Advertisement
Article Detail0/zeeodisha/odisha2699033
Zee OdishaOdisha Entertainmentଯାତ୍ରା ଅଭିନେତା ନରୀ ପଣ୍ଡାଙ୍କୁ ମାଡ ଅଭିଯୋଗ, କହିଲେ ଯାତ୍ରା ଛାଡିଦେବି

ଯାତ୍ରା ଅଭିନେତା ନରୀ ପଣ୍ଡାଙ୍କୁ ମାଡ ଅଭିଯୋଗ, କହିଲେ ଯାତ୍ରା ଛାଡିଦେବି

ଯାତ୍ରା ପାର୍ଟି ପକ୍ଷରୁ ନରୀଙ୍କୁ ଏକ ଢାବାକୁ ଡକାଯାଇଥିଲା । ନରୀ ଢାବାରେ ପହଞ୍ଚିବା ପରେ କିଛି ବ୍ୟକ୍ତି ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ପ୍ରବଳ ମାଡ ଭିତରେ କାଗଜରେ ଦସ୍ତଖତ କରାଇନେଇଥିଲେ ନାଣ୍ଡୁ ବାବୁ । 

ଯାତ୍ରା ଅଭିନେତା ନରୀ ପଣ୍ଡାଙ୍କୁ ମାଡ ଅଭିଯୋଗ, କହିଲେ ଯାତ୍ରା ଛାଡିଦେବି

Jollywood News: ଲୋକପ୍ରିୟ ଯାତ୍ରା କଳାକାର ନରୀ ପଣ୍ଡାଙ୍କୁ ମାଡ ମରାଯାଇଥିବା ଅଭିଯୋଗ ଆସିଛି । ନିଜେ ନରୀ ଏନେଇ ଗଣମାଧ୍ୟମରେ ମୁହଁ ଖୋଲି ପ୍ରକାଶ କରିଛନ୍ତି । ତୁଳସୀ ଗଣନାଟ୍ୟର ନାଣ୍ଡୁ ବାବୁ ଏବଂ ତାଙ୍କର କିଛି ସହଯୋଗୀ ନରୀଙ୍କୁ ଏକ ଢାବାକୁ ଡାକି ମାଡ ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ନରୀ କହିଛନ୍ତି ଯେ, ମୋ ବୟସ ୫୨ ବର୍ଷ ଏବଂ ଯାତ୍ରାରେ ପ୍ରାୟ ୩୨ ବର୍ଷ ସମୟ ଅତିବାହିତ କରିସାରିଲିଣି । କିନ୍ତୁ ଏ ପରିସ୍ଥିତି କେବେ ଭୋଗିନଥିଲି । ମୁଁ କୋଣାର୍କ ଗଣନାଟ୍ୟରେ ଦୀର୍ଘ ବର୍ଷ ଧରି ରହିଥିଲି ଏବଂ କଳିଙ୍ଗ ଗଣନାଟ୍ୟରେ ମଧ୍ୟ କିଛି ବର୍ଷ କାମ କରିଛି । ଏଥିସହ ଅନ୍ୟାନ୍ୟ ପ୍ରମୁଖ ଯାତ୍ରା ପାର୍ଟିରେ ମଧ୍ୟ କିଛି ବର୍ଷ କାମ କରିଛି । ଏବେ ୩ ବର୍ଷ ଧରି ସ୍ୱପ୍ନମହଲରେ କାର୍ଯ୍ୟ କରୁଛି । ଆଗାମି ଯାତ୍ରା ଋତୁ ପାଇଁ ନରୀ ତୁଳସୀ ଗଣନାଟ୍ୟକୁ ଯିବା ପାଇଁ କଥା ହୋଇଥିଲେ । ଏନେଇ ଚୁକ୍ତି ହେବା ସହ ଅଗ୍ରିମ ଟଙ୍କା ମଧ୍ୟ ନରୀଙ୍କୁ ମିଳିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତୁଳସୀ ଗଣନାଟ୍ୟ ପକ୍ଷରୁ ନରୀଙ୍କୁ ଆଭଏଡ କରାଯାଇଥିଲା । ନରୀଙ୍କ ଫୋନ୍ ମଧ୍ୟ ରିସିଭ୍ କରିନଥିଲେ ତୁଳସୀ ଗଣନାଟ୍ୟର ନାଣ୍ଡୁ ବାବୁ । ତେଣୁ ନିଜ ପତ୍ନୀଙ୍କ ମାଧ୍ୟମରେ ନରୀ ତାଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ ନରୀଙ୍କ ପତ୍ନୀ ବୋଲି ଜାଣିବା ପରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ନାଣ୍ଡୁ ବାବୁ ଫୋନ କାଟିଦେଇଥିବା ନରୀ ଅଭିଯୋଗ କରିଛନ୍ତି । କଥାବାର୍ତ୍ତା ସମୟର ଫୋନକଲ୍ ରେକର୍ଡିଂ ମଧ୍ୟ ରହିଛି ବୋଲି ନରୀ କହିଛନ୍ତି । ପରବର୍ତ୍ତୀ ସମୟରେ ନାଣ୍ଡୁ ବାବୁଙ୍କ ସହ ଯୋଗାଯୋଗ ହେବା ପରେ ନରୀ କହିଥିଲେ ଯେ, ଆପଣଙ୍କ ବ୍ୟବହାର ମତେ ଭଲ ଲାଗୁନାହିଁ ତେଣୁ ଆପଣଙ୍କ ଯାତ୍ରାପାର୍ଟିରେ ମୁଁ କାର୍ଯ୍ୟ କରିବାକୁ ଉଚିତ ମଣୁନାହିଁ । ଏଣୁ ଆପଣଙ୍କ ଟଙ୍କା ଫେରସ୍ତ କରିଦେବି ।

ଏହା ପରେ କଥା ଅନୁଯାୟୀ, ଯାତ୍ରା ପାର୍ଟି ପକ୍ଷରୁ ନରୀଙ୍କୁ ଏକ ଢାବାକୁ ଡକାଯାଇଥିଲା । ନରୀ ଢାବାରେ ପହଞ୍ଚିବା ପରେ କିଛି ବ୍ୟକ୍ତି ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ପ୍ରବଳ ମାଡ ଭିତରେ କାଗଜରେ ଦସ୍ତଖତ କରାଇନେଇଥିଲେ ନାଣ୍ଡୁ ବାବୁ । ଫଳରେ ନରୀ ଆହତ ହୋଇଥିବା ଗଣମାଧ୍ୟମରେ କହିଛନ୍ତି । ଏହାପରେ ବରିଷ୍ଠ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା, ଗୌର ଦାସ ପ୍ରମୁଖଙ୍କୁ ନରୀ ଏ ବାବଦରେ ସମ୍ପୂର୍ଣ୍ଣ ସୂଚନା ଅବଗତ କରାଇଥିଲେ । ସେମାନଙ୍କ ପରାମର୍ଶ କ୍ରମେ ଗଣମାଧ୍ୟମରେ ଯାତ୍ରା ଦୁନିଆର ଭିତିରି କଥା କହିଛନ୍ତି ନରୀ । ବର୍ତ୍ତମାନ ନିରାଶ ହୋଇ ନରୀ କହିଛନ୍ତି ଯେ, ମୁଁ ଭାବୁଥିଲି ଏ ସମ୍ପର୍କରେ କାହାକୁ ଜଣାଇବି ନାହିଁ କିନ୍ତୁ ଯାତ୍ରା ଅନୁଷ୍ଠାନର କିଛି ବରିଷ୍ଠ ବ୍ୟକ୍ତି ବିଶେଷଙ୍କ କଥାରେ ଏକଥା ସାମ୍ନାକୁ ଆଣିବାକୁ ବାଧ୍ୟ ହେଲି । ତେବେ କେବଳ ଏତିକି ନୁହେଁ, ନରୀ ଗଣମାଧ୍ୟମରେ କାନ୍ଦି କାନ୍ଧି କହିଛନ୍ତି ଯେ, ମୋ ପାଇଁ ମୋ ମାନ ସମ୍ମାନ ବଡ ତେଣୁ ଯାତ୍ରା ଦୁନିଆ ମୁଁ ଛାଡିଦେବି ...

Add Zee News as a Preferred Source

Also Read- Earthquake News: ପୁଣିଥରେ ଭୂକମ୍ପରେ ଥରିଲା ମିଆଁମାର, ତୀବ୍ରତା 5.1

Also Read- Weekly Tarot Reading: ନୂଆ ସପ୍ତାହରେ ଗଜକେଶରୀ ରାଜଯୋଗ, ୩ ରାଶିକୁ ଆର୍ଥିକ ଲାଭ

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author