Advertisement
Article Detail0/zeeodisha/odisha2757510
Zee OdishaOdisha Entertainmentଲ୍ୟାଣ୍ଡଫଲ୍ ମାଧ୍ୟମରେ ପରଦାରେ ମହାବାତ୍ୟାର କରାଳ ରୂପ ଦେଖିବେ ଦର୍ଶକ

'ଲ୍ୟାଣ୍ଡଫଲ୍' ମାଧ୍ୟମରେ ପରଦାରେ ମହାବାତ୍ୟାର କରାଳ ରୂପ ଦେଖିବେ ଦର୍ଶକ

ଓଡ଼ିଶାର ସବୁଠୁ ବ୍ୟୟବହୁଳ ସିନେମା ହେବ 'ଲ୍ୟାଣ୍ଡଫଲ୍' । ୧୦ କୋଟି ଟଙ୍କା ବ୍ୟୟରେ ହେବ ବିଶାଳ ସେଟ୍, ଆନିମେସନ ଓ ଭିଜୁଆଲ ଇଫେକ୍ଟସର ଉପଯୋଗ । ଏହା ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ନିର୍ମିତ ହେବ । ଆନିମେଶନ ଦିଗରେ ଓଡ଼ିଆ ସିନେମାକୁ ଏକ ନୂଆ ପରିଚୟ ଦେବ । ପରଦାରେ ୯୯ ମହାବାତ୍ୟା ଠାରୁ ଫାଇଲିନ୍ ଝଡର କରାଳ ରୂପ ଦେଖିବ ଦର୍ଶକ । ଅଭିନେତା ସବ୍ୟସାଚୀ କହିଛନ୍ତି ଯେ, ରଜରେ "ରାଣ୍ଡୀପୁଅ ଅନନ୍ତା" ଓ ୨୦୨୬ ରେ ଲ୍ୟାଣ୍ଡଫଲ୍ ମାଧ୍ୟମରେ ଚେଷ୍ଟା କରିବି ଦର୍ଶକଙ୍କ ମନ କିଣିବା ପାଇଁ ।

'ଲ୍ୟାଣ୍ଡଫଲ୍' ମାଧ୍ୟମରେ ପରଦାରେ ମହାବାତ୍ୟାର କରାଳ ରୂପ ଦେଖିବେ ଦର୍ଶକ

Ollywood News: 'ଦମନ' ପରି  ଏକ  ସଫଳ ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ସ୍ତରରେ ପୁରସ୍କୃତ ଓ ପ୍ରଶଂସିତ ହେବା ସହ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିବା ନିର୍ଦ୍ଦେଶକ ଯୋଡି ଦେବୀ ପ୍ରସାଦ ଲେଙ୍କା ଓ ଵିଶାଲ ମୌର୍ଯ୍ୟ ପୁଣି ଏକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ସବ୍ୟସାଚୀଙ୍କ ଅଭିନୀତ ଏହି ସିନେମାର ଶୀର୍ଷକ ଘୋଷଣା ହୋଇଛି, ଯାହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।ପିକ୍ସେଲ ମୁଭିଜ ନିବେଦିତ ତଥା ପ୍ରଭାତ କୁମାର ପ୍ରଧାନଙ୍କ ପ୍ରଯୋଜିତ ଏହି ନୂଆ ଓଡ଼ିଆ ସିନେମାର  ଶୀର୍ଷକ ରହିଛି 'ଲ୍ୟାଣ୍ଡଫଲ୍'।ଭୁବନେଶ୍ୱରର ହୋଟେଲ ଦି ନିଉ ମ୍ୟାରିୟନଠାରେ ଆୟୋଜିତ ଏକ  ଭବ୍ୟ ଓ ଆଡମ୍ବରପୂର୍ଣ୍ଣ  ଉତ୍ସବରେ ଏହାର ଶୀର୍ଷକ ଘୋଷଣା ହୋଇଥିଲା। ଆରମ୍ଭରେ ଉପସ୍ଥିତ ରହି ଡିଜି ଅଗ୍ନିଶମ ବିଭାଗ ଶ୍ରୀ ସୁଧାଂଶୁ ଷଡ଼ଙ୍ଗୀ ମହୋଦୟ  ନିଜର ଶୁଭେଚ୍ଛା ଜଣାଇବା ସହ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଦିଗରେ ଅଗ୍ନିଶମ ବିଭାଗର ତତ୍ପରତା ସମ୍ପର୍କରେ ଅଭିଜ୍ଞତା ରଖିଥିଲେ। ଏଥିରେ କୁଜଙ୍ଗର ତତ୍କାଳୀନ ତହସିଲଦାର ସୁରଜିତ ଦାସ, ଅତିରିକ୍ତ ତହସିଲଦାର ନୃସିଂହ ଚରଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ଫିଲ୍ମର ଟାଇଟଲ, ଲୋଗୋ ଓ ପୋଷ୍ଟର ଉନ୍ମୋଚନ କରିବା ସହ ସେ ସମୟର ଅନୁଭୂତି ବଖାଣି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, ଡିଓପି ପ୍ରତାପ ରାଉତ ଏବଂ ଅନ୍ୟାନ୍ୟ କଳାକାର ଓ ଟେକ୍ନିସିଆନଙ୍କ ସମେତ ଇଣ୍ଡଷ୍ଟ୍ରିର  ବହୁ ନାମୀ ଦାମୀ  ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

ପ୍ରଭାବିତ କଲାଭଳି ବଳିଷ୍ଠ ଓ ମୌଳିକ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଲୋକପ୍ରିୟ ତାରକା ସବ୍ୟସାଚୀ ମିଶ୍ରଙ୍କୁ ଦେଖିବାକୁ ପାଇବେ ଦର୍ଶକ। ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ସୌନ୍ଦର୍ଯ୍ୟମୟୀ ଅଭିନେତ୍ରୀ ଦିବ୍ୟାସ୍ନାତା। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ତଥା ଖ୍ୟାତିସମ୍ପନ୍ନ  ନିର୍ଦ୍ଦେଶକ ଯୋଡି ଦେବୀ ପ୍ରସାଦ ଲେଙ୍କା ଓ ଵିଶାଲ ମୌର୍ଯ୍ୟ।ତେବେ 'ଦମନ' ର ଆଶାତୀତ ସଫଳତା ପରେ ମଧ୍ୟ ଏହି ନିର୍ଦ୍ଦେଶକ ଯୋଡି ଏତେ ଦିନ କାହିଁକି ନୀରବ ଥିଲେ ତାହା ଏବେ ସ୍ପଷ୍ଟ ହେଲା। ଦୀର୍ଘ ତିନି ବର୍ଷ ଧରି  ସେମାନେ 'ଲ୍ୟାଣ୍ଡଫଲ୍'ର ପ୍ରାକ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। ଆଉ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ଏବେ କ୍ୟାମେରା ଲେନ୍ସରେ  ପ୍ରତିଫଳିତ ହେବାକୁ ଯାଉଛି।ବିଭିନ୍ନ ଦିଗ ଓ ଦୃଷ୍ଟିକୋଣରୁ  'ଲ୍ୟାଣ୍ଡଫଲ୍' ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଚିତ୍ର ହେବ।  କାରଣ ଏହା ବିରାଟ କାନଭାସ ଉପରେ ନିର୍ମିତ ହେବାକୁ ଯାଉଛି।  କେବଳ ସେତିକି ନୁହେଁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର କ୍ଷେତ୍ରରେ 'ବାହୁବଳୀ' ଯେପରି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା ଆନିମେଶନ ଦିଗରେ ଓଡ଼ିଆ ସିନେମାକୁ ଏହା  ସେପରି ଏକ ନୂଆ ପରିଚୟ ଦେବ ବୋଲି କହିଛନ୍ତି ପ୍ରଯୋଜକ ପ୍ରଭାତ କୁମାର ପ୍ରଧାନ। ଏହା ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ନିର୍ମିତ ହେବ। ଅଭିନେତା ସବ୍ୟସାଚୀ ସବୁବେଳେ ନୂଆ ଓ ମୌଳିକ ଓଡ଼ିଆ କାହାଣୀର ସନ୍ଧାନରେ ଥାନ୍ତି। ଆଉ ସବ୍ୟଙ୍କ ସହ ଦେବୀ ଓ ଵିଶାଲଙ୍କ ସହଭାଗିତା ଏହି ଚଳଚ୍ଚିତ୍ରକୁ ଏକ ପ୍ରତିନିଧି ଶ୍ରେଣୀୟ ଚଳଚ୍ଚିତ୍ରର ମାନ୍ୟତା ଦେବାକୁ ନିଶ୍ଚିତ ପ୍ରୟାସ କରିବ। ମହାବାତ୍ୟାକୁ ନେଇ ପ୍ରତ୍ୟେକ ଓଡ଼ିଆଙ୍କର କିଛି ନା କିଛି ତିକ୍ତ ଓ ହୃଦୟଥରା ଅନୁଭୂତି ରହିଛି।  ମନରେ ଏକ ଗଭୀର କ୍ଷତ ରହିଛି। ପରଦା ଉପରେ ଝଡର ସେଇ କରାଳ ରୂପ ଦେଖିବ ଓଡିଶା। ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଏହା ସବୁଠୁ ବ୍ୟୟ ବହୁଳ ସିନେମା ହେବ ବୋଲି ନିର୍ଦ୍ଦେଶକ ଯୋଡି ଏଠାରେ ସୂଚନା ଦେବାକୁ ଯାଇ ମତବ୍ୟକ୍ତ କରିଛନ୍ତି। ଚଳଚ୍ଚିତ୍ରଟି ଶୀଘ୍ର ଫ୍ଲୋରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ସୂତ୍ରରୁ ସୂଚନା ଦିଆଯାଇଛି।

Also Read- Shaktimaan: ଭାଇରାଲ୍ ହେଉଛି (ଶକ୍ତିମାନ) ମୁକେଶ ଖାନ୍ନାଙ୍କର ୯ଟି ଫଟୋ

Add Zee News as a Preferred Source

Also Read- Cyclone Shakti: ଓଡ଼ିଶାକୁ ହିଟ୍ କରିବ ବାତ୍ୟା ‘ଶକ୍ତି’ ? ଜାଣନ୍ତୁ କଣ କହିଲା ପାଣିପାଗ ବିଭାଗ...

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author