Advertisement
Article Detail0/zeeodisha/odisha2669873

Odia Entertainment News:ଜୀ ସାର୍ଥକର ନୂଆ ଫିଲ୍ମ ‘ଶାଶୁ ନୁହେଁ ସେ ସୁନାମୀ ଝଡ଼’, ମାର୍ଚ୍ଚ ୯ ତାରିଖ ସନ୍ଧ୍ୟା ୬:୩୦ରେ

ଭୁବନେଶ୍ୱର: ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଭେଟିଦିଏ ଚଳଚ୍ଚିତ୍ର, ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ସବୁଥର କାହାଣୀରେ ନୂତନତ୍ତ୍ୱ ଓ ରୋମାଞ୍ଚ ଭରିଦିଏ ଜୀ ସାର୍ଥକ । ଯାହାକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କ

Odia Entertainment News:ଜୀ ସାର୍ଥକର ନୂଆ ଫିଲ୍ମ ‘ଶାଶୁ ନୁହେଁ ସେ ସୁନାମୀ ଝଡ଼’, ମାର୍ଚ୍ଚ ୯ ତାରିଖ ସନ୍ଧ୍ୟା ୬:୩୦ରେ

Odia Entertainment News:ଭୁବନେଶ୍ୱର: ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଭେଟିଦିଏ ଚଳଚ୍ଚିତ୍ର, ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ସବୁଥର କାହାଣୀରେ ନୂତନତ୍ତ୍ୱ ଓ ରୋମାଞ୍ଚ ଭରିଦିଏ ଜୀ ସାର୍ଥକ । ଯାହାକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କରିପାରନ୍ତି । ଏହି କାରଣ ପାଇଁ ଜୀ ସାର୍ଥକ ସାଜିଛି ଲୋକଙ୍କର ପ୍ରଥମ ପସନ୍ଦ । ସେହି ଧାରାରେ ଆସନ୍ତା ମାର୍ଚ୍ଚ ୯ ତାରିଖ ସନ୍ଧ୍ୟା ୬:୩୦ ରେ ପ୍ରସାରଣ ହେବାକୁ ଯାଉଛି ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର ‘ଶାଶୁ ନୁହେଁ ସେ ସୁନାମୀ ଝଡ଼’ । 

ଚଳଚ୍ଚିତ୍ରର କାହାଣୀରେ ଅନେକ ଉତ୍ସୁକତା ସହ ଟର୍ଣ୍ଣ ଆଣ୍ଡ ଟ୍ବିଷ୍ଟ୍ ରହିଛି । ଏକ ବ୍ୟସ୍ତବହୁଳ ପରିବାରର କାହାଣୀ ଯାହାର ମୁଖିଆ କୋକିଳା । ନିଜର କଠୋର ଓ ଅବିଶ୍ବାସ ଶାସନ ତଳେ କୋକିଳାଙ୍କ ତିନି ପୁଅ ଅଜୟ, ବିଜୟ ଓ ଅବିବାହିତ ସଞ୍ଜୟ ଯିଏ କି ନାୟକ ଅଙ୍କିତ ଏବଂ ତିନି ବୋହୂ ହେଉଛନ୍ତି ଅନୀତା, କବିତା ଓ ସ୍ମିତା ଯିଏକି ନାୟିକା ମିତାଲି l ସଞ୍ଜୟଙ୍କ ଜୀବନରେ ଏମିତି ଏକ ମୋଡ ଆସେ ଯେବେ ତାଙ୍କର ସ୍ମିତା ସହିତ ଦେଖାହୁଏ । ସ୍ମିତା ଜଣେ ଉତ୍ସାହୀ ଓ ମହତ୍ତ୍ବାକାଂକ୍ଷୀ ଝିଅ ଯିଏ ନିଜ ରିଲ୍ ଭିଡ଼ିଓ ଦ୍ବାରା ସମାଜର ମଙ୍ଗଳକାମନା ଚିନ୍ତା କରିଥାନ୍ତି । କିନ୍ତୁ କୋକିଳାଙ୍କ ସହ ତାଙ୍କ ଦେଖା ପରିବାରରେ ଉତ୍ତେଜନା ସୃଷ୍ଟି କରେ । ସମୟ ସହିତ କାହାଣୀ ମୋଡ ବଦଳାଏ ଯେବେ ଜଣେ ସାଧୁ ସ୍ମିତାଙ୍କୁ ନିଜର ଇଚ୍ଛା ପୂରଣ କରୁଥିବା ଏକ ଶକ୍ତି ଦିଅନ୍ତି । ହେଲେ ଏହାର ପ୍ରଭାବ କଣ ହେବ ? ଶାଶୁଙ୍କ ପରିବର୍ତ୍ତନ ହେବ କି ? କାହାଣୀରେ କିଛି ନୂଆ ଘଟିବ କି ? ଏମିତି ବହୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ ।  

ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଙ୍କିତ ଓ ମିତାଲି  । ଫିଲ୍ମର ପ୍ରଯୋଜନା ସଂସ୍ଥା ଏସ.ପି.ପି ରହିଥିବା ବେଳେ ଏହାର ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ ଓ ନିର୍ଦ୍ଦେଶକ ରହିଛନ୍ତି ମନୋଜ ସିହ୍ନା । ପ୍ରିୟବ୍ରତ ପଣ୍ଡା ଏବଂ ମାନସ ମଲ୍ଲିକ ଚଳଚ୍ଚିତ୍ରର ଲେଖକ ଥିବାବେଳେ ଗୀତଗୁଡିକୁ ସଂଗୀତରେ ସଜାଇଛନ୍ତି ପ୍ରଶାନ୍ତ ପାଢୀ । ସ୍ବୟଂ ପାଢ଼ୀ, ଅନ୍ତରା ଓ ଅର୍ପିତା ଭଳି ସୁନାମଧନ୍ୟ କଣ୍ଠଶିଳ୍ପୀ ଫିଲ୍ମରେ କଣ୍ଠଦାନ କରିଛନ୍ତି । ତେବେ ଏହି କାହାଣୀରେ ଆହୁରି ଅନେକ ଖାସ ବିଷୟବସ୍ତୁ ସହିତ ଘଟଣା ରହିଛି, ଯାହା ଆସନ୍ତା ମାର୍ଚ୍ଚ ୯ ତାରିଖ ସନ୍ଧ୍ୟା ୬:୩୦ ରେ ଚଳଚ୍ଚିତ୍ର "ଶାଶୁ ନୁହେଁ ସେ ସୁନାମୀ ଝଡ଼" ଦେଖିବାକୁ ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସୀଲ୍ ଅନୁରୋଧ କରିଛନ୍ତି ।

Add Zee News as a Preferred Source

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author