Advertisement
Article Detail0/zeeodisha/odisha2671069
Zee OdishaOdisha EntertainmentJatra Actor Piyus Tripathy: ଯାତ୍ରା ସିଂହବାହିନୀ ବିବାଦରେ ଅନ୍ତ, ପିୟୁଷ ଦେଖାଇଲେ ମାନବିକତା

Jatra Actor Piyus Tripathy: ଯାତ୍ରା ସିଂହବାହିନୀ ବିବାଦରେ ଅନ୍ତ, ପିୟୁଷ ଦେଖାଇଲେ ମାନବିକତା

ଭୁବନେଶ୍ବର : ସବୁ ବିବାଦର ଅନ୍ତ। ୨୦୨୫-୨୬ବର୍ଷ ଯାତ୍ରା ଋତୁରେ ଯାତ୍ରା ସିଂହ ବାହିନୀରେ ରହିବେ ଅଭିନେତା ପିୟୁଷ ତ୍ରିପାଠୀ। ଗତ କିଛି ଦିନ ହେବ ରାଜ୍ୟରେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କୁ ନେଇ ଦେଖାଦେଇଥିଲା ବିବାଦ। ଯାତ୍ରା ସିଂହ ବାହିନୀ ପ୍ରଯୋଜକ ଏବଂ ଅଭିନେତା ପିୟୁଷ ତ୍ରିପାଠୀ ଉଭୟଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ନେ

Jatra Actor Piyus Tripathy: ଯାତ୍ରା ସିଂହବାହିନୀ ବିବାଦରେ ଅନ୍ତ, ପିୟୁଷ ଦେଖାଇଲେ ମାନବିକତା

Jatra Actor Piyus Tripathy: ଭୁବନେଶ୍ବର : ସବୁ ବିବାଦର ଅନ୍ତ। ୨୦୨୫-୨୬ବର୍ଷ ଯାତ୍ରା ଋତୁରେ ଯାତ୍ରା ସିଂହ ବାହିନୀରେ ରହିବେ ଅଭିନେତା ପିୟୁଷ ତ୍ରିପାଠୀ। ଗତ କିଛି ଦିନ ହେବ ରାଜ୍ୟରେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କୁ ନେଇ ଦେଖାଦେଇଥିଲା ବିବାଦ। ଯାତ୍ରା ସିଂହ ବାହିନୀ ପ୍ରଯୋଜକ ଏବଂ ଅଭିନେତା ପିୟୁଷ ତ୍ରିପାଠୀ ଉଭୟଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ଚାଲିଥିଲା ଆରୋପ ପ୍ରତ୍ୟାରୋପ। ଯାହାର ଯବନିକା ଘଟିଛି। ଏକ ଘରୋଇ ଟିଭି ଷ୍ଟୁଡିଓରେ ଏହାର ଅନ୍ତ ଘଟିଛି। ଶେଷରେ ମାନବିକତାର ଉଦାହରଣ ସାଜିଛନ୍ତି ପିୟୁଷ। ସେ ମାନବିକତା ଦେଖାଇ କହିଛନ୍ତି କି ମୁଁ ୨୦୨୫-୨୬ବର୍ଷ ଯାତ୍ରା ଋତୁରେ ଯାତ୍ରା ସିଂହ ବାହିନୀରେ ରହିବି। ଯାହା ପରେ ସିଂହ ବାହିନୀ ପରିବାରରେ ଏବେ ଖୁସିର ଲହର ଖେଳିଯାଇଛି। 

ପ୍ରକାଶ ଯେ, ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଉଭୟ ପକ୍ଷଙ୍କ ମଧ୍ୟରେ ଦେଖାଦେଇଥିଲା ବାଦବିବାଦ । ପରସ୍ପର ଆଣୁଥିଲେ ଅଭିଯୋଗ । ମାତ୍ର ଆଜି ଏହାର ଅନ୍ତ ଘଟିଛି । ଆସନ୍ତା ଯାତ୍ରା ଋତୁ ଲାଗି ଷ୍ଟାରକାଷ୍ଟରେ ଅଭିନେତା ପିୟୁଷ ତ୍ରିପାଠୀଙ୍କ ନାମ ଯାତ୍ରା ସିଂହବାହିନୀ ତାର ସୋସିଆଲ ମିଡିଆରେ ପ୍ରକାଶ କରିବାରୁ ଦେଖାଦେଇଥିଲା ବିବାଦ। ଏହାପରେ ପିୟୁଷ ସୋସିଆଲ ମିଡ଼ିଆରେ ଏକ ବାର୍ତ୍ତା ଦେଇ କହିଥିଲେ କି ମୁଁ କେବେ ସିଂହବାହିନୀକୁ ଯିବି ନାହିଁ । 

Add Zee News as a Preferred Source

ସେ କହିଥିଲେ, ଯାତ୍ରା ସିଂହବାହିନୀ ତାଙ୍କ ଅଫିସିଆଲ ପେଜରେ ପୋଷ୍ଟ କରିଛନ୍ତି ମୁଁ ଆସନ୍ତା ବର୍ଷ ସିଂହବାହିନୀ ଯିବି। କଥାଟା ସମ୍ପୂର୍ଣ୍ଣ ସତ୍ୟ ନୁହେଁ କି ସମ୍ପୂର୍ଣ୍ଣ ମିଥ୍ୟା ମଧ୍ୟ ନୁହେଁ। କହି ରଖିବାକୁ ଚାହୁଁଛି କି ସେ ଅନୁଷ୍ଠାନକୁ ଯିବା ପାଇଁ ବାବୁଙ୍କ ସହ ମୋର କଥାବାର୍ତ୍ତା ହୋଇଥିଲା ଚୁକ୍ତି ମଧ୍ୟ ହୋଇଥିଲା। କିନ୍ତୁ ସମୟାନୁକ୍ରମେ ମାଲିକ ଏବଂ କଳାକାରଙ୍କ ମଧ୍ୟରେ ଯେଉଁ ବୁଝାମଣା ରହିବା କଥା ତାହା ଘୋର ଅଭାବ ରହିଲା। ଯାହା ଫଳରେ ସୁସ୍ଥ ମସ୍ତିକରେ ସେହି ଅନୁଷ୍ଠାନରେ ବର୍ଷେ କାମ କରିବା ଏବଂ ଶତ ପ୍ରତିଶତ ଦେବା ମୁଁ ସଠିକ୍ ଭାବିଲି ନାହିଁ। ତେଣୁ ମୁଁ ବାବୁ ଆପଣଙ୍କୁ ମନା କଲି , ଯେ ମୁଁ ଆସିପାରିବି ନାହିଁ । କିନ୍ତୁ ଆପଣ ମୋ କଥାକୁ ବିଶ୍ବାସ ନ କରି ମୋ ଫଟୋକୁ ଆପଣ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଯାହା ଦ୍ବାରା ମୋତେ ନିନ୍ଦାର ପାତ୍ର କରାଇଲେ। ତଥାପି ମୁଁ ସୋସିଆଲ ମିଡ଼ିଆ ମାଧ୍ୟମରେ କହିବା ପାଇଁ ଚାହେଁ କି ଆସନ୍ତାବର୍ଷ କାହିଁକି ମୁଁ ଯାତ୍ରାରେ ଥିବା ପର୍ଯ୍ୟନ୍ତ ସିଂହବାହିନୀ ସହ ନାହିଁ। ମୁଁ ଅପେରା ସୂର୍ଯ୍ୟ ମନ୍ଦିରରେ କାର୍ଯ୍ୟରତ ଥିଲି, ଏବେ କାର୍ଯ୍ୟରତ ଅଛି, ଆସନ୍ତାବର୍ଷ ମଧ୍ୟ କାର୍ଯ୍ୟରତ ରହିବି।  

ଅନ୍ୟପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଥିଲେ ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢି। ସେ କହିଥିଲେ, ପିୟୁଷ ବାବୁ ଗତ ନଭେମ୍ବରରେ ମୋତେ ହଠାତ୍ ଫୋନ୍ କଲେ। ବାବୁ ମୁଁ ଆପଣଙ୍କ ପାର୍ଟିରେ କାମ କରିବାକୁ ଚାହୁଁଛି। ମାତ୍ର ମୁଁ କହି ରଖିବାକୁ ଚାହୁଁଛି କି ଆସନ୍ତାବର୍ଷ ପାଇଁ କାହ୍ନା ବାବୁଙ୍କ ସହ ଆମର କଥା ହୋଇଥିଲା ଏବଂ ଏହାସହ ନାଟକ ମଧ୍ୟ ଘୋଷଣା ହୋଇଥିଲା। ଏହା ସତ୍ତ୍ବେ ଏକ ହୋଟେଲରେ ଆଲୋଚନା ହେଲା। ସେଠି ଫାଇନାଲ୍ ହୋଇଥିଲା, ସେ ମୋ ପାର୍ଟିରେ ୫ବର୍ଷ ପର୍ଯ୍ୟନ୍ତ ରହିବେ। ଏହାପରେ ସେଠାରେ ଏଗ୍ରିମେଣ୍ଟ କଲେ। ସେଠାରେ ଅଗ୍ରୀମ ଭାବେ ତାଙ୍କୁ ଏକ ଗାଡ଼ି ଦେବାକୁ ସେ କହିଥିଲେ। ଏହାସହ ବାର୍ଷିକ ୭୦ଲକ୍ଷ ଟଙ୍କା ଦେବାକୁ କହିଥିଲେ। ସେ ଗାଡ଼ି ଆମ ସଂସ୍ଥା ନାଁରେ ଅଛି। ୧୧ ଡିସେମ୍ବରରେ ଆମଠାରୁ ଗାଡ଼ି ନେଇଛନ୍ତି। ପିୟୁଷ ବାବୁଙ୍କୁ ମୁଁ ୫୫ଲକ୍ଷ ଟଙ୍କା ଦେଇଛି। ୩୦ଲକ୍ଷ ଟଙ୍କା ଆକାଉଣ୍ଟରେ ନେଇଛନ୍ତି। ନଗଦ ୨୫ଲକ୍ଷ ଟଙ୍କା ନେଇଛନ୍ତି। ଗାଡ଼ି ବାବଦରେ ଏଗ୍ରିମେଣ୍ଟ ହୋଇଛି। ୫ବର୍ଷ ପାଇଁ ସିଂହବାହିନୀରେ ରହିବି ଏବଂ ଗାଡି ସେହି କ୍ରମରେ ନେଇଛି ବୋଲି ସେଥିରେ ଲେଖା ଅଛି। ସେ ତାଙ୍କ ପିଲାମାନଙ୍କ ମୁଣ୍ଡ ଛୁଇଁ ମଧ୍ୟ କହିଛନ୍ତି। ଖଣ୍ଡଗିରି ମେଳାରେ ସେ ମୋ ସହ ପୁରୀ ଯାଇ ସେଠାରେ ପ୍ରତିଜ୍ଞା କରିଥିଲେ। ମୋ ପାଖରେ ପ୍ରତିବର୍ଷ ୭୦ଲକ୍ଷରେ ଚୁକ୍ତି କରିଥିଲେ। ସେ କାଲି ମୋ ଫୋନ ଉଠାଇନଥିଲେ। ବର୍ତ୍ତମାନ ଇଜ୍ଜତର କଥା ମୋର। ମୋ ସମ୍ମାନକୁ ଯଦି ବାଧେ ମୁଁ କ’ଣ ବି କରିପାରେ। ସ୍ନାନବେଦୀରେ ବସି ମିଛ କହୁଛନ୍ତି ପିୟୁଷ ତାହା ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ତେବେ ଆଜି ଏ ସବୁ ଘଟଣାର ଅନ୍ତ ଘଟିଛି । ଆସନ୍ତା ବର୍ଷ ୨୦୨୫-୨୬ଯାତ୍ରା ଋତୁରେ ପିୟୁଷ ତ୍ରିପାଠୀ ଯାତ୍ରା ସିଂହବାହିନୀରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ।

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author