Advertisement
Article Detail0/zeeodisha/odisha2763243
Zee OdishaOdisha EntertainmentMithun Chakraborty: ମିଥୁନ ଚକ୍ରବର୍ତ୍ତୀଙ୍କ ବଢ଼ିଲା ସମସ୍ୟା, ଏହି ମାମଲାରେ କାରଣ ଦର୍ଶାଅ ନୋଟିସ ଜାରି

Mithun Chakraborty: ମିଥୁନ ଚକ୍ରବର୍ତ୍ତୀଙ୍କ ବଢ଼ିଲା ସମସ୍ୟା, ଏହି ମାମଲାରେ କାରଣ ଦର୍ଶାଅ ନୋଟିସ ଜାରି

BMC notice to Mithun Chakraborty: ଏପରି ମାମଲାରେ ମିଥୁନ ଚକ୍ରବର୍ତ୍ତୀଙ୍କୁ BMC ପକ୍ଷରୁ ନୋଟିସ୍ ମିଳିବା ଏହା ପ୍ରଥମ ଥର ନୁହେଁ। ୨୦୧୧ ମସିହାରେ ମଧ୍ୟ ତାଙ୍କୁ ବେଆଇନ ନିର୍ମାଣ ସମ୍ପର୍କରେ ସମାନ ନୋଟିସ୍ ଜାରି କରାଯାଇଥିଲା।

 

BMC notice to Mithun Chakraborty
BMC notice to Mithun Chakraborty

Mithun Chakraborty News: ବଲିଉଡର ବରିଷ୍ଠ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି। ଅବୈଧ ନିର୍ମାଣ ମାମଲାରେ ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC) ମିଥୁନ ଚକ୍ରବର୍ତ୍ତୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ରିପୋର୍ଟ ଅନୁସାରେ ମଲାଡରେ ମିଥୁନ ଚକ୍ରବର୍ତ୍ତୀଙ୍କ ଏରଙ୍ଗଲ ଗ୍ରାମ ବଙ୍ଗଳାରେ ଅନୁମତି ବିନା କିଛି ନିର୍ମାଣ କାର୍ଯ୍ୟ କରାଯାଇଛି। ତଦନ୍ତ ପରେ, ବିଏମସି ଅଧିକାରୀମାନେ ନିର୍ମାଣ ନିୟମ ଉଲ୍ଲଂଘନ ହୋଇଥିବା ଜାଣିବାକୁ ପାଇଥିଲେ। ଯାହା ଯୋଗୁଁ ଅଭିନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ ଆଇନର ବିଭିନ୍ନ ଧାରା ଅନୁଯାୟୀ ବେଆଇନ ନିର୍ମାଣକୁ ଉଲ୍ଲେଖ କରି ମେ ୧୦ ତାରିଖରେ ନୋଟିସ୍ ଜାରି କରାଯାଇଥିଲା। ବିଏମସି ଅଭିଯୋଗ କରିଛି ଯେ ଗ୍ରାଉଣ୍ଡ-ପ୍ଲସ୍-ମେଜାନାଇନ୍ ଫ୍ଲୋର୍ ସହିତ ଦୁଇଟି ଷ୍ଟ୍ରକ୍ଚର, ଗୋଟିଏ ଗ୍ରାଉଣ୍ଡ ଫ୍ଲୋର୍ ଷ୍ଟ୍ରକ୍ଚର ଓ ତିନୋଟି ଅସ୍ଥାୟୀ ୟୁନିଟ୍ କୌଣସି ଅନୁମତି ବିନା ନିର୍ମାଣ କରାଯାଇଛି। ଏହି ଅସ୍ଥାୟୀ ନିର୍ମାଣଗୁଡ଼ିକ ଇଟା, କାଠ ପଟା, କାଚ କାନ୍ଥ ଏବଂ ଏସି ସିଟର ଛାତ ବ୍ୟବହାର କରି ନିର୍ମାଣ କରାଯାଇଛି। ଯାହା ପୌର ନିର୍ମାଣ ନିୟମର ଉଲ୍ଲଂଘନ ବୋଲି ବିବେଚନା କରାଯାଏ।

ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ସନ୍ତୋଷଜନକ ଉତ୍ତର ନ ମିଳେ ତେବେ ଧାରା 475A ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ବେଆଇନ ନିର୍ମାଣକୁ ଭାଙ୍ଗି ଦିଆଯାଇପାରିବ ବୋଲି BMC ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି।

Add Zee News as a Preferred Source

ମୁଁ କୌଣସି ବେଆଇନ ନିର୍ମାଣ କରିନାହିଁ: ମିଥୁନ ଚକ୍ରବର୍ତ୍ତୀ
ବିଏମସିରୁ ନୋଟିସ ପାଇବା ପରେ ଅଭିନେତା କହିଛନ୍ତି, "ମୁଁ କୌଣସି ବେଆଇନ ନିର୍ମାଣ କରିନାହିଁ। ଅନେକ ଲୋକଙ୍କୁ ନୋଟିସ ପଠାଯାଇଛି ଏବଂ ଆମେ ଆମର ଉତ୍ତର ବିଏମସିକୁ ପଠାଉଛୁ।"

ତଥାପି ଏହି ମାମଲାରେ ସାମାଜିକ କର୍ମୀ ନଦୀମ ଶେଖ ପ୍ରଶ୍ନ ଉଠାଇଛନ୍ତି ଯେ ଯେତେବେଳେ ନିକଟରେ ୨୪ଟି ବେଆଇନ ନିର୍ମାଣ ଭାଙ୍ଗି ଦିଆଯାଇଥିଲା ତେବେ ମିଥୁନ ଚକ୍ରବର୍ତ୍ତୀଙ୍କ ନିର୍ମାଣକୁ କାହିଁକି ଅପରିବର୍ତ୍ତିତ ରଖାଯାଇଥିଲା? ଏହି ପ୍ରସଙ୍ଗରେ ବିଏମସି ସ୍ପଷ୍ଟ କରିଛି ଯେ ମେ ଶେଷ ସୁଦ୍ଧା ଏରଙ୍ଗଲ ଏବଂ ଆଖପାଖ ଅଞ୍ଚଳରେ ମୋଟ ୧୦୧ଟି ବେଆଇନ ନିର୍ମାଣ ଭାଙ୍ଗି ଦିଆଯିବ। 

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author