Bollywood actress Katrina Kaif : ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍(Katrina Kaif) । ବିଟାଉନରେ ସେ ନିଜର ନିଆରା ଅନ୍ଦାଜ୍ ଓ ଫ୍ୟାଶନ ପାଇଁ ଚର୍ଚ୍ଚାରେ ଥାନ୍ତି। କ୍ୟାଟ୍ରିନା ଜଣେ ଭଲ ଅଭିନେତ୍ରୀ ସହିତ ଭଲ ଡ୍ୟାନ୍ସର ମଧ୍ୟ ।
Trending Photos
Bollywood actress Katrina Kaif : ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍(Katrina Kaif) । ବିଟାଉନରେ ସେ ନିଜର ନିଆରା ଅନ୍ଦାଜ୍ ଓ ଫ୍ୟାଶନ ପାଇଁ ଚର୍ଚ୍ଚାରେ ଥାନ୍ତି। କ୍ୟାଟ୍ରିନା ଜଣେ ଭଲ ଅଭିନେତ୍ରୀ ସହିତ ଭଲ ଡ୍ୟାନ୍ସର ମଧ୍ୟ । କିଛି ଫ୍ୟାନ୍ସ ମଧ୍ୟ ତାଙ୍କ ଡ୍ୟାନ୍ସର ଦିଓ୍ବାନା । ଏହାରି ଭିତରେ ତାଙ୍କର ଆଉ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, କ୍ୟାଟ୍ରିନା କିଛି ସ୍କୁଲ ପିଲାଙ୍କ ସହ ଦମଦାର ଡ୍ୟାନ୍ସ କରୁଛନ୍ତି । ମଲମ୍ ଫିତା ଗୀତରେ ସେ ଠୁମକା ମଧ୍ୟ ଲଗାଉଛନ୍ତି।
ଭିଡିଓରେ ଦେଖିବାକୁ ମିଳିଛି ଯେ, କ୍ୟାଟ୍ ଏକ ଫ୍ଲୋରାଲ କୁର୍ତ୍ତା (floral kurta) ପିନ୍ଧି ଡ୍ୟାନ୍ସ କରୁଛନ୍ତି । ଏହି ଭିଡିଓଟିକୁ ମଧ୍ୟ ତାଙ୍କର କିଛି ଫ୍ୟାନ୍ସ ସେୟାର କରିଛନ୍ତି । ତେବେ ଏ ଭିଡିଓରେ ଫ୍ୟାନ୍ସଙ୍କ ଢେର ସାରା କମେଣ୍ଟସ ମଧ୍ୟ ଆସିଛି। ଯେଉଁଥିରେ ଜଣେ ପ୍ରଂଶସକ ଲେଖିଛନ୍ତି ଯେ, " କ୍ୟାଟ୍ରିନା ତମେ ବହୁତ ସୁନ୍ଦର " । ସେହିପରି ଆଉ ଜଣେ ତାଙ୍କ କମେଣ୍ଟରେ ଲେଖିଛନ୍ତି ଯେ, କ୍ୟାଟ୍ରିନା ଆଇ ଲଭ ୟୁ ଲଟ୍ "। ଅନ୍ୟ ଜଣେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଦ ମୋଷ୍ଟ ଆଡୋରେବୁଲ ହ୍ୟୁମାନବିଙ୍ଗ " । ସେହିପରି ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, କ୍ୟାଟ୍ରିନା ସ୍କୁଲ ଅନ୍ୟ ସଦସ୍ୟଙ୍କ ସହ ଗୀତ Jolly O Gymkhanaରେ ଡ୍ୟାନ୍ସ କରୁଛନ୍ତି । ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ସୂଚନା ଅନୁସାରେ ନିକଟରେ କ୍ୟାଟ୍ରିନା ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତାମିଲନାଡୁ ଯାଇଥିଲେ ।
ଏହାବି ପଢନ୍ତୁ : Ram Setu Film : ରାମସେତୁର Teaser ରିଲିଜ୍ , ଏହି ଦିନ ପରଦାକୁ ଆସିବ ଫିଲ୍ମ
ଭିଡିଓ ଦେଖିବା ପାଇଁ ଏଥିରେ କ୍ଲିକ୍ କରନ୍ତୁ : https://twitter.com/Katrinafan95/status/1574093920442601472?s=20&t=Epkyz...
୨୦୦୩ ରିଲିଜ୍ ହୋଇଥିବା ଡାର୍କ କମେଡି ଥ୍ରୀଲର ଚଳଚ୍ଚିତ୍ର 'Boom'ରେ ଅମିତାଭ ବଚ୍ଚନ ଓ ଗୁଲଶନ ଗ୍ରୋଭରଙ୍କ ସହ କ୍ୟାଟ୍ରିନା ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ହେଲେ ଚଳଚ୍ଚିତ୍ରଟି ଭଲ ବ୍ୟବସାୟ କରି ନ ଥିଲା। ପରେ ସେ ଫିଲ୍ମ ଓ୍ବେଲକମ୍ ରେ ଅଭିନେତା ଅକ୍ଷୟ କୁମାରଙ୍କ ସହ ନଜର ଆସିଥିଲେ। ପରେ ହାମକୋ ଦିଓ୍ବାନା କରଗୟି (Humko Deewana Kar Gaye)ରେ ସଫଳତା ସାଉଁଟି ଥିଲେ କ୍ୟାଟ୍ । ସେବେଠାରୁ ସେ ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଆସୁଛନ୍ତି । ନିକଟରେ କ୍ୟାଟ୍ରିନା ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୯ ବର୍ଷ ପୂରଣ କରିଛନ୍ତି ।
ଆଗାମୀ ଦିନରେ କ୍ୟାଟ୍ରିନାଙ୍କ ହରର କମେଡି ଫିଲ୍ମ 'ଫୋନ୍ ଭୂତ' ପରଦାକୁ ଆସିବ । ଯେଉଁଥିରେ ସେ ସିଦ୍ଧାର୍ଥ ଚତୁବେର୍ଦ୍ଦି ଓ ଇଶାନ ଖଟ୍ଟରଙ୍କ ସହ ନଜର ଆସିବେ। ଫିଲ୍ମଟି ଚଳିତ ବର୍ଷ ନଭେମ୍ବର ୪ରେ ପ୍ରେକ୍ଷାଳୟକୁ ଆସିବ । ଏହା ବ୍ୟତୀତ ସେ 'ମେରୀ ଖ୍ରୀଷ୍ଟମାସ'ରେ ମଧ୍ୟ ଦେଖିବାକୁ ମିଳିବେ। ଯେଉଁଥିରେ ସେ ବିଜୟ ସେତୁପତିଙ୍କ ସହ ନଜର ଆସିବେ। ଏହାସହ ସଲମାନ ଖାନଙ୍କ ସହ 'ଟାଇଗର ୩' ଫିଲ୍ମରେ ସେ ଅଭିନୟ କରିଛନ୍ତି । ଯାହା ଆସନ୍ତାବର୍ଷ ଏପ୍ରିଲ ୨୩ରେ ପରଦାକୁ ଆସିବ ।