Advertisement
Article Detail0/zeeodisha/odisha2742545
Zee OdishaOdisha Entertainmentଓଡ଼ିଆ ଚଳଚ୍ଚିତ୍ର ପ୍ରଚାର ପ୍ରସାରରେ‌ ଅତୁଳନୀୟ ଅବଦାନ ପାଇଁ ପ୍ରଣୟ ଜେଠୀ ସମ୍ମାନିତ

ଓଡ଼ିଆ ଚଳଚ୍ଚିତ୍ର ପ୍ରଚାର ପ୍ରସାରରେ‌ ଅତୁଳନୀୟ ଅବଦାନ ପାଇଁ ପ୍ରଣୟ ଜେଠୀ ସମ୍ମାନିତ

Ollywood News: ଓଡ଼ିଆ ଚଳଚ୍ଚିତ୍ରର ବହୁଳ ପ୍ରଚାର ଓ ପ୍ରସାର ତଥା ଚଳଚ୍ଚିତ୍ର ଶିଳ୍ପର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିଥିବା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ୍ ଶ୍ରୀଯୁକ୍ତ ପ୍ରଣୟ ଜେଠୀଙ୍କୁ ସମ୍ମାନିତ କରାଯାଇଛି ।

ଓଡ଼ିଆ ଚଳଚ୍ଚିତ୍ର ପ୍ରଚାର ପ୍ରସାରରେ‌ ଅତୁଳନୀୟ ଅବଦାନ ପାଇଁ ପ୍ରଣୟ ଜେଠୀ ସମ୍ମାନିତ

Ollywood News: ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଆ ଚଳଚ୍ଚିତ୍ରର ବହୁଳ ପ୍ରଚାର ଓ ପ୍ରସାର ତଥା ଚଳଚ୍ଚିତ୍ର ଶିଳ୍ପର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିଥିବା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ୍ ଶ୍ରୀଯୁକ୍ତ ପ୍ରଣୟ ଜେଠୀଙ୍କୁ ସମ୍ମାନିତ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପ୍ରଥ୍ଵୀରାଜ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ଏକାମ୍ର, ଭୁବନେଶ୍ୱରର ମାନ୍ୟବର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜେପିର ବରିଷ୍ଠ ସଦସ୍ୟ ଜଗନ୍ନାଥ ପ୍ରଧାନ ଯୋଗଦେଇଥିଲେ ।

ଓଡ଼ିଆ ଚଳଚ୍ଚିତ୍ର ତଥା କଳା ଜଗତ ପାଇଁ ଶ୍ରୀଯୁକ୍ତ ଜେଠୀଙ୍କର ଅବଦାନ ପାଇଁ ସାଧୁବାଦ ଜଣାଇଥିଲେ । ଓଡ଼ିଆ ଦର୍ଶକ କିପରି ଆମ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଆକୃଷ୍ଟ ହେବେ ସେଥିପାଇଁ ବିଭିନ୍ନ ଶୈଳୀରେ ପ୍ରଚାର କରି ବେଶ ଚର୍ଚ୍ଚିତ ହୋଇଛନ୍ତି । ଏଯାବତ୍ ୧୫୦ ରୁ ଉର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର କରିବା ସହିତ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ମଧ୍ୟ କରିଛନ୍ତି । କେବଳ ଚଳଚ୍ଚିତ୍ର ନୁହେଁ, ମେଗା ଧାରାବାହିକ, ୱେବ ସିରିଜ୍, ମଞ୍ଚ ନାଟକ ପ୍ରତି ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ । କଞ୍ଚା ଲଙ୍କା, ଆଓ ନେକ୍ସଟ ଭଳି ଆଗଧାଡିର ଦୁଇଟି ଓଟିଟି ପ୍ଲାଟଫର୍ମ, ଓଡିଶାର ସର୍ବାଧିକ ଲୋକ ପ୍ରିୟ ସାଟେଲାଇଟ ଚ୍ୟାନେଲ ଜୀ ସାର୍ଥକ, ଲୋକପ୍ରିୟ ମ୍ୟୁଜିକ ଚ୍ୟାନେଲ୍‌ ଆମର ମ୍ୟୁଜିକର ପ୍ରଚାର ଓ ପ୍ରସାର ମୁଖ୍ୟ ଦାୟିତ୍ୱରେ ନିୟୋଜିତ ଅଛନ୍ତି । ଜୁପିଟର କଲେଜ, ନିସ୍‌ ଗ୍ରୁପ୍‌ ଅଫ୍ ଇନଷ୍ଟିଟ୍ୟୁସନ, ଗୀତା ଅଟୋନୋମସ୍ କଲେଜ, ଗିଫ୍ଟ ଅଟୋନୋମସ୍ କଲେଜ, ଅକ୍ସଫୋର୍ଡ ଗ୍ରୁପ୍ ଅଫ୍ ଇଷ୍ଟିଚ୍ୟୂସଳସ୍ , ସିଭି ରମଣ ଗ୍ଲୋବାଲ ୟୁନିଭରସିଟି ଇତ୍ୟାଦି କଲେଜର ଫ୍ରିଲାନ୍ସ ପ୍ରଚାର ଓ ପ୍ରସାର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଯେଉଁ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଏ ତାହା କିପରି ସଠିକ ଭାବେ ହୋଇପାରିବ ଏବଂ ଲୋକମାନଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ସେ ସବୁବେଳେ ଯତ୍ନବାନ ଥାଆନ୍ତି । ମିଡ଼ିଆ ଦୁନିଆ ପ୍ରତି ଶ୍ରୀ ଜେଠୀଙ୍କ ଅତୁଳନୀୟ ଅବଦାନ ପାଇଁ ଉପସ୍ଥିତ ଅତିଥି ଗଣ ଅଧିକରୁ ଅଧିକ କାର୍ଯ୍ୟକରନ୍ତୁ ବୋଲି ଆଶା ପ୍ରକଟ କରିଥିଲେ ।

Also Read- Fatty liver disease: ଫ୍ୟାଟି ଲିଭର ସମସ୍ୟା ପାଇଁ ରାମବାଣ ଆପଲ, ଜାଣନ୍ତୁ ତଥ୍ୟ...

Add Zee News as a Preferred Source

Also Read- Job News: ଲିଖିତ ପରୀକ୍ଷା ନାହିଁ, କେବଳ ସାକ୍ଷାତକାରରେ ନିଯୁକ୍ତି ସୁଯୋଗ, ଖୁସି ହେବେ ଦରମା ଜାଣି

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author