାଯିବା ପରେ ତାଙ୍କୁ ଦିଲ୍ଲୀ ଏନସିଆରର ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ପୱନଙ୍କ ଅନେକ ସ୍ଥାନରେ ଆଘାତ ଲାଗିଥିବା ସୂଚନା ମିଳିଛି ।"

ପୱନଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ, ସୋମବାର ରାଜନଙ୍କ ପରିବାର ପାଇଁ ଏକ କଷ୍ଟକର ଦିନ ଥିଲା । କେବଳ ସେତିକି ନୁହେଁ, "ଗତକାଲି ପରିବାର ଏବଂ ତାଙ୍କର ସମସ୍ତ ଶୁଭେଚ୍ଛୁମାନଙ୍କ ପାଇଁ ମଧ୍ୟ ଏକ କଷ୍ଟକର ଏବଂ ଯନ୍ତ୍ରଣାଦାୟକ ଦିନ ଥିଲା। ପୱନ ଦିନସାରା ଯନ୍ତ୍ରଣା ସହିତ ସଂଘର୍ଷ କରିଥିଲେ। ଅନେକ ପରୀକ୍ଷା କରାଯିବା ପରେ ପୱନଙ୍କୁ ସନ୍ଧ୍ୟା ୭ଟା ସମୟରେ ଅପରେସନ ଥିଏଟରକୁ ନିଆଯାଇଥିଲା । ୬ ଘଣ୍ଟା ପରେ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଥିଲା। ପୱନ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ୩-୪ ଦିନ ବିଶ୍ରାମ ନେବା ପରେ ଆଉ କିଛି ଆବଶ୍ୟକୀୟ ଅସ୍ତ୍ରୋପଚାର କରାଯିବ ବୋଲି ସୂଚନା ମିଳିଛି।"

Add Zee News as a Preferred Source

ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇ ଟିମ୍ ଏକଥା ମଧ୍ୟ ଲେଖିଛନ୍ତି ଯେ, " ପ୍ରଶଂସକ, ପରିବାର, ବନ୍ଧୁ ଏବଂ ସାରା ବିଶ୍ୱର ଶୁଭେଚ୍ଛୁଙ୍କ ଆଶୀର୍ବାଦ ଏବଂ ପ୍ରାର୍ଥନା କାରଣରୁ ପୱନ ସୁସ୍ଥତା ଆଡକୁ ଗତି କରୁଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ଦୁର୍ଘଟଣାରେ ପବନଦୀପଙ୍କ ସମେତ ତାଙ୍କ ଡ୍ରାଇଭର ରାହୁଲ ସିଂହ ଏବଂ ସାଥୀ ଅଜୟ ମେହେରା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତିନି ଜଣଙ୍କୁ ପ୍ରଥମେ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା। ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଥିଲା । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ପୱନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ପୂର୍ବରୁ ପବନଦୀପ ସିଙ୍ଗିଙ୍ଗ୍ ରିଆଲିଟି ଶୋ 'ଇଣ୍ଡିଆନ୍ ଆଇଡଲ୍'ର ୧୨ ସିଜିନ୍ ସଫଳତାର ସହ ଜିତିଥିଲେ । ସେଠାରୁ ହିଁ ପବନଦୀପଙ୍କ କ୍ୟାରିଅର୍ ଆରମ୍ଭ ହୋଇଥିଲେ । ଏହାପରେ ସେ ଅନେକ ଗୀତ ଗାଇ ଲୋକପ୍ରିୟତା ହାସଲ କରିଛନ୍ତି । ପୱନଦୀପଙ୍କ ନିଜର ଏକ ମ୍ୟୁଜିକ ଷ୍ଟୁଡିଓ ଅଛି, ଯେଉଁଥିରେ ସେ ନୂଆ ନୂଆ ଗୀତ ରେକର୍ଡ କରନ୍ତି। ଗୀତ ଗାଇବା ସହିତ, ସେ ତବଲା, ଗିଟାର ଏବଂ ଢୋଲ ଭଳି ଅନେକ ବାଦ୍ୟଯନ୍ତ୍ର ବଜାଇବାରେ ମଧ୍ୟ ବେଶ୍ ପାରଙ୍ଗମ।

Also Read- Shukra Gochar 2025: ମେଷରେ ଶୁକ୍ରଙ୍କ ଚଳନ, ଚାକିରି ଏବଂ ବ୍ୟବସାୟରେ ସଫଳତା ପାଇବେ ୫ ରାଶି

Also Read- Cucumber Benefits: ଦିନକୁ ଖାଆନ୍ତୁ ଗୋଟିଏ କାକୁଡି, ଶରୀରରେ ଏହି ରୋଗଥିଲେ ଦେବ ସଜାଡି

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author