Bipasha Basu: ସାମ୍ନାକୁ ଆସିଲା ବିପାଶାଙ୍କ କନ୍ୟା ସନ୍ତାନର ପ୍ରଥମ ଫଟୋ,ଜାଣନ୍ତୁ କ'ଣ ରଖିଲେ ନାମ ?
Advertisement

Bipasha Basu: ସାମ୍ନାକୁ ଆସିଲା ବିପାଶାଙ୍କ କନ୍ୟା ସନ୍ତାନର ପ୍ରଥମ ଫଟୋ,ଜାଣନ୍ତୁ କ'ଣ ରଖିଲେ ନାମ ?

Bipasha Basu: ବଲିଉଡ ଅଭିନେତ୍ରୀ ବିପାଶା ବସୁ ଶନିବାର (ନଭେମ୍ବର ୧୨) ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଦିର୍ଘ ୬ ବର୍ଷ ପରେ ପ୍ରଥମ ଥର ପିତାମାତା ହୋଇଛନ୍ତି ବିପାଶା ଓ  କରନ ସିଂ ଗ୍ରୋଭର । ସୋସିଆଲ ମିଡିଆରେ  ଏହି ଗୁଡ୍ ନ୍ୟୁଜ୍ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି ଏହି ଷ୍ଟାର ଦମ୍ପତି । 

ସୌଜନ୍ୟ : ସୋସିଆଲ ମିଡିଆ

Bipasha Basu: ବଲିଉଡ ଅଭିନେତ୍ରୀ ବିପାଶା ବସୁ ଶନିବାର (ନଭେମ୍ବର ୧୨) ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଦିର୍ଘ ୬ ବର୍ଷ ପରେ ପ୍ରଥମ ଥର ପିତାମାତା ହୋଇଛନ୍ତି ବିପାଶା ଓ   କରନ ସିଂ ଗ୍ରୋଭର । ସୋସିଆଲ ମିଡିଆରେ  ଏହି ଗୁଡ୍ ନ୍ୟୁଜ୍ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି ଏହି ଷ୍ଟାର ଦମ୍ପତି । ଏବେ ସେ ଝିଅର ଫଟୋ ସେୟାର କରି ନାମ ପ୍ରକାଶ କରିଛନ୍ତି। ବର୍ତ୍ତମାନ ବିପାଶ ଝିଅର ଫଟୋ ସେୟାର କରି ଶିଶୁ କନ୍ୟାଙ୍କ ନାମ ମଧ୍ୟ ପ୍ରକାଶ କରିଛନ୍ତି। ବିପାଶା ସେୟାର କରିଥିବା ଫଟୋରେ ବିପାଶାଙ୍କ ହାତ କରଣଙ୍କ ହାତରେ ଏବଂ ବିପାଶାଙ୍କ ହାତରେ ତାଙ୍କ ଝିଅର ସୁନ୍ଦର ପାଦ ଦୃଶ୍ୟମାନ ହେଉଛି। ଦୁହେଁ ଝିଅର ନାମ ଦେବୀ ବସୁ ସିଂ ଗ୍ରୋଭର ରଖିଛନ୍ତି। ଏହା ସହ ସେ ଲେଖିଛନ୍ତି ଯେ ଆଜି ଆମ ଝିଅ ଆମ ପ୍ରେମ ଏବଂ ଆଶୀର୍ବାଦ । ସେ ଜଣେ ଦେବୀ ତାକୁ ପାଇ ଆମେ ଭାଗ୍ୟଶାଳୀ ହୋଇଛୁ। ପ୍ରଶଂସକଙ୍କ ସହ ସେଲିବ୍ରେଟିମାନେ ମଧ୍ୟ ଏହି ପୋଷ୍ଟରେ ବିପାଶାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ବିପାଶା ବସୁ, ଅଗଷ୍ଟରେ ନିଜ ପ୍ରେଗନେନ୍ସି ବିଷୟରେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ । ସେବେ ଠାରୁ ବିପାଶା ନିଜ ବେବି ବମ୍ପ ସହ ନିଜ ପ୍ରଶଂସକ ସହ ଏକାଧିକ ଫଟୋ ସେୟାର କରିଛନ୍ତି ।  ନିକଟରେ ବିପାଶା ନିଜ ବେବିବମ୍ପ ସହ ଏକ ଫଟୋ ସେୟାର କରିଥିଲେ। ଫଟୋରେ ଦେଖିବାକୁ ମିଳିଛି ଯେ, ବିପାଶା ଏକ ଗୋଲଡେନ କର୍ଲର ଡ୍ରେସ ପିନ୍ଧିଥିଲେ । ଯେଉଁଥିରେ ସେ ଖୁବ ଆକର୍ଷଣୀୟ ଦିଶୁଥିଲେ। କିଛି ମାସ ପୂର୍ବରୁ, ବିପାଶା ବସୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, 'ସେ ଏବଂ କରଣ ଗୋଟିଏ କନ୍ୟା ସନ୍ତାନ ଚାହୁଁଛନ୍ତି । ତାଙ୍କର ଇଚ୍ଛା ଥିଲା,ତାଙ୍କ ଘରେ ଏକ ଶିଶୁ କନ୍ୟା ଜନ୍ମ ହେଉ । ସେ କହିଛନ୍ତି ଯେ, ଯେତେବେଳେ ବି ସନ୍ତାନ ପ୍ରସବ କରିବା କଥା ଆସେ, ସେ ଏବଂ କରଣ ଏହା ପାଇଁ ସର୍ବଦା ପ୍ରସ୍ତୁତ ଥିଲେ। ସେ କହିଥିଲେ, 'କରଣ ଏବଂ ମୁଁ ଆରମ୍ଭରୁ ସ୍ପଷ୍ଟ ହୋଇଥିଲୁ, ଆମେ ଏକ ସନ୍ତାନ ଜନ୍ମ କରିବାକୁ ଚାହୁଁଛୁ'।

 

 
 
 
 

 
 
 
 
 
 
 
 
 
 
 

A post shared by Bipasha Basu (@bipashabasu)

 

ଏହାବି ପଢନ୍ତୁ : Akshay Kumar: ଏମିତି ପ୍ରଶ୍ନ ଶୁଣି କାହିଁକି ରାଗି ଗଲେ ଖିଲାଡି କୁମାର, ଟ୍ରୋଲର୍ସଙ୍କୁ ଦେଲେ କଡା ଜବାବ

ଅଭିନେତ୍ରୀ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ୨୦୧୫ ମସିହାରେ 'ଅଲୋନ୍ ' ହରର୍ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । ଏହି ଚଳଚ୍ଚିତ୍ର ପରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଥିଲା । ଏହାପରେ କରଣ ଏବଂ ବିପାଶା ଅନେକ ଫିଲ୍ମରେ ନଜର ଆସିଥିଲେ । ଗୋଟିଏ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୬ରେ କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।