Entertainment News: ହିନ୍ଦୀରେ ଭାରି ଦୁର୍ବଳ କାଜଲଙ୍କ ଲାଡ଼ଲୀ, ଦେଖନ୍ତୁ କେମିତି ଦେଉଛନ୍ତି ଭାଷଣ?
Advertisement

Entertainment News: ହିନ୍ଦୀରେ ଭାରି ଦୁର୍ବଳ କାଜଲଙ୍କ ଲାଡ଼ଲୀ, ଦେଖନ୍ତୁ କେମିତି ଦେଉଛନ୍ତି ଭାଷଣ?

Entertainment News: ବଲିଉଡର ମୋଷ୍ଟ ପାଓ୍ବରଫୁଲ କପଲ ହେଉଛନ୍ତି ଅଜୟ ଦେବଗନ୍(ajay devgan) ଓ କାଜଲ(kajol) । ଆଉ ,ସେମାନଙ୍କ ଝିଅ ହେଉଛି ନାୟିସା(nysa devgan)। ବଲିଉଡରେ ଏଣ୍ଟ୍ରି କରି ନାହାଁନ୍ତି ନାୟିସା(nysa devgan) କିନ୍ତୁ ତାଙ୍କ ଫ୍ୟାନ୍ ଫଲୋଇଙ୍ଗ କୌଣସି ସେଲିବ୍ରେଟି ଠାରୁ କମ୍ ନୁହେଁ । ଅଧିକାଶ ସମୟରେ ସେ ନିଜ ପିତାମାତାଙ୍କ ସହ ବିମାନବନ୍ଦରରେ ନଜର ଆସନ୍ତି । ନ୍ୟୁୟର ପୂର୍ବରୁ ମଧ୍ୟ ନୟସାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା।

ସୌଜନ୍ୟ- ସୋସିଆଲ ମିଡିଆ

Entertainment News:  ବଲିଉଡର ମୋଷ୍ଟ ପାଓ୍ବରଫୁଲ କପଲ ହେଉଛନ୍ତି ଅଜୟ ଦେବଗନ୍(ajay devgan)  ଓ କାଜଲ(kajol) । ଆଉ ,ସେମାନଙ୍କ ଝିଅ ହେଉଛି ନାୟିସା(nysa devgan)। ବଲିଉଡରେ ଏଣ୍ଟ୍ରି କରି ନାହାଁନ୍ତି ନାୟିସା(nysa devgan) କିନ୍ତୁ ତାଙ୍କ ଫ୍ୟାନ୍ ଫଲୋଇଙ୍ଗ କୌଣସି ସେଲିବ୍ରେଟି ଠାରୁ କମ୍ ନୁହେଁ । ଅଧିକାଶ ସମୟରେ ସେ ନିଜ ପିତାମାତାଙ୍କ ସହ ବିମାନବନ୍ଦରରେ ନଜର ଆସନ୍ତି । ନ୍ୟୁୟର ପୂର୍ବରୁ ମଧ୍ୟ ନୟସାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ନୟାସାଙ୍କ ଏପରି ଏକ ଭିଡିଓ ଭାଇରାଲ(nysa devgan video viral) ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ସେ ହିନ୍ଦୀରେ (hindi)କଥାବାର୍ତ୍ତା କରୁଛନ୍ତି । କିନ୍ତୁ ତାଙ୍କର ହିନ୍ଦୀ ଭାଷଣ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। 

ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ନୟାସାଙ୍କୁ ହଳଦିଆ ସାଲୱାର ସୁଟରେ ଦେଖିବାକୁ ମିଳିଛି।  ଏକ ଅନାଥାଶ୍ରମରେ ପିଲାମାନଙ୍କୁ ଶିକ୍ଷାର ମହତ୍ତ୍ବ ବିଷୟରେ ହିନ୍ଦିରେ ସେ ବୁଝାଉଛନ୍ତି। କିନ୍ତୁ ତାଙ୍କୁ ଠିକ୍ ଭାବରେ ହିନ୍ଦୀ କହି ଆସୁନଥିବା ମଧ୍ୟ ଦେଖିବାକୁ ମିଳିଛି। ସେ ଭିଡିଓରେ ଏହା ମଧ୍ୟ କହିଛନ୍ତି ଯେ, 'ମୁଁ ପିଲାଦିନୁ, ପାଠ ପଢିବାକୁ ବେଶ ଭଲପାଏ,  ମୁଁ  ପ୍ରତିଦିନ ଦୁଇରୁ ତିନି ଘଣ୍ଟା ବହି ପଢେ । ମୋ ମାଆ ମଧ୍ୟ ମୋତେ ପିଲାଦିନୁ ପାଠ ପଢାଉଥିଲେ। ମୁଁ ତୁମକୁ ଦେଖି ବହୁତ ଖୁସି। ତୁମେ ମାନେ ପାଠ ପଢା ବନ୍ଦ କର ନାହିଁ ।'

Also Read :  Types Of Marriage In Sanatan: ସନାତନ ଧର୍ମରେ କେତେ ପ୍ରକାରର ଅଛି ବିବାହ, ଜାଣନ୍ତୁ ସବୁଠୁ ପବିତ୍ର ବାହାଘର କେଉଁଟା?

Also Read : Vastu Tips: ଭାଗ୍ୟ ବଦଳାଇବ ଏସବୁ ବସ୍ତୁ, ଆପଣଙ୍କ ଘରେ ଅଛିକି ?

ଖବର ଅନୁଯାୟୀ, ଅଜୟଙ୍କ ଏକ ଫାଉଣ୍ତେସନ ଏକ ସଂସ୍ଥା ସହ ମିଶି ଅନାଥ ପିଲାଙ୍କ ପାଇଁ କାମ କରୁଛି ।  ଏହି ସଂଗଠନ ୨୦୦ ରୁ ଅଧିକ ଗାଁରେ କାର୍ଯ୍ୟ କରୁଛି। ଏ ଅବସରରେ  ନୟାସା ଡିଜିଟାଲ୍ ଲାଇବ୍ରେରୀକୁ ଉଦ୍ଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ବହି ଏବଂ କିଟ୍ ବଣ୍ଟନ କରିଥିଲେ। 

ନୟାସା ବିଷୟରେ କହିବାକୁ ଗଲେ ସେ ଏବେ ମଧ୍ୟ ସ୍ୱିଜରଲ୍ୟାଣ୍ଡରେ ଅଧ୍ୟୟନ କରୁଛନ୍ତି । ଯଦିଓ ଆଜିକାଲି ସେ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଛୁଟି କଟାଉଥିବାର ଦେଖାଯାଏ। ନୟାସାଙ୍କ କ୍ୟାରିୟର ବିଷୟରେ କଥାବାର୍ତ୍ତା କରି ଅଜୟ ଏକ ସାକ୍ଷାତକାରରେ କହିଛନ୍ତି ଯେ ,ସେ ଜାଣନ୍ତି ନାହିଁ ଯେ ସେ ବଲିଉଡରେ ପ୍ରବେଶ କରିବାକୁ ଚାହୁଁଛନ୍ତି କି ନାହିଁ, କିନ୍ତୁ ଇଣ୍ଡଷ୍ଟ୍ରିରେ ପାଦ ଦେବା ପୂର୍ବରୁ ତାଙ୍କ ଫ୍ୟାନ୍ସଙ୍କ କାଫି ଅଧିକ ରହିଛି । 

Also Read : Entertainment News: ୨୨ ବର୍ଷ ଅପେକ୍ଷାର ଘଟିଲା ଅନ୍ତ, ପୁଣି ବଡ଼ ପରଦାରେ ଏକାଠି ନଜର ଆସିବେ ବାବୁରାଓ-ରାଜୁ -ଶ୍ୟାମ

Also Read : Today's Temperature in Odisha: ଫେବୃଆରୀରୁ ତାତିଲେ ସୂର୍ଯ୍ୟ,୩୭.୬ ଡିଗ୍ରୀରେ ପହଞ୍ଚିଲା ପାରା, ସ୍ଥିତି ଅସମ୍ଭାଳ